Samantha / ସାମନ୍ଥାଙ୍କ ହିରା ମୁଦିର ରାଜ୍, ମୂଲ୍ୟ ଶୁଣିଲେ ଉଡ଼ିଯିବ ହୋସ୍...
·9 months ago·2 min read

Key Points
ଭାଇରାଲ ହେଉଛି ସାମନ୍ଥାଙ୍କ ବିବାହ ମୁଦି
ନୂଆ ଏବଂ କିଛି ନୂତନ ବାର୍ତ୍ତା ବହନ କରୁଛି ହିରା ମୁଦି

ଦ୍ୱିତୀୟ ବିବାହ କରିଛନ୍ତି ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ଅଭିନେତ୍ରୀ ୱେବ୍ ସିରିଜ୍ "ଦି ଫ୍ୟାମିଲି ମ୍ୟାନ୍"ର ପ୍ରଯୋଜକ-ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବିବାହ କରିଛନ୍ତି। ଡିସେମ୍ୱର ୧, ୨୦୨୫ ସୋମବାର କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ର ମଧ୍ୟରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ବିବାହ ହୋଇଛି । ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଏହି ବିବାହରେ ପ୍ରାୟ 30 ଜଣ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ସାମନ୍ଥା ଏହି ଅବସରରେ ଏକ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାସହ ସେ ଖୁବ ସୁନ୍ଦର ଏବଂ ଖୁସି ଥିବା ଜଣାପଡୁଥିଲା।
ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେମାନଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି ଉଭୟ। ଫଟୋ ପୋଷ୍ଟ ପରେ ସମସ୍ତେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିବାହ ପରେ ବର୍ତ୍ତମାନ ସାମନ୍ଥାଙ୍କର ମୁଦିର ଡିଜାଇନ୍ ଏବଂ ମୂଲ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସାମନ୍ଥ ଏକ ହିରା ମୁଦି ପିନ୍ଧିଥିଲେ। ଯାହାର ମୂଲ୍ୟ ୧.୫ କୋଟି ଟଙ୍କା ହେବ ବୋଲି ସୂଚନା ରହିଛି । ସାମନ୍ଥାଙ୍କ ମୁଦି ଦେଖି ଲୋକମାନେ ସେମାନଙ୍କ ହାତରୁ ଆଖି ହଟାଇ ପାରୁନାହାନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲୋଜେଞ୍ଜ-କଟ୍ ହୀରା ବିରଳ । ଏହାର ପ୍ଲେନ ମୁଦି ପିନ୍ଧିଥିଲେ ସାମନ୍ଥ।
ଏକ ଲୋଜେଞ୍ଜ-କଟ୍ ହୀରା ଏକ ସମତୁଲ୍ୟ ସନ୍ତୁଳନ ରକ୍ଷା କରେ ।ସେମାନେ ଅନ୍ୟ କଟ୍ ପରି ଉଜ୍ଜ୍ୱଳ ଭାବରେ ଚମକନ୍ତି ନାହିଁ। ସାମନ୍ଥାଙ୍କ ନିର୍ବନ୍ଧ ମୁଦି ଇତିହାସ ଏବଂ ଆଧୁନିକ ଧାରାଗୁଡ଼ିକର ଏକ ଉତ୍ତମ ମିଶ୍ରଣ। ଏହା ଅନନ୍ୟ ଏବଂ ଜଟିଳ କାରିଗରୀର ପ୍ରମାଣ ଦେଇଛି। ଏହି ମୁଦିକୁ ନେଇ ସାମନ୍ଥା ଖୁବ ଭାଇରାଲ ହେଉଛନ୍ତି । ଅନ୍ୟପଟେ ରାଜଙ୍କର ମୋଟ ସମ୍ପତ୍ତି ୮୦-୮୫ କୋଟି ରହିଥିବା ସୂଚନା ରହିଛି । ସାମନ୍ଥା ଦକ୍ଷିଣ ଭାରତୀୟ ସିନେମାର ଜଣେ ଲୋକପ୍ରିୟ ଷ୍ଟାର । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୦୧ କୋଟି ଟଙ୍କା। ସେ ଦକ୍ଷିଣ ଭାରତୀୟ ସିନେମାରେ ସର୍ବାଧିକ ଦରମା ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ପ୍ରତି ଫିଲ୍ମ ପାଇଁ ୩-୫ କୋଟି ନିଅନ୍ତି।
ଏଥିସହ ପଢ଼ନ୍ତୁ: ଏକାଠି ହେଲେ ସାମନ୍ଥା-ରାଜ, ଲୁଚିଛପି କଲେ ବିବାହ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୧୯ ମସିହାରୁ, ରାଜ୍ ଓଟିଟିରେ ପ୍ରବେଶ କରିଥିଲେ ଏବଂ ମନୋଜ ବାଜପେୟୀ ଅଭିନୀତ ଧାରାବାହିକ "ଦି ଫ୍ୟାମିଲି ମ୍ୟାନ୍" ନିର୍ଦ୍ଦେଶନା-ପ୍ରଯୋଜନା କରିଥିଲେ। ରାଜ ନିଦିମୋରୁ ୨୦୧୫ ମସିହାରେ ଶ୍ୟାମଳୀ ଦେଙ୍କୁ ବିବାହ କରିଥିଲେ। କିନ୍ତୁ, ୨୦୨୧ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ଅନ୍ୟପଟେ ୨୦୨୧ ମସିହାରେ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ହୋଇଥିଲା। ସାମାନ୍ଥାଙ୍କ ରୁଥ୍ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କୁ 'ୟେ ମାୟା ଚେସାଭେ' ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରର ସେଟରେ ସେମାନେ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ ଏବଂ ଏକ ସମ୍ପର୍କରେ ଆବଦ୍ଧ ହୋଇଥିଲେ।
୭ ବର୍ଷ ଧରି ସମ୍ପର୍କରେ ରହିବା ପରେ, ସାମନ୍ଥା ୨୦୧୭ ମସିହାରେ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ହୋଇଥିଲା। କିଛି ବର୍ଷ ପରେ ସେମାନଙ୍କ ଛାଡପତ୍ରର ଖବର ଆସିବା ଆରମ୍ଭ ହେଲା ଏବଂ ଉଭୟ ଅକ୍ଟୋବର ୨୦୨୧ରେ ସେମାନଙ୍କର ଛାଡପତ୍ର ଘୋଷଣା କଲେ। ସାମନ୍ଥାଙ୍କ ସହ ଛାଡପତ୍ରର ଦୁଇ ବର୍ଷ ପରେ, ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୂଲିପାଲାଙ୍କୁ ବିବାହ କରିଥିଲେ। ଆଉ ଏବେ ସାମନ୍ଥା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡିଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: