କମୁଛି କପିଲ ଶର୍ମାଙ୍କ ସୋ' 'ଦ ଗ୍ରେଟ ଇଣ୍ଡିଆନ କପିଲ ସୋ' ର କ୍ରେଜ୍

ଅର୍ଗସ ବ୍ୟୁରୋ : କମେଡି କିଙ୍ଗ କପିଲ ଶର୍ମାଙ୍କ ସୋ' "ଦ ଗ୍ରେଟ ଇଣ୍ଡିଆନ କପିଲ ସୋ' ର ସିଜିନ୍ ୨ ନେଟଫ୍ଲିକ୍ସରେ ଆସିସାରିଛି । ଯାହାର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଏବଂ କରନ ଜୋହର 'ଜିଗରା' ର ପ୍ରମୋସନ ପାଇଁ ଆସିଥିଲେ। ଯେଉଁଥିରେ ଅନେକ ମଜାମସ୍ତି ସତ୍ତ୍ବେ ମଧ୍ୟ ଏହା ସିଜିନ୍ ୧ର ପ୍ରଥମ ଏପିସୋଡ ଠାରୁ ମଧ୍ୟ ଖୁବ କମ ଭିୟୁ ଆସିଛି । କୁହାଯାଉଛି, ଏହି ଏପିସୋଡ ଦର୍ଶକଙ୍କୁ ଏତେ ପସନ୍ଦ ଆସିନି ।
ଅଧିକ ପଢନ୍ତୁ : ୨୨ ବର୍ଷର ଚନ୍ଦ୍ର ପ୍ରକାଶ ଜିତିଲେ ୧ କୋଟି ଟଙ୍କା
ନେଟଫ୍ଲିକ୍ସର ଗ୍ଲୋବାଲ ଟପ ୧୦ ଲିଷ୍ଟ ଭିତରେ ରହିଛି, ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ । ୨୨ ସେପ୍ଟେମ୍ବରରରେ ଏହାର ସିଜିନ୍ ୨ ଡେବ୍ୟୁ ହୋଇଥିଲା । ଏହାର ପ୍ରଥମ ଏପିସୋଡରେ ଏହା ମାତ୍ର ୧.୨ ମିଲିୟନ ଅର୍ଥାତ ୧୨ ଲକ୍ଷ ଦର୍ଶକ ଏହାକୁ ଦେଖିଥିଲେ । ହେଲେ ଏହାର ପ୍ରଥମ ସିଜିନର ରଣବୀର କପୁର ଆସିଥିବା ଏପିସୋଡରେ ୨୪ ଲକ୍ଷ ଭିୟୁ ଯାଇଥିଲା । ପ୍ରଥମେ ଏହା ଟପ ୧୦ର ନମ୍ବର ୫ ଲିଷ୍ଟରେ ଥିବା ବେଳେ ଏବେ ୮ ନମ୍ବର ଲିଷ୍ଟକୁ ଖସି ଆସିଛି ।