Videos
|
Entertainment

Kanika Kapoor / ବିବାହର ୪ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ ‘ବେବି ଡଲ୍’ ଗାୟିକା କନିକା କପୁର

Rashmita Mishra
Browse all articles by Rashmita Mishra
·49 mins ago·2 min read
ବିବାହର ୪ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ ‘ବେବି ଡଲ୍’ ଗାୟିକା କନିକା କପୁର
Kanika Kapoor

Key Points

୪ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ କନିକା କପୁର
ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ ଛାଡ଼ପତ୍ର ନେବେ କନିକା?
ଦ୍ୱିତୀୟ ବିବାହ ବି ଭାଙ୍ଗିଲା, ସ୍ୱାମୀଙ୍କଠାରୁ ଅଲଗା ହେଲେ କନିକା
ସୋସିଆଲ ମିଡିଆରେ ବଡ଼ ଘୋଷଣା,କାହିଁକି ଅଲଗା ହେଲେ କନିକା-ଗୌତମ?

ବଲିଉଡ୍‌ର ଲୋକପ୍ରିୟ ଗାୟିକା କନିକା କପୁର ନିଜ ବୈବାହିକ ଜୀବନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ବିବାହର ୪ ବର୍ଷ ପରେ ସେ ନିଜ ସ୍ୱାମୀ ତଥା ବ୍ୟବସାୟୀ ଗୌତମ ହାଥୀରମାନୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏହି ଖବର ଜଣାଇଛନ୍ତି କନିକା । ଏହି କଠିନ ସମୟରେ ଉଭୟଙ୍କ ବ୍ୟକ୍ତିଗତ ଜୀବନ ଓ ଗୋପନୀୟତାକୁ ସମ୍ମାନ ଦେବାକୁ ସେ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ।

ପାରସ୍ପରିକ ସହମତିରେ ନେଲେ ନିଷ୍ପତ୍ତି
କନିକା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ସେୟାର କରି ଲେଖିଛନ୍ତି, ଦୀର୍ଘ ବିଚାରବିମର୍ଶ ପରେ ସେ ଓ ତାଙ୍କ ସ୍ୱାମୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏକାଠି ବିତାଇଥିବା ସମୟ ପାଇଁ ସେ କୃତଜ୍ଞ ଏବଂ ଗୌତମଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ଏଥିସହ ଏହି ସମୟରେ ଉଭୟଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ସମସ୍ତଙ୍କୁ କହିଛନ୍ତି ।

ସମ୍ପର୍କରେ ତୃତୀୟ ବ୍ୟକ୍ତିଙ୍କ ନାହିଁ ଭୂମିକା
ଗତ କିଛି ଦିନ ହେବ କନିକା ଓ ଗୌତମଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ଗୌତମ ବ୍ୟବସାୟ କାମରେ ନାଇଜେରିଆର ଲାଗୋସ୍‌ରେ ରହୁଥିବା ବେଳେ କନିକା ସେଠାରେ ରହିବାକୁ ଚାହୁଁନଥିବା ନେଇ ଖବର ଆସିଥିଲା । ତେବେ କନିକା ସ୍ପଷ୍ଟ କରିଛନ୍ତି ଯେ, ଉଭୟଙ୍କ ଜୀବନରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ସହମତିରେ ନିଆଯାଇଥିବା ନିଷ୍ପତ୍ତି ।

୨୦୨୨ରେ ହୋଇଥିଲା ବିବାହ
ସୂଚନାଯୋଗ୍ୟ, ୨୦ ମେ ୨୦୨୨ରେ ଲଣ୍ଡନରେ ଗୌତମ ହାଥୀରମାନୀଙ୍କୁ ବିବାହ କରିଥିଲେ କନିକା । ଏହା ଥିଲା ତାଙ୍କର ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ଡାକ୍ତର ଜସପ୍ରୀତ ସିଂହ ଚାନ୍ଦୋକଙ୍କୁ ବିବାହ କରିଥିଲେ । ୨୦୧୨ରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା । ପ୍ରଥମ ବିବାହରୁ କନିକାଙ୍କର ତିନିଜଣ ସନ୍ତାନ ଆୟାନା, ସମାରା ଓ ଯୁବରାଜ ଅଛନ୍ତି । ‘ବେବି ଡଲ୍’ ଗୀତରୁ ଲୋକପ୍ରିୟତା ହାସଲ କରିଥିବା କନିକାଙ୍କ ଏହି ଘୋଷଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: