ଟଲିଉଡରେ କମାଲ ଦେଖାଇଲେ କୋରାପୁଟ ଝିଅ ସୁମନ
·2 years ago

ଅର୍ଗସ ବ୍ୟୁରୋ: ସୁମନ୍ ଖିଲଙ୍କ ଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି। ତେଲୁଗୁ ଫିଲ୍ମରେ କମାଲ ଦେଖାଇଲେ ଓଡ଼ିଆ ଝିଅ ସୁମନ ଖିଲ। କୋରାପୁଟର ଆଦିବାସୀ ଝିଅ ସୁମନଙ୍କୁ ନେଇ ସବୁଠି ଚର୍ଚ୍ଚା। ତାଙ୍କ ଅଭିନୀତ ପ୍ରଥମ ତେଲୁଗୁ ଫିଲ୍ମ ‘ମଙ୍ଗଲବାରମ୍’ ନିକଟରେ ୫ଟି ଭାଷାରେ ରିଲିଜ ହୋଇଛି। ଆଉ ସୁମନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ସେମିଳିଗୁଡା ସହର ତଳ ସାହିରେ ରହୁଥିବା ସୁମନ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସୁଟିଂ ସାରି ୬ ମାସ ପରେ ସେ ନିଜ ଘରକୁ ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଲୋକେ। ସୁମନ ସେମିଳିଗୁଡାରୁ ଦଶମ ପଢ଼ିବା ପରେ NIFTରୁ ଫ୍ୟାସନ୍ ଡିଜାଇନ ଓ ମଡେଲିଂ ଶିକ୍ଷା ଲାଭ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

