ରଣବୀରଙ୍କୁ ରିଜେକ୍ଟ କଲେ କଂଟ୍ରୋଭର୍ସି କ୍ୱୀନ୍

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ କଂଟ୍ରୋଭର୍ସି କ୍ୱୀନ୍ । କହିଲେ କିଛି ଅଜଣା କଥା। ଯାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ରଣବୀରଙ୍କ ଅଫରକୁ ରିଜେକ୍ଟ କରିଥିଲେ କଙ୍ଗନା। ଯେଉଁ କଥା ନିଜେ କହିଛନ୍ତି କଙ୍ଗନା। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ । ନିଜ ଅଭିନୟ ଠାରୁ ଅଧିକ କଂଟ୍ରୋଭର୍ସି ଟିପ୍ପଣୀ ପାଇଁ ପରିଚିତ । ବଲିଉଡର ‘କଂଟ୍ରୋଭର୍ସି କ୍ୱୀନ୍’ ଭାବରେ ପରିଚିତ କଙ୍ଗନା ନିକଟରେ ଏକ ସାକ୍ଷାତକାରରେ ନେପୋଟିଜିମକୁ ନେଇ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ କରିଥିଲେ । ରଣବୀରଙ୍କ ବ୍ଲକବଷ୍ଟର ଫିଲ୍ମ ‘ଆନିମଲ’କୁ ନେଇ ଆଲୋଚନା କରିଥଲେ ।
ଏହା ସହ ଏପରି ଏକ କଥା କହିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ସାକ୍ଷାତକାରରେ ଯେବେ କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା କି ସର୍ବସାଧାରଣରେ ତାଙ୍କୁ ଅପମାନିତ କରୁଥିବା ବ୍ୟକ୍ତିଙ୍କ ସହ କଥା ହେବା ତାଙ୍କ ପାଇଁ କଷ୍ଟକର କି ? ଏହାର ଉତ୍ତରରେ କଙ୍ଗନା କହିଛନ୍ତି ସେ ଅନେକ ବଡ଼ ବଡ଼ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କରିଛନ୍ତି । ସେ କହିଥିଲେ ରଣବୀର କପୁର ନିଜେ ତାଙ୍କ ଘରକୁ ଆସି, ‘ସଞ୍ଜୁରେ ରୋଲ କରିଦିଅ ପ୍ଲିଜ୍’ ବୋଲି କହିଥିଲେ । ସେତେବେଳେ ଏହି ଫିଲ୍ମରେ ମହିଳାଙ୍କ ପାଇଁ ବିଶେଷ ଭୂମିକା ନଥିବା ଅନୁଭବ କରି ଅଫରକୁ ସେ ରିଜେକ୍ଟ କରିଥିିଲେ । ତେବେ ଫିଲ୍ମରେ କଙ୍ଗନାଙ୍କୁ କେଉଁ ଚରିତ୍ର ଅଫର କରାଯାଇଥିଲା ସେନେଇ କିଛି ଖୁଲାସା କରିନାହାଁନ୍ତି । ଏହା ବାଦ୍ କଙ୍ଗନା କହିଥିଲେ କି ୧୦- ୧୫ କୋଟି ଟଙ୍କାର ଏକ ଫେରାୟନେସ୍ କ୍ରିମ୍ ପ୍ରୋମୋସନକୁ ବି ସେ ରିଜେକ୍ଟ କରିଥିଲେ କାରଣ ଏହା racismକୁ ପ୍ରୋତ୍ସାହିତ କରୁଥିଲା ।
୨୦୧୮ରେ ରଣବୀରଙ୍କ ‘ସଞ୍ଜୁ’ ଫିଲ୍ମରେ ରୋଲ୍ କରିବା ଅଫରକୁ ମନା କରିଦେଇଥିଲେ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସଞ୍ଜୟ ଦତ୍ତଙ୍କ ଏହି ବାୟୋପିକ ଫିଲ୍ମ ରେ ଅନୁଷ୍କା ଶର୍ମା, ଦିୟା ମିର୍ଜା ଏବଂ ସୋନମ କପୁରଙ୍କ ଭଳି ଅଭିନେତ୍ରୀଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା କଙ୍ଗନା ପଲିଟିକାଲ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସେ ଫିଲ୍ମର ପ୍ରୋମୋସନରେ ବ୍ୟସ୍ତ ରହୁଛନ୍ତି ।
📱 Get Argus News App
✨
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: