Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସାରାଙ୍କ ଉପରେ ରାଗିଲେ କାର୍ତ୍ତିକ ଆର୍ଯ୍ୟନ

Ritu Das
Browse all articles by Ritu Das
·2 years ago·2 min read
ସାରାଙ୍କ ଉପରେ ରାଗିଲେ କାର୍ତ୍ତିକ ଆର୍ଯ୍ୟନ

ଅର୍ଗସ ବ୍ୟୁରୋ: ଲୋକପ୍ରିୟ ଟକ ଶୋ `କଫି ଓ୍ବିଥ କରଣ'। ଯାହା ଏବେ ସବୁଠି ଚର୍ଚ୍ଚାରେ ଲାଗୁଛି ଯେମିତି କରଣ ସମସ୍ତଙ୍କ ରିଲେଶନସିପକୁ ଭାଙ୍ଗିକି ରହିବେ। କଫି ଓ୍ବିଥ କରଣ ବଦଳରେ କଲେଶ ଓ୍ବିଥ କରଣ ବୋଲି ଫ୍ୟାନମାନେ ଏହି ଶୋ'କୁ ଟ୍ରୋଲ କରୁଛନ୍ତି। ତେବେ ବର୍ତ୍ତମାନ ଏହି ଶୋର ଚାଲିଛି ସିଜନ-୮। ଅନେକ କଳାକାର କଫି ଓ୍ବିଥ କରଣ ଶୋକୁ ଆସୁଛନ୍ତି। ନିକଟରେ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ କରଣ ଜୋହରଙ୍କ ଶୋ'କୁ ଆସିଥିଲେ। କରଣ ଜୋହରଙ୍କ ସହ ଗସିପ କରୁଥିବାବେଳେ ଉଭୟ ନିଜ ଲଭ ଲାଇଫକୁ ନେଇ ଆଲୋଚନା କରିଥିଲେ।

ଆଉ ଶୋ'ରେ ସାରା ଅଲି ଖାନ ନିଜ ଏକ୍ସ ପାର୍ଟନରଙ୍କ ସହ ବ୍ରେକଅପକୁ ନେଇ ଖୋଲାଖୋଲି କଥ ହୋଇଥିଲେ। ଆଉ ସାରାଙ୍କ ଏହି କଥା ପରେ ପ୍ରତିକ୍ରିୟା ଦେଇଛନ୍ତି କାର୍ତ୍ତିକ। କାରଣ ପୂର୍ବରୁ ଦୀପିକା ଏବଂ ତାଙ୍କ ସ୍ବାମୀ ରଣବୀରଙ୍କର ମଧ୍ୟ ଏହି ଶୋରେ ଝଗଡ଼ା ହୋଇଥିଲା ଯେତେବେଳେ ଦୀପିକା କହିଥିଲେ ରଣବୀରଙ୍କ ସହ ବ୍ରେକଅପ ପରେ ମୁଁ ଭାଙ୍ଗିପଡ଼ିଥିଲି। ଆଉ ମୋତେ ସାହାରା ଦରକାର ଥିଲା। ଆଉ ସେତେବେଳେ ମୁଁ ରଣବୀରଙ୍କୁ accept କରିଥିଲି। ଏବେ ପୁଣି ସାରାଙ୍କ ଷ୍ଟେଟମେଣ୍ଟ ଚର୍ଚ୍ଚାରେ। 

ବାସ୍ତବରେ କଫି ଓ୍ବିଥ କରଣ-୮ରେ ହୋଷ୍ଟ କରଣ ଜୋହର ସାରା ଅଲି ଖାନଙ୍କୁ ପଚାରିଥିଲେ ଯେ ତାଙ୍କ ପାଇଁ ଏକ୍ସ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ବନ୍ଧୁତା କରିବା କଣ ସହଜ କି? ଏହା ଉପରେ ସାରା ସ୍ପଷ୍ଟ ଭାବେ କହିଥିଲେ କି ଏହା ସବୁବେଳେ ସହଜ ନୁହେଁ। କାରଣ ମୋ ପାପା ସବୁବେଳେ ମୋତେ ପଚାରନ୍ତି ସାରା ତୁମକୁ ପୋଷିବାକୁ ହେସିୟତ ଥିବା ଦରକାର। ପୂର୍ବରୁ ସାରା ଏକ ଶୋରେ ସାରା ଏଭଳି ଉତ୍ତର ଦେଇଥିଲେ। ପୁଣି ଏବେ କଫି ଓ୍ବିଥ କରଣନରେ କାର୍ତ୍ତିକଙ୍କୁ ନେଇ କହିବାକୁ ନେଇ କାର୍ତ୍ତିକ ପୁରା ରାଗିଯାଇଛନ୍ତି। ପ୍ରତିକ୍ରିୟାରେ କାର୍ତ୍ତିକ କହିଛନ୍ତି, ଗୋଟିଏ କଥା ମୁଁ ଅନୁଭବ କରୁଛି ଯେ, ଯଦି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥାଏ ତେବେ ଅନ୍ୟ ବ୍ୟକ୍ତି ମଧ୍ୟ ସେହି କଥା କହିବା ଉଚିତ ନୁହେଁ। ଆମେ ସମସ୍ତେ ଆମ ସମ୍ପର୍କକୁ ସମ୍ମାନ ଦେବା ଉଚିତ। 
କାର୍ତ୍ତିକ ଆହୁରି କହିଛନ୍ତି ଯେ, ସେ କାହା ସହିତ ତାଙ୍କ ସମ୍ପର୍କ ଥିବା ବିଷୟରେ କେବେ କହି ନାହାନ୍ତି। ଆଉ ଯଦି ସେ କହୁଛନ୍ତି ସେ ମୋ ପାର୍ଟନର ତେବେ ତାଙ୍କ ଠାରୁ ମଧ୍ୟ ସମାନ ଆଶା କରିବି। ଯେ ସେ ମଧ୍ୟ କେଉଁଠି କଣ କହୁଛନ୍ତି ଚିନ୍ତା କରିକି କୁହନ୍ତୁ। ନିଜ ସମ୍ପର୍କ ବିଷୟରେ କହିବା କାହା ପାଇଁ ଭଲ ନୁହେଁ। ଯଦି ସେମିତି କିଛି ସମ୍ପର୍କ  ଠିକ ଭାବେ ନ ଚାଲୁଥାଏ ତାହାଲେ ମୁଁ ଭାବୁଛି ସେହି ସମୟକୁ ସମ୍ମାନ ଦେବା ଉଚିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କାର୍ତ୍ତିକଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ କାର୍ତ୍ତିକଙ୍କ ଫିଲ୍ମ ସତ୍ୟପ୍ରେମ କି କଥା ବ୍ଲକବଷ୍ଟର ହୋଇପାରିଛି। ବର୍ତ୍ତମାନ କାର୍ତ୍ତିକଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି। ତେବେ ସାରା ଏବଂ କାର୍ତ୍ତିକ ଲଭ ଆଜ କଲ ମୁଭିରେ ଲିଡ ରୋଲରେ ନଜର ଆସିଥିଲେ। ଫିଲ୍ମଟି ବକ୍ସଅଫିସରେ ସେତେ ହିଟ ହୋଇ ନ ଥିଲା। ତେବେ ସାରାଙ୍କ ନାଁ କାର୍ତ୍ତିକଙ୍କ ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ସହ ବି ଯୋଡ଼ା ଯାଇଥିଲା। କିନ୍ତୁ ଏବେ ତ ସେ ଦୁନିଆରେ ନାହାନ୍ତି। ତେବେ ଯଦି ଅଭିନୟ କଥା କହିବା ସାରାଙ୍କ ଆକ୍ଟିଂ ଫ୍ୟାନମାନଙ୍କ ମନରେ ସେତେଟା ପ୍ରଭାବ ପକାଇ ପାରିନି ଯେଉଁଠି ଆମେ କାର୍ତ୍ତିକଙ୍କ କଥା କହିବା କାର୍ତ୍ତିକ ଲକ୍ଷ ଲକ୍ଷ ଫ୍ୟାନଙ୍କ ହୃଦୟରେ ରାଜ କରନ୍ତି। ଆଉ କାର୍ତ୍ତିକ ସାରାଙ୍କୁ ଲେସନ ଦେଇଥିବାରୁ ମଧ୍ୟ ଫ୍ୟାନମାନେ କାର୍ତ୍ତିକଙ୍କୁ ସପୋର୍ଟ କରିଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
 

Sponsored
Kartik Aryan | Argus News