Videos
|
National

Jewellery Shops / ମୁହଁ ଲୁଚେଇ କିଣିପାରିବେନି ସୁନା: ଏହି ଦେଶରେ ଏମିତି ନିୟମ, ଜାଣନ୍ତୁ ଓଡ଼ିଶାରେ କେବେ ?

Banajyotshna Ray
Browse all articles by Banajyotshna Ray
·9 months ago·2 min read
ମୁହଁ ଲୁଚେଇ କିଣିପାରିବେନି ସୁନା: ଏହି ଦେଶରେ ଏମିତି ନିୟମ, ଜାଣନ୍ତୁ ଓଡ଼ିଶାରେ କେବେ ?
Jewellery Shops

Key Points

ଅଳଙ୍କାର ଦୋକାନକୁ ହିଜାବ-ହେଲମେଟ୍ ମନା
ଚେହେରା ଲୁଚେଇ କରିପାରିବେ ନାହିଁ ସପିଂ
ଏଣିକି ସୁନା ଦୋକାନକୁ ହିଜାବ ପିନ୍ଧିକି ଗଲେ ଭିତରକୁ ଯାଇପାରିବେ ନାହିଁ। ଆଜ୍ଞା ହଁ, ଯାହା ଶୁଣିଲେ ତାହା ସମ୍ପୂର୍ଣ୍ଣ ସତ। କେବଳ ହିଜାବ ନୁହେଁ, ମୁହଁରେ କପଡା ବାନ୍ଧିଥିଲେ ଏବଂ ମୁଣ୍ଡରେ ହେଲମେଟ୍‌ ଥିଲେ ସୁନା ଦୋକାନକୁ ମନା। ଏଭଳି କିଛି ରୁଲ୍‌ କରିଛି ବିହାର। ହେଲେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବାବେଳେ ଆସନ୍ତୁ ଜାଣିବା ପୁରା ଘଟଣା।ବର୍ତ୍ତମାନ ସମୟରେ ସୁନା ଏବଂ ରୁପା ବହୁତ ମୂଲ୍ୟବାନ । ତେଣୁ ସୁରକ୍ଷା ଅତ୍ୟନ୍ତ ଜରୁରୀ । ଏହି ନିଷ୍ପତ୍ତି କେବଳ ତାଙ୍କ ନିଜ ସୁରକ୍ଷା ପାଇଁ ନୁହେଁ ବରଂ ପ୍ରଶାସନ ସହିତ ସହଯୋଗ କରିବା ପାଇଁ ନିଆଯାଇଛି ବୋଲି ଜଣେ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଏହି ନୂତନ ନିୟମ ଜାନୁଆରୀ ୮ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ଏହା ପରେ, କ୍ରେତାମାନେ ମୁହଁ ଘୋଡ଼ାଇ ଦୋକାନରେ ପ୍ରବେଶ କରିପାରିବେ ନାହିଁ।

ଆପଣ ଯଦି ହିଜାବ୍ କିମ୍ବା ଓଢ଼ଣୀ ପିନ୍ଧି ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ପଢ଼ନ୍ତୁ । କୌଣସି ଅଳଙ୍କାର ଦୋକାନରୁ ଆପଣ ହିଜାବ୍ କିମ୍ବା ଓଢ଼ଣୀ ପିନ୍ଧି ଅଳଙ୍କାର କିଣିପାରିବେ ନାହିଁ । ହିଜାବ ନୁହେଁ, ଆପଣଙ୍କୁ ଓଢ଼ଣୀ, ନିକାବ କିମ୍ବା ହେଲମେଟ ପିନ୍ଧି ଅଳଙ୍କାର କିଣିବାକୁ ମଧ୍ୟ ବାରଣ କରାଯିବ। ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନ ଏଥିପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି।ହେଲମେଟ, ହିଜାବ, ନିକାବରେ ମୁହଁ ଘୋଡ଼ାଇଥିବା ମହିଳା କିମ୍ବା ପୁରୁଷମାନଙ୍କୁ ଆଉ ଦୋକାନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ଏପରି ଅନେକ ଘଟଣା ଘଟିଛି ।

ମୁହଁ ଲୁଚାଇ ଦୋକାନରେ ପ୍ରବେଶ କରି ଡକାୟତି କରିଛନ୍ତି ଡକାୟତ । ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ ସେମାନଙ୍କ ମୁହଁ ଚିହ୍ନଟ କରାଯାଇ ପାରୁନାହିଁ । ବିହାର ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ଦେଶର ଅନ୍ୟ କିଛି ରାଜ୍ୟରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । ଅନେକ ଅଳଙ୍କାର ଦୋକାନ ସମାନ ନୋଟିସ ପୋଷ୍ଟ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ଅଳଙ୍କାର ଦୋକାନରେ ମାସ୍କ, ହେଲମେଟ, ବୁର୍ଖା କିମ୍ବା ନିକାବ ପିନ୍ଧିବା ନିଷେଧ । ଅଳଙ୍କାର ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ବର୍ମା କହିଛନ୍ତି ଯେ, ସମ୍ପ୍ରଦାୟ ନିର୍ବିଶେଷରେ ଅଳଙ୍କାର ବ୍ୟବସାୟ ସହିତ ଜଡିତ ସମସ୍ତ ଲୋକ ତାଙ୍କର ସଦସ୍ୟ।ଅଳଙ୍କାର ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏଥିସହ ପଢ଼ନ୍ତୁ: କେବେ ପାଳନ ହେବ ମକର ସଂକ୍ରାନ୍ତ ? ଜାଣନ୍ତୁ କେବେ ରହିଛି ଶୁଭ ମୁହୂର୍ତ୍ତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି କେହି ଅପରାଧ କରନ୍ତି, ତେବେ ସେମାନଙ୍କୁ ତୁରନ୍ତ ଗିରଫ କରାଯାଇପାରିବ । ସେଥିପାଇଁ ଆମେ ପ୍ରଶାସନକୁ ମଧ୍ୟ ସହଯୋଗ କରୁଛୁ। ସେପଟେ ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚିଲା ସୁନା ଦର। ଆଜି ଗୋଟିଏ ରେଟ୍ ତ କାଲି ଆଉ ଗୋଟିଏ ରେଟ୍ । ଯାହା ଶୁଣିଲା ବେଳକୁ ଭୟ ଲାଗୁଛି। ଏଣିକି ଝିଅଟିଏ ବାହା କରିବା କଷ୍ଟ ହୋଇଯାଉଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories