ରିସ୍କ ଇଟ୍, ଫେକ୍ ଇଟ୍, ଷ୍ଟିଲ୍ ଇଟ୍: କରୀନା କପୁର ଖାନ୍

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ବେବୋଙ୍କ ଜ୍ୟାକେଟ୍। ବଲିଉଡ଼ର ବେବୋ ଭାବେ ପରିଚିତ କରୀନା କପୁର ଖାନ୍ । ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜର ସମସ୍ତେ ଦିୱାନା ନିକଟରେ ସେ ସୈଫ ଅଲି ଖାନ୍ ଏବଂ ପିଲାଙ୍କ ସହ ଏୟାରପୋର୍ଟରେ ନଜର ଆସିଥିଲେ । ଏହି ସମୟରେ କରୀନାଙ୍କ ଜ୍ୟାକେଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ସୈଫ ମେରୁନ୍ ରଙ୍ଗର କୁର୍ତ୍ତା ସହ ଧଳା ରଂଗର ପାଇଜାମା ପିନ୍ଧିଥିଲେ । ସେହିପରି କରୀନା କଳା ରଂଗର ଟ୍ରାଉଜର ସହ ଧଳା ରଂଗର ଟି-ସାର୍ଟ ଏବଂ ଡେନିମ୍ ଜ୍ୟାକେଟରେ ନଜର ଆସିଥିଲେ ।
କରୀନାଙ୍କ ଜ୍ୟାକେଟ୍ରେ ଲେଖାଥିଲା, ରିସ୍କ ଇଟ୍, ଫେକ୍ ଇଟ୍, ଷ୍ଟିଲ୍ ଇଟ୍ । ବର୍ତ୍ତମାନ କରୀନାଙ୍କ ଫ୍ୟାମିଲି ଫଟୋ ସହ ଏହି ଜ୍ୟାକେଟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ କରୀନା କପୁର ତାଙ୍କ ଆଗାମୀ ଫିଲ୍ମ- ‘କ୍ରୁ’ର ପ୍ରୋମୋସନ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମ- ‘କ୍ରୁ’ର ଟ୍ୟାଗ୍ ଲାଇନ୍ ହେଉଛି- ରିସ୍କ ଇଟ୍, ଫେକ୍ ଇଟ୍, ଷ୍ଟିଲ୍ ଇଟ୍ । ଯାହା କରୀନାଙ୍କ ଜ୍ୟାକେଟରେ ଲେଖା ହୋଇଥିଲା ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: