Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କହିଲେ ପ୍ରଭାସଙ୍କୁ ପଛରେ ପକାଇବେ ଏନଟିଆର

Banajyotshna Ray
Browse all articles by Banajyotshna Ray
·1 year ago·2 min read
କହିଲେ ପ୍ରଭାସଙ୍କୁ ପଛରେ ପକାଇବେ ଏନଟିଆର

ଅର୍ଗସ ବ୍ୟୁରୋ:  କହୁ କହୁ ସତ କହିଗଲେ କରଣ ଜୋହର। ଭବିଷ୍ୟବାଣୀ କରି ଚର୍ଚ୍ଚାରେ କରଣ। କହିଲେ ପ୍ରଭାସଙ୍କୁ ପଛରେ ପକାଇବେ ଜୁନିଅର ଏନଟିଆର । କେବଳ ସେତିକି ନୁହେଁ, ସାଉଥ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଧିରେ ଧିରେ ହିନ୍ଦୀ ସିନେମା ଦୁନିଆରେ ପାଦ ଥାପିଲାଣି। କରଣ ଜୋହରଙ୍କ ଏହି କଥାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ। ପ୍ରକୃତ ଘଟଣାକ୍ରମ କିଛି ଏପରି ରହିଛି। ବର୍ତ୍ତମାନ କରଣ ଜୋହର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ 'ଦେବରା'ର ହିନ୍ଦୀ ଡବିଙ୍ଗର ପ୍ରଭାସଙ୍କ 'ବାହୁବଳୀ'କୁ ପଛରେ ପକାଇବା କ୍ଷମତାରେ ନିଜ ବିଚାରକୁ ରଖିଛନ୍ତି। ବଲିଉଡରେ ଜଣେ ପ୍ରମୁଖ ବ୍ୟକ୍ତି, ଜୋହର ଫିଲ୍ମର ସମ୍ଭାବନାମାନ ଏବଂ ଏନଟିଆର ଜୁନିଅରଙ୍କ ବଢ଼ୁଥିବା ଲୋକପ୍ରିୟତା ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି। କରଣ ଜୋହର ଏହି କଥାକୁ ନେଇ ଦାବି କରିଛନ୍ତି ଯେ, ଜୁନିୟର ଏନଟିଆର ଲଗାତାର ହିନ୍ଦୀ ଭାଷାରେ ନିଜ ଲୋକପ୍ରିୟତା ହାସଲ କରୁଛନ୍ତି।

ଆରଆରଆରରେ ତାଙ୍କ ଅଭିନୟ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଯେଉଁଥିରେ ଦେବରାରେ ତାଙ୍କୁ ସଫଳତା ମିଳପାରେ। ଜୋହରଙ୍କ ଅନୁସାରେ, ଏନଟିଆର ଜୁନିୟରଙ୍କ ଦମଦାର ଆକ୍ଟିଙ୍କ ଏବଂ ତାଙ୍କ ଡାୟଲଗ ଡେଲିଭରୀ ଫ୍ୟାନ୍ସଙ୍କୁ ଦିଓ୍ୱାନା କରିଛି। କରଣ ଆଗକୁ ଆହୁରି କହିଛନ୍ତି ଯେ, ଜୁନିୟର ଏନଟିଆର ଏକ ଅଭିନେତା, ଯାହାଙ୍କ ସ୍କ୍ରିନ ଉପରେ ତାଙ୍କର ଉପସ୍ଥିତି ଅବିଶ୍ୱସନୀୟ। ଆରଆରଆରରେ ତାଙ୍କ ଭୂମିକା କେବଳ ଏକ ଝଲକ ଥିଲାଯେ, ସେ କଣ କରିପାରିବେ, ଏବଂ ମୋ ଅନୁଯାୟୀ, ଦେବରା ତାଙ୍କ ପ୍ରତିଭାକୁ ଆହୁରି ଅଧିକ ଉଜାଗର କରିବ।

ପ୍ରଭାସ ଏବଂ ଜୁନିୟର ଏନଟିଆରଙ୍କ ଭଳି ସାଉଥ ସୁପରଷ୍ଟାରଙ୍କ ଫିଲ୍ମ ହିନ୍ଦୀ ଭର୍ଜନରେ ଫ୍ୟାନ୍ସକୁ ପସନ୍ଦ ଆସୁଛି। ଏହି ତାଲିକାରେ ବାହୁବଳୀ, ଆରଆରଆର ଏବଂ କଳ୍କି ଏଡି ୨୮୯୮ ଭଳି ହାଇ ବଜେଟ ଫିଲ୍ମରେ ସାମିଲ ଅଛି। ଦେବରାକୁ ନେଇ ଉତ୍ସୁକତା ସ୍ପଷ୍ଟ ଦେଖାଯାଉଛି ଯେ, ପ୍ରଶଂସକ ଧର୍ଯ୍ୟର ସହ ରିଲିଜର ଅପେକ୍ଷା କରିଛନ୍ତି। ଦେବରା ଫିଲ୍ମଟି ସେପ୍ଟେମ୍ୱର ୨୭ରେ ରିଲିଜ ହେବାକୁ ଥିବାବେଳେ ସିନେପ୍ରେମୀଙ୍କ ମଧ୍ୟରେ ଏବେଠୁ ଉତ୍ସୁକତା ଦେଖିବାକୁ ମିଳିଛି। ତେବେ ଫିଲ୍ମଟି ପରଦାକୁ ଆସିବା ପରେ ହିଁ ଏହା ବକ୍ସ ଅଫିସରେ କେତେ ରୋଜଗାର କରୁଛି ତାହା ଜଣାପଡିବ। ଏବଂ କେଉଁ କେଉଁ ଫିଲ୍ମକୁ ପଛରେ ପକାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

Sponsored
Karan Johar recollects how Jr NTR ‘impacted’ the box office | Argus News