Videos
|
Entertainment

Bollywood News / ୪୨ ବର୍ଷରେ ମା' ହେଲେ କାଟ୍ରିନା କୈଫ: ପୁତ୍ରସନ୍ତାନକୁ ଦେଲେ ଜନ୍ମ

Ritu Das
Browse all articles by Ritu Das
·10 months ago·2 min read
୪୨ ବର୍ଷରେ ମା' ହେଲେ କାଟ୍ରିନା କୈଫ: ପୁତ୍ରସନ୍ତାନକୁ ଦେଲେ ଜନ୍ମ

Key Points

ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖୁସି ଖବର। ବି-ଟାଉନର ଅଭିନେତ୍ରୀ କାଟ୍ରିନା କୈଫ ଏବଂ ବିକ୍କି କୌଶଲ ଏବେ ପିତାମାତା ହୋାଇଛନ୍ତି।
ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖୁସି ଖବର। ବି-ଟାଉନର ଅଭିନେତ୍ରୀ କାଟ୍ରିନା କୈଫ ଏବଂ ବିକ୍କି କୌଶଲ ଏବେ ପିତାମାତା ହୋାଇଛନ୍ତି। କ୍ୟାଟ-ବିକିଙ୍କ ଘରକୁ ରାଜକୁମାର ଆସିଛି। ବିକ୍କିଙ୍କ ପିତାମାତା ପ୍ୟାରେଣ୍ଟ ହେବା ଖୁସିରେ ପାଦ ତଳେ ଲାଗୁନି। ବିକିଙ୍କ ସାନ ଭାଇ ସନି କୌଶଲ ବି ପୁତୁରା ଆସିବା ଖୁସିରେ ଖୁବ ଉତ୍ସାହିତ ହୋଇପଡ଼ିଛନ୍ତି।

ବିକ୍କି କୌଶଲ ଏବଂ କ୍ୟାଟ୍ରିନା ସେମାନଙ୍କ ପ୍ରେଗେନ୍ସି ଖବର ବହୁତ ବିଳମ୍ବରେ ଘୋଷଣା କରିଥିଲେ। କିନ୍ତୁ ବେବି ଆସିବା ଖବର ସାଙ୍ଗେ ସାଙ୍ଗେ ଇନଷ୍ଟାରେ ପୋଷ୍ଟ କରି ଜଣାଇଛନ୍ତି। ଘରକୁ କୁନି ରାଜକୁମାର ଆସିଛନ୍ତି। ବିକି ଇନଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି ବହୁତ ଖୁସି ଲାଗିଛି। "ଭଗବାନଙ୍କ ଆଶୀର୍ବାଦ ଆମ ସହ ରହିଛି।" ଓମ୍‌।

ଏହାସହ ପଢ଼ନ୍ତୁ: ଅର୍ଜୁନଙ୍କ ପରେ ମିଷ୍ଟ୍ରି ମ୍ୟାନଙ୍କ ପ୍ରେମରେ ମଲାଇକା

ବିକ୍କି କୌଶଲ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇ ଲେଖିଛନ୍ତି ଆମ ଖୁସିର ଖେଳନା ଦୁନିଆଁକୁ ଆସିସାରିଛି। ଆମେ ଦୁଇଜଣ ଆଜି ମାତାପାତା ହୋଇ ବହୁତ ଖୁସି ଅନୁଭବ କରୁଛୁ। ୭ ନଭେମ୍ବର, ୨୦୨୫, କ୍ୟାଟ୍ରିନା ଏବଂ ବିକ୍କି। ଭଗବାନଙ୍କୁ ବହୁତ ସାରା ଧନ୍ୟବାଦ ଆମ ପରିବାରକୁ ରାଜକୁମାର ଦେଇଥିବାରୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟାଟ୍ରିନା-ବିକ୍କିଙ୍କୁ ଫ୍ୟାନ୍ସ ମାନେ ପ୍ୟାରେଣ୍ଟସ ହେବା ଖୁସିରେ ଢେରସାରା ଅଭିନନ୍ଦନ ଜଣାଇଛନ୍ତି। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀମାନେ। ମନୀଷ ପଲ ଲେଖିଛନ୍ତି- ପୁରା ପରିବାର ଏବଂ ତୁମ ଦୁହିଁଙ୍କୁ ବେବିକୁ ଆଣିଥିବାରୁ ଢେରସାରା ଶୁଭକାମନା। ବଲିଉଡ ଅଭିନେତ୍ରୀ ରକୁଲପ୍ରିତ ସିଂହ ବିକ୍କି ଏବଂ କ୍ୟାଟଙ୍କ ଗୁଡ ନ୍ୟୁଜ ଶୁଣି ବହୁତ ଖୁସି ଲାଗୁଛି ବୋଲି ଲେଖିଛନ୍ତି। ଅର୍ଜ୍ଜୁନ କପୁର ଏବଂ ହୁମା କ୍ୟୁରେଶି ରେଡ ହାର୍ଟ ଇମୋଜୀ ଶେୟାର କରିଛନ୍ତି।

ଏହାସହ ପଢ଼ନ୍ତୁ: ଜଣେ କୋଟିପତି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଶେହନାଜ

ନିକଟରେ ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ତାଙ୍କ ଝିଅ ଦୁଆ ପାଦୁକୋଣଙ୍କ ଚେହେରା ରିଭିଲ କରିଥିଲେ। ଫ୍ୟାନ୍ସମାନେ ଦୁଆଙ୍କୁ ଦେଖିବାପରେ ବହୁତ ଖୁସି ହୋଇଥିଲେ। ଫ୍ୟାନ୍ସମାନେ କହିଥିଲେ ଦୁଆ ତାଙ୍କ ମା' ଦୀପିକାଙ୍କ ଭଳି ଦେଖିବାକୁ। ଦୁଆଙ୍କ କ୍ୟୁଟ ଫେସରେ ଫ୍ୟାନ୍ସ ପୁରା ଫିଦା। ଏବେ ବିକ୍କି ଏବଂ କ୍ୟାଟ୍ରିନା ନିଜ ପୁଅର ଚେହେରା କେବେ ଦେଖାଇବେ ଫ୍ୟାନ୍ସମାନେ ପୁରା ଅପେକ୍ଷା କରି ରହିଛନ୍ତି। ବିକ୍କି ଆଉ କାଟ୍ରିନା ପୁଅର ନାଁ କଣ ଦେଉଛନ୍ତି ବି ଫ୍ୟାନ୍ସମାନେ ଜାଣିବାକୁ ବହୁ ଉତ୍ସାହିତ ଅଛନ୍ତି। ତେବେ ଫ୍ୟାନ୍ସମାନେ କ୍ୟାଟଙ୍କ ପୁଅର ନାଁ ମଧ୍ୟ ସଜେଷ୍ଟ କରିବା ଆରମ୍ଭ କରିଦେଲେଣି।