ରିଆଲିଟି ଶୋ 'ଖତରୋଁ କେ ଖିଲାଡି ୧୪', ବିଜେତା ହେଲେ କରଣ

ଅର୍ଗସ ବ୍ୟୁରୋ: ରିଆଲିଟି ଶୋ 'ଖତରୋଁ କେ ଖିଲାଡି ୧୪'। ଏହାର ବିଜେତା ହୋଇଛନ୍ତି କରଣ ବୀର ମେହେରା । ରୋହିତ ଶେଟ୍ଟୀଙ୍କ ସବୁଠାରୁ ଲୋକପ୍ରିୟ ଷ୍ଟଣ୍ଟ ରିଆଲିଟି ଶୋ 'ଖତରୋଁ କେ ଖିଲାଡି '। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ କରଣ ଲୋକପ୍ରିୟ ରିଆଲିଟି ସୋ ଖତରୋଁ କେ ଖିଲାଡି ସିଜନ ୧୪ରେ ଟାଇଟଲ ଜିତିଛନ୍ତି। ଗ୍ରାଣ୍ଡ ଫାଇନାଲର ଶେଷ ଷ୍ଟଣ୍ଟରେ କରଣ ପ୍ରତ୍ୟେକ ବିପଜ୍ଜନକ ଷ୍ଟଣ୍ଟକୁ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଏହି ଶୋ' ଜିତିବା ପରେ କରଣ ଟ୍ରଫି, ପୁରସ୍କାର ରାଶି ଏବଂ ଏକ କାର ପାଇଥିଲେ। ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୯ସେପ୍ଟେମ୍ୱରରେ ଶୋ'ର ବିଜେତା ଘୋଷଣା ହୋଇଥିଲା। କରଣ କେବଳ 'ଖତରୋଁ କେ ଖିଲାଡି ୧୪' ଟ୍ରଫି ନାହାନ୍ତି ବରଂ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଏକ ଟୟୋଟା କାର ମଧ୍ୟ ଜିତିଥିଲେ।
କରଣ ଶୋରେ ପ୍ରତ୍ୟେକ ଷ୍ଟଣ୍ଟ ଏବଂ ଟାସ୍କକୁ ବହୁତ ଉତ୍ସାହର ସହିତ ପ୍ରଦର୍ଶନ କରିଛନ୍ତି। କରଣ ମେହେରା ଟ୍ରଫି ସହିତ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫାଇନାଲରେ କରଣ ବୀର, ଅଭିଷେକ କୁମାର, ଗଶ୍ମିର ମହାଜନୀ, ଶାଲିନ ଭନୋତ୍ ଏବଂ କୃଷ୍ଣା ଶ୍ରଫଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ। ସମସ୍ତଙ୍କୁ ପଛରେ ପକାଇ କରଣ ବୀର ଟାଇଟଲ ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

