Katrina Vicky / କ୍ୟାଟ୍ରିନା ଏବଂ ବିକିଙ୍କ ପୁଅ ନାଁ ଭାଇରାଲ, ପ୍ରଶଂସକ ପଚାରୁଛନ୍ତି ଅର୍ଥ କ’ଣ ?
·8 months ago·2 min read

Key Points
କ୍ୟାଟ୍ରିନା ଏବଂ ବିକି କୌଶଲ ପୁଅ ନାଁ ହେଲା ଆଉଟ୍
ପ୍ରଶଂସକ ପଚାରୁଛନ୍ତି ଅର୍ଥ କ’ଣ ?
ପ୍ରଶଂସକ ପଚାରୁଛନ୍ତି ଅର୍ଥ କ’ଣ ?
ବଲିଉଡର ମୋଷ୍ଟ ଲଭେବୁଲ କପଲ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍। ଏବେ ଏବେ ଖୁସି ଖବର ଦେଇଥିଲେ ଯେ, ତାଙ୍କର ଗୋଟିଏ ପୁଅ ହୋଇଛି। କିନ୍ତୁ ଏବେ ସେମାନେ ନିଜ ପୁଅର ନାଁ ସଂପର୍କରେ ଘୋଷଣା କରିଛନ୍ତି । ଏହି ନାଁ ଘୋଷଣା ପରେ ସବୁଠି ଚର୍ଚ୍ଚା କି କାହିଁକି ଏଭଳି ନାଁ ଦେଲେ ଏବଂ ଏହା ପଛର କାରଣ କଣ ରହିଛି। କ୍ୟାଟ୍ରିନା ଏବଂ ବିକି ଡିସେମ୍ବର ୯, ୨୦୨୧ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହାର ୪ ବର୍ଷ ପରେ ସେମାନେ ପିତାମାତା ହୋଇଥିଲେ। ସେପ୍ଟେମ୍ବର ୨୦୨୫ ରେ ସେମାନେ ଘୋଷଣା କରିଥିଲେ ଯେ, ଖୁବଶୀଘ୍ର ସେମାନଙ୍କ ଜୀବନରେ ଜଣେ ଅତିଥି ଆସୁଛନ୍ତି ।
ନଭେମ୍ବରରେ କ୍ୟାଟ୍ରିନା ଜଣେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସେବେଠାରୁ ସେମାନଙ୍କ ପୁଅର ନାଁ ଜାଣିବାକୁ ଫ୍ୟାନ୍ସ ଉତ୍ସୁକ ଥିଲେ। ଏବେ ସବୁ ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ସେଲିବ୍ରିଟି ଦମ୍ପତି ବିକି-କ୍ୟାଟ୍ ।ବଲିଉଡ୍ ଷ୍ଟାର ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ଦୁଇ ମାସ ପୂର୍ବରୁ ବାପା-ମା’ ହୋଇଥିଲେ। କ୍ୟାଟ୍ରିନା ୭ ନଭେମ୍ବର, ୨୦୨୫ରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସେତେବେଳେ ଏହି ଦମ୍ପତି ସେମାନଙ୍କ ପୁଅର ନାମ ପ୍ରକାଶ କରିନଥିଲେ। ସେମାନେ ସେମାନଙ୍କ ପୁଅର ନା’ ବିହାନ କୌଶଲ (Vihaan Kaushal) ରଖିଛନ୍ତି । କ୍ୟାଟ୍ରିନାଙ୍କ ପୁଅର ନାମକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ମୁହଁ ଲୁଚେଇ କିଣିପାରିବେନି ସୁନା: ଏହି ଦେଶରେ ଏମିତି ନିୟମ, ଜାଣନ୍ତୁ ଓଡ଼ିଶାରେ କେବେ ?
ଲୋକମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରୁଛନ୍ତି । ୟୁଜର୍ସ ଲେଖିଛନ୍ତି, ବିହାନ- ଅତି ସୁନ୍ଦର ନାଁ । ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମେତ ଅନେକ ଫିଲ୍ମ ଷ୍ଟାର ଏହି ଦମ୍ପତିଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ଏବଂ ସେମାନଙ୍କ ପଚଅର ନାଁକୁ ପ୍ରଶଂସା କରିଛନ୍ତି। ପ୍ରଶଂସକମାନେ କମେଣ୍ଟ ସେକ୍ସନରେ ହାର୍ଟ ଇମୋଜି ଦେଉଛନ୍ତି। ଏହି ନାଁ ସଂସ୍କୃତରୁ ଆସିଛି । ବିହାନର ଅର୍ଥ ସକାଳ, ସୂର୍ଯ୍ୟୋଦୟ କିମ୍ବା ଏକ ନୂତନ ଆରମ୍ଭ। କ୍ୟାଟ୍ରିନା ଏବଂ ବିକି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଦମ୍ପତି ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଫଟୋରେ, ସେମାନେ ସେମାନଙ୍କ ପୁଅର ହାତ ଧରିଛନ୍ତି। କ୍ୟାପସନରେ ଦମ୍ପତି ଲେଖିଛନ୍ତି, ‘ଆମ ଆଲୋକର କିରଣ। ବିହାନ କୌଶଲ। ସବୁ ପ୍ରାର୍ଥନାର ଉତ୍ତର ମିଳେ । ଜୀବନ ସୁନ୍ଦର। ଆମର ଦୁନିଆ ଗୋଟିଏ ମୁହୂର୍ତ୍ତରେ ବଦଳିଯାଏ। କୃତଜ୍ଞତା ଶବ୍ଦ ବାହାରେ।’ ବର୍ତ୍ତମାନ, ସେମାନଙ୍କର ପୋଷ୍ଟ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories