Videos
|
Entertainment

କରୀନା କପୁର ଖାନଙ୍କୁ କୋର୍ଟ ନୋଟିସ୍‌, ୭ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କରୀନା କପୁର ଖାନଙ୍କୁ କୋର୍ଟ ନୋଟିସ୍‌, ୭ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ:  ବେବୋଙ୍କୁ କୋର୍ଟରୁ ନୋଟିସ୍‌। ମାନେ ବଲିଉଡ ଅଭିନେତ୍ରୀ ର କରୀନା କପୁର ଖାନଙ୍କୁ କୋର୍ଟ ନୋଟିସ ମିଳିଛି। ଯେଉଁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କାହିଁକି କରୀନାଙ୍କୁ ନୋଟିସ୍‌ ଆସିଛି ବୋଲି ଫ୍ୟାନ୍ସଙ୍କ ଗହଣରେ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ ପଠାଇ ଜବାବ ମାଗିଛନ୍ତି।୩ ବର୍ଷ ପୂର୍ବରୁ କରୀନା ନିଜର ପ୍ରେଗନାନ୍ସି ଯାତ୍ରାକୁ ନେଇ ଏକ ପୁସ୍ତକ ଲଞ୍ଚ କରିଥିଲେ। ପୁସ୍ତକର ଟାଇଟଲ ଥିଲା 'କରୀନା କପୁର ପ୍ରେଗନାନ୍ସି ବାଇବେଲ'। ଏବେ ବାଇବେଲ ଶବ୍ଦର ବ୍ୟବହାରକୁ ନେଇ ବିବାଦ ଦେଖାଯିବା ପରେ ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ ପଠାଇଛନ୍ତି । ୭ ଦିନ ଭିତରେ ନୋଟସର ଜବାବ ଦେବାକୁ କରୀନାଙ୍କୁ କୁହାଯାଇଛି। ଏଥିସହ ବହି ବିକ୍ରେତାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି।

ସେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ୨୦୨୧ ମସିହାରେ ପ୍ରକାଶିତ 'କରୀନା କପୁର ପ୍ରେଗନାନ୍ସି ପାଇବେଲ' ପୁସ୍ତକରେ ୪୩ ବର୍ଷୀୟା କରୀନା ନିଜର ପ୍ରେଗନାନ୍ସି ଜର୍ଣ୍ଣି ବିଷୟରେ ଟିପ୍ସ ଦେଇଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kareena Kapoor gets a notice from Madhya Pradesh High Court for naming her pregnancy book name as 'Pregnancy Bible' | Argus News