Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ କାର୍ତ୍ତିକ ଆର୍ଯ୍ୟନଙ୍କ ମଉସା-ମାଉସୀ ମୃତ

Entertainment

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ କାର୍ତ୍ତିକ ଆର୍ଯ୍ୟନଙ୍କ ମଉସା-ମାଉସୀ ମୃତ

Ritu Das
Browse all articles by Ritu Das
·1 year ago·1 min read
ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ କାର୍ତ୍ତିକ ଆର୍ଯ୍ୟନଙ୍କ ମଉସା-ମାଉସୀ ମୃତ

ଅର୍ଗସ ବ୍ୟୁରୋ: ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ବୁଧବାର ଉକ୍ତ ଘଟଣାସ୍ଥଳରୁ ଦୁଇ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଜଣାପଡ଼ିଛି ଯେ, ଦୁର୍ଘଟଣାରେ ଯେଉଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ସେମାନେ ହେଉଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କୀୟ। ଅଭିନେତା ଗୁରୁବାର ସେମାନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇଥିଲେ। ଏହି ହୋର୍ଡିଂ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଛି।

ମେ' ୧୩ ତାରିଖରେ ମୁମ୍ବାଇ ଘାଟକୋପର ଅଞ୍ଚଳରେ ବଡ଼ ଦୁର୍ଘଟଣା ହୋଇଥିଲା। ହଠାତ ମୁମ୍ବାଇରେ ପ୍ରବଳ ଝଡ଼ ତୋଫାନ ଆସିଥିଲା। ଝଡ଼ ତୋଫାନ କାରଣରୁ ଏକ ବଡ଼ ହୋର୍ଡିଂ ପେଟ୍ରୋଲ ପମ୍ପ ନିକଟରେ ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୬ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୭୪ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପରିବାର ଲୋକଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି। କାରଣ ମୃତକଙ୍କ ମଧ୍ୟରେ କାର୍ତ୍ତିକଙ୍କ ମଉସା ଏବଂ ମାଉସୀ ଅଛନ୍ତି ବୋଲି ସେମାନେ ପରେ ଜାଣିଥିଲେ। ଦୁର୍ଘଟଣା ଘଟିବାର କିଛି ଦିନ ପରେ ଜଣାପଡିଥିଲା ଯେ, କାର୍ତ୍ତିକଙ୍କ ମଉସା, ମାଉସୀ ଆଉ ଦୁନିଆରେ ନାହାନ୍ତି। ଏହି ହୋର୍ଡିଂ କାର୍ତ୍ତିକଙ୍କ ପରିବାରକୁ ମଧ୍ୟ ସର୍ବଶାନ୍ତ କରିଛି। 

ଦୁର୍ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ତେବେ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ହୋର୍ଡିଂ ଅବୈଧ ଥିଲା। ୧୫ହଜାର ବର୍ଗଫିଟରୁ ଅଧିକ କ୍ଷେତ୍ରଫଳରେ ଏହି ହୋର୍ଡିଂ ଲାଗିଥିଲା। ଏହି ହୋର୍ଡିଂ ୨୫୦ ଟନର ଥିଲା। ଏହି ଦୁର୍ଘଟଣାରେ ସମ୍ପୃକ୍ତ ଭବେଶ ଭିଣ୍ଡେଙ୍କୁ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Karthik Aryan's uncle | Argus News