ଅଗଷ୍ଟ ୧୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ପ୍ରଶଂସା କଲେ କଙ୍ଗନା

ଅର୍ଗସ ବ୍ୟୁରୋ: ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଏମଧ୍ୟରେ ବଲିଉଡ କୁଇନ୍ କଙ୍ଗନା ରାନାୱତ୍ ଫିଲ୍ମର ପ୍ରଶଂସା କରିଥିବା ଦେଖାଯାଇଛି।
ସବୁବେଳେ ବଲିଉଡ କଳାକାରଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ଏବେ ନିଜ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି ଯେ, “ଫିଲ୍ମ ‘ସ୍ତ୍ରୀ-୨’ ସମସ୍ତ ରେକର୍ଡ ଭାଙ୍ଗିଛି। ସେଥିପାଇଁ ସମଗ୍ର ଦଳକୁ ଅଭିନନ୍ଦନ। କିନ୍ତୁ ଏକ ଚଳଚ୍ଚିତ୍ରର ପ୍ରକୃତ ହିରୋ ହେଉଛି ଏହାର ନିର୍ଦ୍ଦେଶକ। ଆମେ ଭାରତରେ ନିର୍ଦ୍ଦେଶକମାନଙ୍କୁ ଯଥେଷ୍ଟ ଶ୍ରେୟ କିମ୍ବା ପ୍ରଶଂସା ଦେଉନାହୁଁ।
ସେଥିପାଇଁ ଅନେକ ଯୁବକଯୁବତୀ ନିର୍ଦ୍ଦେଶକ ବା ଲେଖକ ହେବାକୁ ଚାହାଁନ୍ତି ନାହିଁ। ଯିଏ ଚଳଚ୍ଚିତ୍ରରେ କ୍ୟାରିୟର କରିବାକୁ ଚାହାଁନ୍ତି, ସେ ମାର୍ଗଦର୍ଶନ ପାଇଁ ମୋ ପାଖକୁ ଆସନ୍ତି। ସେମାନେ ସବୁ ଅଭିନେତା କିମ୍ବା ସୁପରଷ୍ଟାର ହେବାକୁ ଚାହାନ୍ତି। କେହି ନିର୍ଦ୍ଦେଶକ ବା ଲେଖକ ହେବାକୁ ଚାହାନ୍ତି ନାହିଁ। ଯଦି ସବୁ ଅଭିନେତା ବା ଅଭିନେତ୍ରୀ ହେବେ ତେବେ କିଏ ଚଳଚ୍ଚିତ୍ର ନିର୍ମାଣ କରିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର