ପରଲୋକରେ ଉଡାନ ଫେମ କବିତା ଚୌଧୁରୀ

ଅର୍ଗସ ବ୍ୟୁରୋ: ଆଜି ଟେଲିଭିଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ୬୭ବର୍ଷରେ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ତଥା ପ୍ରଡ୍ୟୁସର କବତା ଚୌଧୁରୀଙ୍କ ଦେହାନ୍ତ ଘଟିଛି। କବିତା କର୍କଟ ରୋଗରେ ପୀଡ଼ିତ ଥିଲେ ତାଙ୍କର ସେବେଠୁ ଚିକିତ୍ସା ଚାଲିଥିଲା। ଅଭିନେତ୍ରୀଙ୍କ ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ବହୁ ଅଭିନେତା ଏବଂ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
୮୦ ଦଶକରେ ଲୋକପ୍ରିୟ ଅଭିନେତ୍ରୀ କବିତା ଚୌଧୁରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। କବିତା ଉଡାନ ସିରିୟଲରେ ଆଇପିଏସ କଲ୍ୟାଣୀ ସିଂଙ୍କ ଚରିତ୍ରରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଅଭିନେତ୍ରୀଙ୍କ ବନ୍ଧୁ ସୁଚିତ୍ରା ବର୍ମା କହିଛନ୍ତି ଯେ, ଗତବର୍ଷ ଯେତେବେଳେ ତାଙ୍କୁ ଦେଖା କରିଥିଲି ସେ ନିଜ କେମୋଥେରାପି ବିଷୟରେ ମୋତେ ଜଣାଇଥିଲେ। ବହୁତ କଷ୍ଟ ପାଉଥିଲେ। ଆଜି ମୋତେ ତାଙ୍କ ମୃତ୍ୟୁଖବର ଶୁଣି ବହୁତ କଷ୍ଟ ହେଉଛି। ଆଉ ତାଙ୍କ ସହ ଦେଖା ହୋଇପାରିବନି। ବହୁତ ଷ୍ଟ୍ରଙ୍ଗ ଭାବେ କର୍କଟ ରୋଗରୁ ଭଲ ହେବାପାଇଁ ଯୁଦ୍ଧ କରୁଥିଲେ। ହୃଦଘାତର ଶିକାର ହୋଇ ସେ ଦୁନିଆକୁ ଅଲବିଦା କରିଛନ୍ତି। ମୋ ପାଖରୁ ମୋ ବନ୍ଧୁ ଚାଲିଯିବେ ବୋଲି ମୁଁ କେବେ ଭାବି ନ ଥିଲି।
📱 Get Argus News App
✨କବିତା ଉଡାନ ସିରିଏଲରେ କଲ୍ୟାଣୀ ସିଂଙ୍କ ରୋଲ ପ୍ଲେ କରିଥିଲେ। ଉଡାନ ସିରିଏଲ ହେଉଛି ତାଙ୍କ ବଡ଼ ଭଉଣୀ କାଞ୍ଚନ ଚୌଧୁରୀଙ୍କ ଜୀବନ କାହାଣୀକୁ ନେଇ ଆଧାରିତ। ଯିଏ କିରଣ ବେଦୀଙ୍କ ପରେ ଦ୍ବିତୀୟ ଆଇପିଏସ ଅଧିକାରୀ ବନିଥିଲେ। ଏହି ଶୋର ଲେଖିକା ସହ ଏହାର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ଦେଇଥିଲେ କବିତା। `ଉଡାନ' ଶୋ ପରେ କବିତା ମହିଳା ସଶକ୍ତିକରଣର ମିସାଇଲ ଥିଲେ।
ହୃଦଘାତର ଶିକାର ହେବାପରେ କବିତା ଅମୃତସର ପବିତ୍ରାଦେବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କୁ ଲାଗୁଥିଲା ଯେ, ସେ ଚିକିତ୍ସିତ ହୋଇ ଘରକୁ ଫେରିବେ। ଫେବୃୟାରୀ ୧୬ ତାରିଖ ଥିଲା ତାଙ୍କ ଜୀବନର ଶେଷ ଦିନ ଥିଲା। ଆଜି ଅପରାହ୍ନରେ ଅଭିନେତ୍ରୀଙ୍କ ପରିବାର ଲୋକଙ୍କ ଗହଣରେ ଅନ୍ତିମ ସଂସ୍କାର କରାଯିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର