ଦୂର୍ଗା ପେଣ୍ଡାଲରେ ରାନୀ ମୁଖାର୍ଜୀଙ୍କୁ ଚାପୁଡା ମାରିଲେ କାଜୋଲ

ନୂଆଦିଲ୍ଲୀ: ଦୂର୍ଗା ପେଣ୍ଡାଲରେ ରାନୀ ମୁଖାର୍ଜୀଙ୍କୁ ଚାପୁଡା ମାରିଲେ କାଜୋଲ। ଖାଲି ଚଟକଣି ମାରିନଥିଲେ ରାଗିକି ଗାଳି ମଧ୍ୟ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଜୋଲ କଣ ପାଇଁ ରାଣୀଙ୍କ ଥାପଡ ମାରିଲେ ଆଉ ଏ ଘଟଣା କେତେ ସତ ଆସନ୍ତୁ ଜାଣିବା।
ଏବେ ସାରା ଦେଶରେ ନବରାତ୍ରୀ ବେଶ୍ ଧୁମ୍ଧାମରେ ପାଳନ କରାଯାଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ଷ୍ଟାର ମଧ୍ୟ ମା ଦୂର୍ଗାଙ୍କ ଆଶିର୍ବାଦ ନେବା ପାଇଁ ମଣ୍ଡପରେ ପହଞ୍ଚୁଛନ୍ତି। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଅଭିନେତ୍ରୀ କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କୁ ମଧ୍ୟ ପେଣ୍ଡାଲରେ ଦେଖିବାକୁ ମିଳିଛି। ଦୁଇ ଜଣ ଶାଢୀରେ ଖୁବ୍ ସୁନ୍ଦର ଦିଶୁଥିଲେ। ଏହି ଦୁଇଜଣଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି।
ଏହି ସମୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କଜୋଲ ରାନୀଙ୍କୁ ଚଟକଣି ମାରିବାର ଦେଖାଯାଉଛି। କିନ୍ତୁ ପ୍ରକୃତରେ କାଜୋଲ ରାନୀଙ୍କୁ ମଜା ମସ୍ତିରେ ମାରିଛନ୍ତି। ଦୁଇ ଭଉଣୀ ମଜା ମସ୍ତିରେ ମାର୍ପିଟ୍ କରିବାର ଭିଡିଓ ଭାଇରାଲ ହୋବରେ ଲାଗିଛି। ଦୁଇ ଭଉଣୀଙ୍କ ବଣ୍ଡିଙ୍ଗ ମଧ୍ୟ ଏହି ଭିଡିଓରେ ଦେଖିବକୁ ମିଳିଛି। କଜୋଲ-ରାନୀଙ୍କ ମସ୍ତିକୁ ଫ୍ୟାନ୍ ଖୁବ୍ ପସନ୍ଦ କରୁଛନ୍ତି।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର