Videos
|
Entertainment

Shah Rukh Khan / ବାଂଲାଦେଶୀ କ୍ରିକେଟରଙ୍କୁ କିଣି ବିବାଦରେ କିଙ୍ଗ୍ ଖାନ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ବାଂଲାଦେଶୀ କ୍ରିକେଟରଙ୍କୁ କିଣି ବିବାଦରେ କିଙ୍ଗ୍ ଖାନ୍
Shah Rukh Khan

Key Points

ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିବାରୁ ବିବାଦ ଆରମ୍ଭ ହୋଇଛି। ଏଥିପାଇଁ କେକେଆର ମାଲିକ ତଥା ଅଭିନେତା ଶାହରୁଖ ଖାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଦେଶରେ ଖବୁଶୀଘ୍ର ଆରମ୍ଭ ହେବ ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL)। ଏଥିପାଇଁ ବିଭିନ୍ନ ଦଳ ନିଜ ମନ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। କୋଟି କୋଟି ଟଙ୍କା ଦେଇ ଦେଶ ସହ ବିଦେଶୀ ଖେଳାଳିଙ୍କୁ ମଧ୍ୟ କିଣାଯାଇଛି। ଏଇ ଖେଳାଳି କିଣାକୁ ନେଇ ଏବେ ବିବାଦରେ ରହିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ୩ଝଣଙ୍କୁ ହତ୍ୟା କରାଯାଇଛି। ଏହା ସତ୍ତ୍ଵେବି କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିବାରୁ ବିବାଦ ଆରମ୍ଭ ହୋଇଛି। ଏଥିପାଇଁ କେକେଆର ମାଲିକ ତଥା ଅଭିନେତା ଶାହରୁଖ ଖାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଶିବସେନା (UBT) ସବୁଠାରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଯଦି ବାଂଲାଦେଶୀ ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦିଆଯାଏ ତେବେ ପ୍ରତିବାଦ କରାଯିବ। ଦଳର ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ, "ଯଦି ଶାହରୁଖ ଖାନ ତାଙ୍କୁ ତାଙ୍କ ଦଳରୁ ବାହାର କରିଦିଅନ୍ତି, ତେବେ ଆମେ ସମସ୍ତେ ତାଙ୍କୁ ସମ୍ମାନ ଦେବୁ, ସମ୍ମାନିତ କରିବୁ,ଏବଂ ତାଙ୍କୁ ଉପଯୁକ୍ତ ସ୍ୱୀକୃତି ଦେବୁ। କିନ୍ତୁ ଯଦି ଶାହରୁଖ ଖାନ ତାଙ୍କୁ ଖେଳିବାକୁ ଦେଇ ଟଙ୍କା ରୋଜଗାର କରନ୍ତି, ତେବେ ସେହି ଟଙ୍କା ବାଂଲାଦେଶରେ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ଆମ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା ପାଇଁ ବ୍ୟବହୃତ ହେବ। ଆମେ କୌଣସି ପରିସ୍ଥିତିରେ ଏହା ହେବାକୁ ଦେବୁ ନାହିଁ। ବାଂଲାଦେଶ ଏବଂ ପାକିସ୍ତାନ ଉଭୟ ଆମର ଶତ୍ରୁ। ସେମାନଙ୍କୁ ସମ୍ପୂର୍ଣ୍ଣ ବୟକଟ ନକରି ଆମେ ଶାନ୍ତ ରହିବୁ ନାହିଁ।"

ଏଥିସହ ପଢ଼ନ୍ତୁ: ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ 

ସେପଟେ ଅଖଡ଼ା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଶାହାରୁଖ ଖାନଙ୍କୁ ଯାହା ସମ୍ମାନ ଏବଂ ସ୍ୱୀକୃତି ମିଳିଛି ତାହା ଭାରତ ଏବଂ ଏହାର ଲୋକଙ୍କ ଯୋଗୁଁ। ତେଣୁ, ତାଙ୍କୁ ଦେଶବାସୀଙ୍କ ଭାବନା ଏବଂ ଜାତୀୟ ସ୍ୱାର୍ଥକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ। ଦେଶ ବିରୋଧୀ ଚିନ୍ତାଧାରା କିମ୍ବା ଦେଶବାସୀଙ୍କ ଭାବନା ବିରୋଧରେ ଯାଉଥିବା ନିଷ୍ପତ୍ତିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଏହା ଆମ ବିଶ୍ୱାସକୁ ଆଘାତ ଦେଇଛି। ମୁଁ ଚାହୁଁଛି ଯେ ଶାହରୁଖ ତାଙ୍କ ନିଷ୍ପତ୍ତିକୁ ବଦଳାନ୍ତୁ।"



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shah Rukh Khan | Shah Rukh Khan in Controversy After Buying Bangladeshi Cricketer | Argus News