Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା: କଙ୍ଗନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା: କଙ୍ଗନା

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ କଣ୍ଟ୍ରୋବର୍ଷି କୁଇନ୍‌। କହୁ କହୁ କହିଗଲେ ବଲିଉଡ ଇଣ୍ଟଷ୍ଟ୍ରି ବଷୟରେ କିଛି ଅଜଣା କଥା। ଯେଉଁ କଥା ଶୁଣିବା ପରେ ଆପଣ ବି ଚିନ୍ତାରେ ପଡିଯିବେ ଯେ ଏପରି କିଛି ହେଉଛି ବଲିଉଡରେ। ମାୟାନଗରରୀ ମାୟା ଗୁମର ଖୋଲିଲେ କଙ୍ଗନା। ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ରବିବାର ପୁଣିଥରେ ବଲିଉଡ୍‌ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି। ଯେଉଥି ପାଇଁ ବଲିଉଡରେ କଙ୍ଗନାଙ୍କୁ କେହି ପସନ୍ଦ କରନ୍ତି ନାହିଁ। ଅଭିନେତ୍ରୀରୁ ରାଜନେତା ହୋଇଥିବା କଙ୍ଗନା ରାଣାୱତ ବର୍ତ୍ତମାନ ଇମରର୍ଜେନ୍ସି ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି। ସମସ୍ତେ ଏହାର ପ୍ରଶଂସା କରିଛନ୍ତି। ବର୍ତ୍ତମାନ କଙ୍ଗନା ଫିଲ୍ମ ପ୍ରମୋଶନରେ ଲାଗିଛନ୍ତି।

ସେ ରାଜ ଶମାନୀ ସାଙ୍ଗରେ ପୋଡକାଷ୍ଟରେ ବଲିଉଡର ଲୋକେ ଏବଂ ତାଙ୍କର ପାର୍ଟୀଜକୁୟ ନେଇ ରିଆକ୍ଟ କରିଛନ୍ତି। କଙ୍ଗନା କହିଛନ୍ତି, ବଲିଉଡ୍‌ ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା। ବ୍ରାଣ୍ଡେଡ୍‌ ବ୍ୟାଗ୍‌ ଓ କାର୍‌ ବ୍ୟତୀତ ଏହି ସେଲିବ୍ରିଟିମାନେ ଆଉ କିଛି ଜାଣନ୍ତି ନାହିଁ। ଏହିପରି ସେ ଅନେକ ବଲିଉଡ୍‌ ତାରକାଙ୍କୁ ଜାଣିଛନ୍ତି ବୋଲି କଙ୍ଗନା ଉକ୍ତ ସାକ୍ଷାତ୍‌କାରରେ କହିଛନ୍ତି। ଯଦି ବଲିଉଡ୍‌ ସେଲିବ୍ରିଟିମାନଙ୍କର କୌଣସି ଶୁଟିଂ ନ ଥାଏ ତେବେ ସେମାନଙ୍କର ଦିନଚର୍ଯ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବୋଲି କଙ୍ଗନା କହିଛନ୍ତି। ସେମାନେ ସକାଳେ ଉଠନ୍ତି, କିଛି ବ୍ୟାୟାମ କରନ୍ତି, ଦ୍ୱିପ୍ବହର ସମୟରେ ଖାଇ ପୁଣି ଶୋଇଯାଆନ୍ତି। ପୁଣି ଉଠି ଜିମ୍‌ ଯାଆନ୍ତି। ବିଳମ୍ବିତ ରାତ୍ରି ଯାଏ ବିଭିନ୍ନ ପାର୍ଟିରେ ଯୋଗଦେଇ ମଦ୍ୟପାନ କରନ୍ତି।

ଯେତେବେଳେ ତାଙ୍କୁ ପଚରାଗଲା ଯେ, ଇଣ୍ଡଷ୍ଟ୍ରୀରେ ତାଙ୍କର କଏହି ସାଙ୍ଗ ଅଛନ୍ତି? ଏହା ଉପରେ ସେ କହିଛନ୍ତି ଯେ, ଦେଖନ୍ତୁ ମୁଁ ବଲିଉଡ ଟାଇପର ମଣିଷ ନୁହେଁ। ମୁଁ ବଲିଉଡ ଲୋକଙ୍କ ସହ ସାଙ୍ଗ ହୋଇପାରିବିନି। ବଲିଉଡ ଲୋକେ ଷ୍ଟୁପିଡ। ସେମାନେ ମୁର୍ଖ। ସେମାନଙ୍କ ଜୀବନ ପ୍ରୋଟିନ ଶେକ ପାଖରେ ଅଛି। ସେମାନଙ୍କର କୌଣସି ଆଇଡିଆ ନାହିଁ ଯେ, ବର୍ତ୍ତମାନ କଣ ଚାଲୁଛି। ସେମାନେ ଭେଟନ୍ତି, ଡ୍ରିଙ୍କ କରନ୍ତି ଏବଂ କପଡା ଏକ୍ସଚେଞ୍ଜ କରିଥାଆନ୍ତି। ବଲିଉଡରେ ସେହି ଡିସେଣ୍ଟ ପର୍ସନ ପାଇ ମୁଁ ଖୁସି ହେବି ଯିଏ ଅଲଗା କଥା ହେଉଥିବ। ବଲିଉଡ ପାର୍ଟୀକୁ ନେଇ କଙ୍ଗନା କହିଛନ୍ତି ଯେ, ଏହା ଲଜ୍ଜାଜନକ। ଏହା ଏକ ଟ୍ରମା ଅଟେ। ବଲିଉଡ ପାର୍ଟୀ ମୋ ପାଇଁ ଟ୍ରମା ପରି ଅଟେ। ତେବେ କଣ୍ଟ୍ରୋବର୍ଷି କୁଇନଙ୍କର ଏଭଳି ମନ୍ତବ୍ୟ ପରେ ନିଶ୍ଚିମ ଭାବରେ ଅନେକ ସେଲିବ୍ରେଟି ତାଙ୍କୁ ନେଇ ଖୁବ ଚର୍ଚ୍ଚା କରିବେ। କିନ୍ତୁ କଭ୍‌ଗନା ନା କାହାକୁ ଡରନ୍ତି, ନା କେବେ କୌଣସି କଥାକୁ ନେଇ ଚୁପ ରୁହନ୍ତି। ତାଙ୍କର ଏଭଳି ରୋକଠୋକ କଥା ପାଇଁ ତାଙ୍କୁ ବଲିଉଡରେ ଏକା ଏକା ସାମ୍ନା କରିବାକୁ ପଡେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

Sponsored
Kangana Ranaut calls Bollywood celebs 'stupid, superficial' | Argus News