Videos
|
Entertainment

‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫି’ ବଢ଼ାଇଛନ୍ତି

Ritu Das
Browse all articles by Ritu Das
·1 year ago·1 min read
‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫି’ ବଢ଼ାଇଛନ୍ତି

ଅର୍ଗସ ବ୍ୟୁରୋ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମର ମୁଖ୍ୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ୪୫ରୁ ୫୦କୋଟି ଟଙ୍କା ଫି’ ଆକାରରେ ପ୍ରଦାନ କରାଯାଇଛି। ‘ଭୁଲ୍‌ ଭୁଲୈୟା ୨’ରେ ରୁହ ବାବାଙ୍କ ଭୂମିକାରେ ଅଭିନୟ କରିଥିବା କାର୍ତ୍ତିକଙ୍କୁ ୧୫ କୋଟି ଟଙ୍କା ଫି’ ଭାବେ ମିଳିଥିଲା। ତେବେ କାର୍ତ୍ତିକଙ୍କ ଫି’ ଏବେ ୨୩୩% ବୃଦ୍ଧି ପାଇଛି। ୨୦୨୨ରେ ରିଲିଜ୍‌ ହୋଇଥିବା ‘ଭୁଲ୍‌ ଭୁଲୈୟା ୨’ରେ କାର୍ତ୍ତିକଙ୍କ ସହ ଅଭିନେତ୍ରୀ କିଆରା ଆଡ଼ଭାନୀ ଏବଂ ତବୁ ନଜରକୁ ଆସିଥିଲେ। ଅଭିନେତ୍ରୀ ବିଦ୍ୟା ବାଲାନ୍‌ ମୂଳ ‘ଭୁଲ୍‌ ଭୁଲୈୟା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ ଫିଲ୍ମର ତୃତୀୟ ସିକ୍ୱେଲ ‘ଭୁଲ୍‌ ଭୁଲୈୟା ୩’ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ବିଦ୍ୟା ପୁଣି ଥରେ ତାଙ୍କ ଆଇକନିକ୍‌ ମଞ୍ଜୁଲିକା ଚରିତ୍ରରେ ନଜରକୁ ଆସିବେ। ରିପୋର୍ଟ ଅନୁଯାୟୀ, ବିଦ୍ୟାଙ୍କୁ ଏହି ଫିଲ୍ମ ପାଇଁ ୧୦ କୋଟି ଟଙ୍କାର ଫି’ ପ୍ରଦାନ କରାଯାଇଛି।

ସେହିପରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ମଧ୍ୟ ‘ଭୁଲ୍‌ ଭୁଲୈୟା ୩’ରେ ଦେଖିବାକୁ ମିଳିବ। ମାଧୁରୀଙ୍କୁ ଫିଲ୍ମ ପାଇଁ ପ୍ରାୟ ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସମ୍ପ୍ରତି ବିଦ୍ୟା ଏବଂ ମାଧୁରୀଙ୍କ ଯୋଡ଼ିର ‘ଆମି ଜେ ତୋମାର’ ଗୀତ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କୁ କାର୍ତ୍ତିକଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ତୃପ୍ତିଙ୍କୁ ତାଙ୍କ ଭୂମିକା ପାଇଁ ୮୦ ଲକ୍ଷ ଟଙ୍କା ଫି’ ଆକାରରେ ଦିଆଯାଇଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Karthik Aryan, | Argus News