Videos
|
Entertainment

ଜାପାନରୁ ସୁରକ୍ଷିତ ଭାବେ ଫେରିଲେ ଜୁନିୟର ଏନଟିଆର

Ritu Das
Browse all articles by Ritu Das
·2 years ago·1 min read
ଜାପାନରୁ ସୁରକ୍ଷିତ ଭାବେ ଫେରିଲେ ଜୁନିୟର ଏନଟିଆର

ଅର୍ଗସ ବ୍ୟୁରୋ: ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନଟିଆର। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂ-କମ୍ପ ଝଟକାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବାବେଳେ ୩୦ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଥିଲା। ଏହାପରେ ଅଭିନେତାଙ୍କ ଫ୍ୟାନମାନଙ୍କ ସହ ପରିବାର ଲୋକ ଚିନ୍ତା ପ୍ରକଟ କରିଥିଲେ। ହେଲେ ଏବେ ସେ ସୁରକ୍ଷିତ ଭାବେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ସେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। 

ଅଭିନେତା ପୋଷ୍ଟରେ ଲେଖିଛନ୍ତି ଆଜି ଜାପାନରୁ ଘରକୁ ଫରିଛି। ହେଲେ ଭୂ-କମ୍ପ ଝଟକାରେ ମନ ବିଚଳିତ ଅଛି। ଗତ ସପ୍ତାହ ସେଠାରେ ବିତାଇଥିଲି। ଏଥିରେ ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ପ୍ରତି ସମବେଦନା ଜଣାଉଛି। ଆହତ ହୋଇଥିବା ଲୋକେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରୁଛି। ମଜଭୁତ ହୁଅ ଜାପାନ। 
ସୂଚନା ଥାଉ କି, ସୋମବାର ନୂଆବର୍ଷ ଅବସରରେ ଜାପାନରେ ୧୫୫ ଥର ଭୂ-କମ୍ପର ଝଟକା ଲାଗିଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୬। ଏହି ଭୂ-କମ୍ପରେ ବର୍ତ୍ତମାନ ସୁଦ୍ଧା ୫୫ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Junior NTR returned | Argus News