Videos
|
Entertainment

Bollywood News / “ରାମାୟଣ”ରେ ଡେବ୍ୟୁ କରିବେ ରଣବୀରଙ୍କ ଝିଅ ରାହା…ସୀତା ଏବଂ ଲକ୍ଷ୍ମଣଙ୍କ ସହ ନଜର ଆସିବେ କ୍ୟୁଟ ରାହା

Ritu Das
Browse all articles by Ritu Das
·1 hour ago·2 min read
“ରାମାୟଣ”ରେ ଡେବ୍ୟୁ କରିବେ ରଣବୀରଙ୍କ ଝିଅ ରାହା…ସୀତା ଏବଂ ଲକ୍ଷ୍ମଣଙ୍କ ସହ ନଜର ଆସିବେ କ୍ୟୁଟ ରାହା
India

Key Points

ପ୍ରଥମ ଥର ରାମାୟଣ ମୁଭିରେ ଡେବ୍ୟୁ କରିବେ ରାହା କପୁର
‘ରାମାୟଣ’ର ଏକ ଅଂଶ ପାଲଟିଥିବାରୁ ରଣବୀର ବହୁତ ଖୁସି
ରଣବୀର କପୁରଙ୍କ ‘ରାମାୟଣ’ ମୁଭି ରିଲିଜକୁ ନେଇ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଆସନ୍ତା ନଭେମ୍ବର ୫ ତାରିଖରେ ଥିଏଟରରେ ଧମାକା କରିବାକୁ ପ୍ରସ୍ତୁତ ଅଛି। ବର୍ତ୍ତମାନ, ଚଳଚ୍ଚିତ୍ରର କଳାକାରମାନେ ଏହାର ପ୍ରମୋଶନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହି ଦୀପାବଳି ରଣବୀର କପୁରଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର ହେବାକୁ ଯାଉଛି; କାରଣ କେବଳ ଯେ ତାଙ୍କ ଚଳଚ୍ଚିତ୍ର ‘ରାମାୟଣ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ତାହା ନୁହେଁ, ବରଂ ତା’ର ପରଦିନ ହିଁ ତାଙ୍କ ପ୍ରିୟ ଝିଅ ରାହା କପୁରଙ୍କ ଜନ୍ମଦିନ ମଧ୍ୟ ପଡ଼ୁଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ରଣବୀର କପୁର କହିଛନ୍ତି, ରାହା କପୁର ମଧ୍ୟ ‘ରାମାୟଣ’ର ଏକ ଅଂଶ ପାଲଟିଛନ୍ତି। ତେବେ ଆସନ୍ତୁ ଜାଣିବା, ଏହି ସାକ୍ଷାତକାର ସମୟରେ ରଣବୀର କପୁର କ’ଣ କହିଛନ୍ତି।
ରଣବୀର କପୁର ଏକ କଥା ଶେୟାର କରିଛନ୍ତି

ଏକ ସାକ୍ଷାତକାରରେ, ରଣବୀର କପୁର ଏହି ଚଳଚ୍ଚିତ୍ର ସହ ଜଡ଼ିତ କିଛି ଘଟଣା ଫ୍ୟାନ୍ସମାନଙ୍କ ସହ ବର୍ଣ୍ଣନା କରିଛନ୍ତି। ଏହି ଆଲୋଚନା ସମୟରେ, ଅଭିନେତା ଜଣକ ନିଜର ପ୍ରିୟ ଝିଅ ରାହା କପୁରଙ୍କୁ ନେଇ ଏକ ମଜାଦାର କଥା ମଧ୍ୟ କହିଛନ୍ତି। ସେ କହିଲେ, "ରାହା ରାମାୟଣ ଦେଖିଲେ କେଉଁଆଡେ ଉଠିକି ବି ଯାଏନି। ବାରମ୍ବାର ରାମାୟଣ ଲଗାଇବାକୁ କହେ। ସେଥିପାଇଁ ଆଲିଆ ଏବଂ ମୁଁ ପ୍ରାୟତଃ ତାଙ୍କୁ ରାମାୟଣ କାହାଣୀ ଶୁଣାଇଥାଉ। ଚଳଚ୍ଚିତ୍ରର ସୁଟିଂ ସମୟରେ, ରାହା ଅନେକ ଥର ସେଟକୁ ଆସିଥିଲେ। ଏପରିକି ସେ ସାଇ ପଲ୍ଲବୀ ଏବଂ ରବି ଦୁବେ (ଯିଏ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଛନ୍ତି)ଙ୍କ ସହ କିଛି ଦୃଶ୍ୟରେ ମଧ୍ୟ ନଜର ଆସିଛନ୍ତି।"
ଏଥି ସହ ପଢନ୍ତୁ:   ବ୍ରହ୍ମମୁହୂର୍ତ୍ତରେ ଆସିଲା ‘ରାମାୟଣ’ ଟ୍ରେଲର, ରଣବୀରଙ୍କ 'ରାମ' ଓ ୟଶଙ୍କ 'ରାବଣ' ଲୁକ୍ ଭାଇରାଲ୍
  • ଚଳଚ୍ଚିତ୍ରରେ ନଜର ଆସିବେ ରାହା

ଅଭିନେତା ଆହୁରି ମଧ୍ୟ କହିଛନ୍ତି, "ମୁଁ ବହୁତ ଖୁସି ଯେ ରାହା ଏହି ମୁଭିର ଏକ ଛୋଟ ଅଂଶ ହୋଇପାରିଛି। ବର୍ତ୍ତମାନ ସେ ପରଦାରେ ଏହି କାହାଣୀକୁ ଆଗକୁ ବଢ଼ୁଥିବାର ଦେଖିପାରିବ।" ରଣବୀର କପୁରଙ୍କ ଏହି ଖୁଲାସା ପରେ, ଚଳଚ୍ଚିତ୍ରଟିକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଯାଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଶଂସକମାନେ ରାହାଙ୍କୁ ପରଦାରେ ଦେଖିବାକୁ ପାଇବେ, ଯଦିଓ ସେ କେବଳ କିଛି ଦୃଶ୍ୟରେ ହିଁ ନଜର ଆସିବେ। ଉଲ୍ଲେଖନୀୟ ବିଷୟ ହେଉଛି, ଚଳଚ୍ଚିତ୍ରର ଟ୍ରେଲରରେ ରାହାଙ୍କୁ ଦେଖିବାକୁ ମିଳୁନାହିଁ। ଏହା ବ୍ୟତୀତ, ସୁଟିଂ ସମୟରେ ରାହା ପ୍ରାୟତଃ ନିଜ ବାପା ରଣବୀର କପୁରଙ୍କୁ 'ରାମ' ବେଶରେ ଦେଖୁଥିଲେ।

  • ରାହା ଆସିବାରୁ ରଣବୀରଙ୍କ ଜୀବନ ବଦଳିଛି

ରଣବୀର ଆଉ ଏକ ସତ କହିଛନ୍ତି ଯେ, ଏହି ଫିଲ୍ମ ତାଙ୍କୁ ସେତେବେଳେ ଅଫର ହୋଇଛି ଯେତେବେଳେ ସେ ପ୍ରଥମଥର ପାଇଁ ପିତା ହୋଇଥିଲେ। ତେବେ ଏହି ମୁଭିର କ୍ରେଡିଟ ଅଭିନେତା ରାହାଙ୍କୁ ଦେଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ରାହା ମୋ ଜୀବନରେ ଆସିବାରୁ ମୋ ଜୀବନ ପୁରାପୁରି ବଦଳିଯାଇଛି। ମୁଁ କେବେ ଭାବିନଥିଲି ଯେ, ମୁଁ ଘରର ସବୁ ଦାୟିତ୍ବ ନେବି। ଏବେ ସବୁ ଦାୟିତ୍ବ ତୁଲାଉଛି। ରାମାୟଣ ଥିଏଟରରେ ନଭେମ୍ବର ୫ ତାରିଖରେ ରିଲିଜ ହେବ। ଏହାର ଦ୍ବିତୀୟ ଭାଗ ୨୦୨୭ ମସିହାରେ ଦୀପାବଳି ଅବସରରେ ରିଲିଜ କରାଯିବ। ଏହି ଫିଲ୍ମରେ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ। ସାଇ ପଲ୍ଲବୀ ସୀତାଙ୍କ ଭୂମିକା ଏବଂ ରାମ ଭୂମିକାରେ ରଣବୀର ନିଜର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରିଛନ୍ତି । ରାବଣ ଭୂମିକାରେ ସାଉଥ ଅଭିନେତା ୟଶ ନଜର ଆସିବେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: