ମୁମ୍ୱାଇ ଛାଡି ହିମାଚଳ ମୁହାଁ କଙ୍ଗନା
·2 years ago

ଅର୍ଗସ ବ୍ୟୁରୋ: ରାଜନୀତିର କ୍ୱିନ୍ କଙ୍ଗନା ରାନାଓ୍ୱତ। କଙ୍ଗନା ରାଣାଓ୍ୱାତ୍ ରାଜନୈତିକ ଇନିଂସରେ ହୋଇଛନ୍ତି ସଫଳ। ମୁମ୍ୱାଇ ଛାଡିବେ କଙ୍ଗନା ରାନାଓ୍ୱାତ୍। ହିମାଚଳ ମୁହାଁ କଙ୍ଗନା । ହିମାଚଳରେ ତାଙ୍କ ଆଲିସାନ୍ ଘରେ ରହିବେ।ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପିରୁ ଜିତିଛନ୍ତି ୨୦୨୪ ଲୋକସଭା ନିର୍ବାଚନ।କଙ୍ଗନାଙ୍କ ବିରୋଧୀଙ୍କଠାରୁ ୭୪ ହଜାର ୭୫୫ ଭୋଟରେ ଜିତିଛନ୍ତି। ନିର୍ବାଚନରେ ଜିତିବା ପରେ ଅଭିନେତ୍ରୀ ବର୍ତ୍ତମାନ ମୁମ୍ୱାଇ ଛାଡି ହମାଚଳ ପ୍ରଦେଶରେ ବିଳାସପୁର୍ଣ୍ଣ ଘରେ ରହିବେ।
ହିମାଚଳରେ ଥିବା କଙ୍ଗନା ରାଣାଓ୍ୱାତଙ୍କ ଘରର ଦାମ୍ ୩୦ କୋଟି ଟଙ୍କା। ଏହି ଘରକୁ ଦେଖିଲେ କାହାର ବି ଆଖି ଲାଖି ହୋଇଯିବ। କଙ୍ଗନାଙ୍କ ଘର ହିମାଚଳର ସୁନ୍ଦର ଉପତ୍ୟକାରେ ରହିଛି। ଯେଉଁଠାରୁ ପର୍ବତର ଦୃଶ୍ୟ ମନ ମୋହି ନେଇଥାଏ। କଙ୍ଗନା ତାଙ୍କ ଘରକୁ 'ହିମାଚଳ ପେଣ୍ଟିଙ୍ଗ୍, ବୁଣା, କାର୍ପେଟ, ଏମ୍ୱ୍ରୋଡୋରୀ ଏବଂ କାଠ କାମ' ସହିତ ସଜାଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: