Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାହ ବନ୍ଧନରେ ବାନ୍ଧି ହେବେ କିର୍ତ୍ତୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିବାହ ବନ୍ଧନରେ ବାନ୍ଧି ହେବେ କିର୍ତ୍ତୀ

ଅର୍ଗସ ବ୍ୟୁରୋ:  ସାଉଥ ଫିଲ୍ମ ଦୁନିଆର ଏକ୍ସପ୍ରେସନ୍ କୁଇନ୍ କିର୍ତ୍ତୀ ସୁରେଶ । ସୌନ୍ଦର୍ଯ୍ୟତା, ଅଭିନୟ ଏବଂ ଷ୍ଟାଇଲରେ ଲକ୍ଷ ଲକ୍ଷ ଯୁବପିଢୀଙ୍କୁ ଦିୱାନା ବନାଇଛନ୍ତି କିର୍ତ୍ତୀ । ହଜାର ହଜାର ଫ୍ୟାନ୍ସମାନଙ୍କ ପାଇଁ ସେ ସାଜିଛନ୍ତି ‘ନେସନାଲ କ୍ରଶ୍’ । ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କିର୍ତ୍ତୀ ସୁରେଶ। ଦୀର୍ଘ ଦିନର ପ୍ରେମିକ ଅଣ୍ଟୋନି ଥାଟିଲଙ୍କ ସହ ସାତଫେରା ନେବେ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ  କିର୍ତ୍ତୀଙ୍କ ହାତଗଣ୍ଠି ପଡ଼ିବା ନେଇ ସୂଚନା ମିଳିଛି। ଏନେଇ ଅଭିନେତ୍ରୀ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି।  ଡିସେମ୍ବର ୧୧-୧୨ ତାରିଖରେ ଗୋଆରେ ସେ ଇଣ୍ଟିମେଟ ମ୍ୟାରେଜ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦୀର୍ଘ ଦିନର ବନ୍ଧୁ ଏଣ୍ଟନୀ ଥେଟଲୀଙ୍କୁ ସେ ନିଜ ଜୀବନସାଥୀ ରୂପରେ ବାଛି ନେଇଛନ୍ତି । ୧୫ ବର୍ଷରୁ ଉଭୟ ଯୋଡ଼ି ପ୍ରେ ସମ୍ପର୍କରେ ରହିଥିଲେ । ଏବେ ସେ ବିବାହ କରିବାକୁ ଯାଉଛନ୍ତି । କଲେଜ ବେଳରୁ ଉଭୟଙ୍କ ମଧ୍ୟରେ ଏକ ସମ୍ପର୍କ ଗଢି ଉଠିଥିଲା । ତେବେ ଏ ସମ୍ପର୍କକୁ ସେ ଖୁବ ଗୋପନ ରଖିଥିଲେ ।

କିନ୍ତୁ ଏବେ ଏହା ଭାଇରାଲ ହେବାରେ ଲାଗିଛି । କିର୍ତ୍ତୀ ସୁରେଶ ୨୦୦୦ରେ ଶିଶୁ କଳାକାର ଜରିଆରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ । ଏହାପରେ ମାଲୟାଲମ ସିନେମା ଗୀତାଞ୍ଜଳିରେ ମୁଖ୍ୟ ଭୂମିକାରେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିଲେ। 'ମହାନତୀ'ରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। 'ମହାନତୀ' କିମ୍ବଦନ୍ତୀ ଅଭିନେତ୍ରୀ ସାବିତ୍ରୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ସିନେମା। ବରୁଣ ଧାୱନଙ୍କ ବେବି ଜନ୍ ଫିଲ୍ମ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିବେ କିର୍ତ୍ତୀ ସୁରେଶ। ତାଙ୍କୁ ଏବଂ ତାଙ୍କ ଝଲକ ଦେଖିବା ପାଇଁ ଅନେକ ଯୁବପିଢୀ ପାଗଳ । କିନ୍ତୁ ଏବେ ସମସ୍ତଙ୍କ ହୃଦୟ ଭାଙ୍ଗିବାକୁ ଯାଉଛନ୍ତି ସୁନ୍ଦରୀ ସୁରେଶ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
Keerthy Suresh to marry longtime boyfriend Antony Thattil in December | Argus News