Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୋଦିଙ୍କୁ ଭେଟିଲେ କପୁର୍ ପରିବାର , ରାଜ୍ କପୁର୍‌ଙ୍କ ଜନ୍ମବାର୍ଷିକି ପାଇଁ ଦେଲେ ନିମନ୍ତ୍ରଣ

Entertainment

ମୋଦିଙ୍କୁ ଭେଟିଲେ କପୁର୍ ପରିବାର , ରାଜ୍ କପୁର୍‌ଙ୍କ ଜନ୍ମବାର୍ଷିକି ପାଇଁ ଦେଲେ ନିମନ୍ତ୍ରଣ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମୋଦିଙ୍କୁ ଭେଟିଲେ କପୁର୍ ପରିବାର , ରାଜ୍ କପୁର୍‌ଙ୍କ ଜନ୍ମବାର୍ଷିକି ପାଇଁ ଦେଲେ ନିମନ୍ତ୍ରଣ

Key Points

  • ମୋଦିଙ୍କୁ ଭେଟିଲେ କପୁର୍ ପରିବାର
  • ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଇଁ ଦେଲେ ନିମନ୍ତ୍ରଣ 
  • ଡିସେମ୍ବର ୧୪ରେ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ

ଅର୍ଗସ ବ୍ୟୁରୋ : ମୋଦିଙ୍କୁ ଭେଟିଲେ କପୁର ଫ୍ୟାମିଲି। ଅଭିନେତା ରାଜ କପୁରଙ୍କ ଶହେ ତମ ଜୟନ୍ତୀରେ ଆୟୋଜିତ ହେବାକୁ ଯାଉଛି ଚଳଚ୍ଚିତ୍ର ମହୋତ୍ସବ । ଜୟନ୍ତୀ ଉତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଦେବାକୁ ପହଞ୍ଚିଥିଲେ ପୁରା କପୁର ପରିବାର । ରଣବୀର କପୁର, ଆଲିଆ ଭଟ୍ଟ, ନୀତୁ ସିଂ, କରୀନା କପୁର , ସୈଫ ଅଲ୍ଲି ଖାନ, କରିସ୍ମା କପୁର, ଏବଂ ଅନ୍ୟ ପରିବାର ସଦସ୍ୟ ପିଏମ ମୋଦିଙ୍କୁ ଭେଟି କଲେ ନିମନ୍ତ୍ରଣ । ରାଜ କପୁର୍ ଙ୍କ ଫିଲ୍ମ ଏବଂ ଜୀବନକୁ ନେଇ ଲମ୍ବା ସମୟ ଧରି ହୋଇଥିଲା ଆଲୋଚନା । ରାଜକପୁର ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଦେଶକୁ ପ୍ରେରଣାର ବାର୍ତ୍ତା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ନୂଆ ପିଢି ରାଜ କପୁରଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ଦ୍ବାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ରାଜ କପୁର୍ ଙ୍କ ଶହେ ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯିବ। ପିଏମ ମୋଦି ନିଶ୍ଚିତ ଭାବେ ଆସିବେ ବୋଲି ପରିବାରର ସମସ୍ତ ସଦସ୍ୟ ଆଶା ପ୍ରକଟ କରିଛନ୍ତି। ଡିସେମ୍ବର ୧୪ରେ ଜନ୍ମ ବାର୍ଷିକୀ ପାଳନ କରିବାକୁ ପିଭିଆର୍ ଆଇନକ୍ସ ଲିମିଟେଡ ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରୁଛି | ୧୩ ରୁ ୧୫ ଡିସେମ୍ବର ମଧ୍ୟରେ ୪୦ଟି ସହରର ୧୬୦ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ ରାଜ କପୁରଙ୍କ ଚଳଚ୍ଚିତ୍ର  । ରାଜ କପୁରଙ୍କ ୧୦୦ ବର୍ଷ ପୂରଣ କପୁର ପରିବାର ଏବଂ ପୁରା ହିନ୍ଦୀ ସିନେମା ଜଗତ ପାଇଁ  ଏକ ବଡ ଉତ୍ସବର ଅବସର ସୃଷ୍ଟି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kapoor family met Modi | Argus News