Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କଂଗ୍ରେସ ନେତ୍ରୀ ସୁପ୍ରିୟାଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ କଙ୍ଗନା

Ritu Das
Browse all articles by Ritu Das
·2 years ago·2 min read
କଂଗ୍ରେସ ନେତ୍ରୀ ସୁପ୍ରିୟାଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ କଙ୍ଗନା

ଅର୍ଗସ ବ୍ୟୁରୋ: କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ ପରେ ବଡ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ କଙ୍ଗନା କହିଛନ୍ତି, ପ୍ରତ୍ୟେକ ମହିଳାଙ୍କ ସ୍ୱାଭିମାନ ଅଛି । ବିଜେପି ଓ କଙ୍ଗନା ବିବାଦୀୟ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇବା ପରେ ସୁପ୍ରିୟାଙ୍କ ସୋସିଆଲ ମିଡିଆରେ ସେହି ବିବାଦୀୟ ପୋଷ୍ଟ୍ ଡିଲିଟ୍ ହୋଇଯାଇଛି । ଏଥିସହ ସୁପ୍ରିୟା ନିଜ ପୋଷ୍ଟକୁ ନେଇ ସଫେଇ ରଖିଛନ୍ତି । ସୁପ୍ରିୟା କହିଛନ୍ତି, ମୁଁ ଏଭଳି କେବେ କରି ପାରିବି ନାହିଁ । ମୋ ସୋସିଆଲ ମିଡିଆ ଆକାଉଣ୍ଟରେ କେହି ଜଣେ ଏଭଳି ପୋଷ୍ଟ କରିଥାଇପାରେ । ଅନେକ ଜଣ ମୋ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ।

ସୁପ୍ରିୟା ଶ୍ରୀନେଟ୍ ନିଜ ପୋଷ୍ଟକୁ ହଟାଇ ଦେବା ସତ୍ତ୍ବେ ଏହାକୁ ନେଇ ବିବାଦ କିନ୍ତୁ ଥମିବାର ନା ନେଉ ନାହିଁ । ଜାତୀୟ ମହିଳା କମିଶନ ବା ଏନସିଡବ୍ଲ୍ୟୁ ନିର୍ବାଚନ କମିସନଙ୍କୁ ଚିଠି ଲେଖି ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜଣେ ମହିଳାଙ୍କ ବିରୋଧରେ ଘୋର ନିନ୍ଦନୀୟ ଟିପ୍ପଣୀ ଦେବା କଥାକୁ ସହଜରେ ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଜାତୀୟ ମହିଳା କମିଶନ କହିଛନ୍ତି । ସେପଟେ ବିଜେପି ମଧ୍ୟ ସୁପ୍ରିୟାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ଗତ ନଭେମ୍ବର ୨୪ ରବିବାର ସନ୍ଧ୍ୟାରେ ବିଜେପି ଲୋକସଭା ନିର୍ବାଚନକୁ ନେଇ ନିଜର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ପ୍ରାର୍ଥୀ କରିଥିଲା ବିଜେପି । ଏହାର ଦିନକ ପରେ ସୁପ୍ରିୟା ଶ୍ରୀନେଟଙ୍କ ଇନଷ୍ଟାଗ୍ରାମ ପେଜରେ କଙ୍ଗନାଙ୍କ ଏକ ବୋଲ୍ଡ ଫଟୋ ସହ ଏକ ବିବାଦୀୟ ଟିପ୍ପଣୀ ଲେଖାଯାଇଥିଲା । ମଣ୍ଡିରେ କଣ ଦାମ ରହିଛି କିଏ କହି ପାରିବ କି ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା । ଏହି ପୋଷ୍ଟର ସ୍କ୍ରିନସଟକୁ ନେଇ କଙ୍ଗନା ମଧ୍ୟ ସୋସିଆଲ ମିଡିଆରେ ଜବାବ ରଖିଥିଲେ । କିଭଳି ନିଜ ୨୦ ବର୍ଷ ଅଭିନୟ କ୍ୟାରିୟରେ ଭିନ୍ନ ଭିନ୍ନ ମହିଳାଙ୍କ ଚରିତ୍ର ପରଦାରେ ଦର୍ଶାଇଛନ୍ତି, ତାହା ବଖାଣିବା ସହ ପ୍ରତ୍ୟେକ ମହିଳାଙ୍କ ସ୍ୱାଭିମାନ ଅଛି ବୋଲି ଲେଖିଥିଲେ । ସେପଟେ କଙ୍ଗନାଙ୍କୁ ଟିକେଟ୍ ମିଳିବା ପରେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି କଙ୍ଗନା ।

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ କଙ୍ଗନାଙ୍କ ନା ଘୋଷଣା ହେବା ପରେ ସୋମବାର ହିମାଚଳର ମଣ୍ଡି ପହଞ୍ଚିଥିଲେ କଙ୍ଗନା ରଣାୱତ । ପୈତୃକ ଗାଁ ଭମ୍ବାଲା ପହଞ୍ଚି କଙ୍ଗନା କହିଥିଲେ, ମଣ୍ଡି ମୋ ଜନ୍ମମାଟି, ଏବଂ ମୋ ଜନ୍ମମାଟି ମତେ ପୁଣି ଡାକିଛି । ମଣ୍ଡିରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବାକୁ ଆହ୍ୱାନ ଦେଇଥିଲେ କଙ୍ଗନା । ଅଭିନେତ୍ରୀ ଭାବେ କଙ୍ଗନା ବିପୁଳ ସଫଳତା ହାତେଇବା ପରେ ଏବେ ରାଜନୀତିରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଆଉ ତାଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
Kangana Renaut | Argus News