Kapil Sharma / କପିଲ ଶର୍ମାଙ୍କ କାଫେ ଉପରେ ତୃତୀୟ ଥର ଫାୟାରିଂ, ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ବିଶ୍ନୋଇ ଗ୍ୟାଙ୍ଗ

Key Points
କମେଡିଆନ କପିଲ ଶର୍ମାଙ୍କ କାଫେ ଉପରକୁ ପୁଣି ଗୁଳିମାଡ଼। କାନାଡାର ସର୍ରେ ଥିବା କପିଲଙ୍କ କାଫେ ‘କାପ୍ସ’ ଉପରେ ପୁଣି ଥରେ ଫାୟାରିଂରେ ହୋଇଛି।
କମେଡିଆନ କପିଲ ଶର୍ମାଙ୍କ କାଫେ ଉପରକୁ ପୁଣି ଗୁଳିମାଡ଼। କାନାଡାର ସର୍ରେ ଥିବା କପିଲଙ୍କ କାଫେ ‘କାପ୍ସ’ ଉପରେ ପୁଣି ଥରେ ଫାୟାରିଂରେ ହୋଇଛି। ତିନି ଥର ଫାୟାରିଂ କରାଯାଇଥିବା ଦାବି କରାଯାଉଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣ ପାଇଁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଢିଲ୍ଲୋ ଏବଂ କୂଲଦୀପ ସିଦ୍ଧୁ ଏକ ସୋସିଆଲ ମିଡିଆ ପୋଷ୍ଟ କରି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି, ‘‘ଓ୍ବାହେଗୁରୁ ଜୀଙ୍କ ଖାଲସା, ଓ୍ବାହେଗୁରୁ ଜୀଙ୍କ ଫତେହ... ଆଜି କାପ୍ସ କାଫେ ଉପରେ ତିନି ଥର ଫାୟାରିଂ କରାଯାଇଛି। କୂଲବୀର ସିଦ୍ଧୁ ଏବଂ ଗୋଲ୍ଡି ଢିଲ୍ଲୋ ଏହି ଆକ୍ରମଣ କରିଛନ୍ତି।’’
ପବନଙ୍କୁ ଅପମାନିତ କରାଯାଇଛି, ଏଭଳି ମହିଳାଙ୍କ ସହ ସେ କେମିତି ରହିବେ: ପବନଙ୍କ ଓକିଲ
ପୋଷ୍ଟରେ ଆହୁରି ଲେଖାଯାଇଛି, ‘‘ଆମର ସାଧାରଣ ଲୋକଙ୍କ ସହ କୌଣସି ଶତ୍ରୁତା ନାହିଁ। ଯେଉଁମାନଙ୍କ ସହ ଶତ୍ରୁତା ରହିଛି, ସେମାନେ ଆମଠାରୁ ଦୂରରେ। ଯେଉଁମାନେ ଅବୈଧ କାମ କରୁଛନ୍ତି। ଲୋକଙ୍କୁ କାମ କରାଇ ଟଙ୍କା ଦେଉନାହାଁନ୍ତି, ସେମାନେ ବି ପ୍ରସ୍ତୁତ ରୁହନ୍ତୁ। ଯିଏବି ବଲିଉଡରେ ଧର୍ମ ବିରୋଧରେ କହୁଛନ୍ତି, ସେମାନେ ମଧ୍ୟ ପ୍ରସ୍ତୁତ ରୁହନ୍ତୁ। ଗୁଳି କେଉଁଠୁ ବି ଆସିପାରେ। ଓ୍ବାହେଗୁରୁଙ୍କ ଖାଲସା, ଓ୍ବାହେଗୁରୁ ଜୀଙ୍କ ଫତେହ।’’ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ କପିଲ ଶର୍ମାଙ୍କ କାଫେ ଉପରେ ଫାୟାରିଂ ହୋଇଥିଲା।
📱 Get Argus News App
✨କାପ୍ସ କାଫେ ଉପରେ ଆକ୍ରମଣ ଅଗଷ୍ଟ ପହିଲାରେ ଆକ୍ରମଣ ହୋଇଥିଲା। ଏକ ମାସ ଭିତରେ ପୁଣି ଦ୍ବିତୀୟ ଥର ଆକ୍ରମଣ ହୋଇଥିଲା। ଏଥିରେ ୨୫ ରାଉଣ୍ଡ ଫାୟାରିଂ ହୋଇଥିଲା। ସେତେବେଳେ ମଧ୍ୟ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡ଼ିତ ଗୋଲ୍ଡି ଢିଲ୍ଲୋ ସୋସିଆଲ ମିଡିଆ ପୋଷ୍ଟରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଆଉ କପିଲ ଶର୍ମାକୁ ଧମକ ଦେଇଥିଲା।
Related Topics
Explore more stories