Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Dharmendra Passed Away / ଧର୍ମେନ୍ଦ୍ରଙ୍କ ନିଧନରେ ଭାବୁକ ହେଲେ କରଣ ଜୋହର: ଅମିତାଭ ବଚ୍ଚନ ଏବଂ ଆମିର ଖାନ ପହଞ୍ଚିଲେ ଶ୍ମଶାନଘାଟରେ

Ritu Das
Browse all articles by Ritu Das
·7 months ago·2 min read
ଧର୍ମେନ୍ଦ୍ରଙ୍କ ନିଧନରେ ଭାବୁକ ହେଲେ କରଣ ଜୋହର: ଅମିତାଭ ବଚ୍ଚନ ଏବଂ ଆମିର ଖାନ ପହଞ୍ଚିଲେ ଶ୍ମଶାନଘାଟରେ

Key Points

ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।
ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ୫୦ ଜଣ ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।



ଏହାସହ ପଢ଼ନ୍ତୁ: ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ, ହେଲେ ଶେଷ ଫିଲ୍ମ ଦେଖିବାକୁ ରହିଲେନି...




ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଇନଷ୍ଟାରେ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ଘରକୁ ଅନେକ ସେଲିବ୍ରିଟି ପହଞ୍ଚିବା ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଧଳା ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଘର ବାହାରେ ଦିବଂଗତ ଅଭିନେତାଙ୍କ ନାତି କରଣ ଦେଓଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ଦୁଃଖିତ ଦେଖାଯାଉଛନ୍ତି।

ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର ଇନ୍ ଷ୍ଟାଗ୍ରାମରେ ଦିବଂଗତ ଅଭିନେତା ଧର୍ମେନ୍ଦ୍ରଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି। ତାଙ୍କ ଫଟୋ ସହିତ, କରଣ ତାଙ୍କ ସହିତ କାମ କରିବାର ସୁଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, "ଏହା ଏକ ଯୁଗର ଅନ୍ତ... ଜଣେ ବିଶାଳ ମେଗା ଷ୍ଟାର... ମୁଖ୍ୟଧାରାର ସିନେମାରେ ସେ ଥିଲେ ସୁନ୍ଦର ନାୟକ...ଅତ୍ୟନ୍ତ ସୁନ୍ଦର ଏବଂ ସ୍କ୍ରିନରେ ଥିଲେ ସବୁଠାରୁ ଭୟଙ୍କର....ସେ ଭାରତୀୟ ସିନେମାର ଜଣେ ପ୍ରକୃତ କିମ୍ବଦନ୍ତୀ ଅଟନ୍ତି ଏବଂ ସର୍ବଦା ରହିବେ... ସିନେମା ଇତିହାସର ପୃଷ୍ଠାରେ ପରିଭାଷିତ ଏବଂ ସମୃଦ୍ଧ ଭାବରେ ଲେଖାଯାଇଛି... ସ ଜଣେ ସର୍ବୋତ୍ତମ ମଣିଷ ଥିଲେ... ବଲିଉଡ ଇଣ୍ଡଷ୍ଟ୍ରିରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ।"



ଏହାସହ ପଢ଼ନ୍ତୁ: ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଡ଼ ବୟାନ; 'ମାନୁନଥିଲେ ପରାମର୍ଶ, ଆସୁନଥିଲା ପରିବାର'

ଧର୍ମେନ୍ଦ୍ରଙ୍କ ନିଧନ ଖବର ଶୁଣିବାପରେ ବଲିଉଡର ସମସ୍ତ କଳାକାର ତାଙ୍କ ଅନ୍ତିମ ଦର୍ଶନ ପାଇଁ ଶ୍ମଶାନ ଘାଟ ପହଞ୍ଚିଛନ୍ତି। ଅନ୍ୟପକ୍ଷେ ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ଧରମଜୀଙ୍କୁ ଅନ୍ତିମ ବିଦାୟ ଦେବାକୁ ପହଞ୍ଚିଛନ୍ତି।



ପୂର୍ବରୁ ମୃତ୍ୟୁକୁ ନେଇ ହୋଇଥିଲା ଗୁଜବ


ଧର୍ମେନ୍ଦ୍ରଙ୍କୁ ପୂର୍ବରୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୧୦ ତାରିଖରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବାରୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏହି ଗୁଜବ ପରେ ଝିଅ ଈଶା ଦେଓଲ ଏବଂ ପତ୍ନୀ ହେମା ମାଳିନୀ ସୋସିଆଲ ମିଡିଆରେ ପୋଷ୍ଟ କରି ଖବର ମିଛ ବୋଲି କହିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Karan Johar Gets Emotional on Dharmendra’s Death; Amitabh & Aamir Attend Cremation | Argus News