କାହିଁକି ପୁରୁଷଙ୍କୁ ଅଧିକ ଟଙ୍କା ମିଳୁଛି: କ୍ରିତି

ଅର୍ଗସ ବ୍ୟୁରୋ: ଉଇକେଣ୍ଡ ହେଲାମାନେ ନିଜ ବ୍ୟସ୍ତବହୁଳ କାମ ଭିତରୁ କିଛି ସମୟ ବାହାର କରି ସମସ୍ତେ ଚାହାନ୍ତି ଏଞ୍ଜୟ କରିବାକୁ। ସେଥିପାଇଁ ଅନେକ ମୁଭି ଦେଖିବାକୁ ଯାଇଥାନ୍ତି । ତା ଭିତରେ ଅନେକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥିବ। କିଏ ହିରୋ ଭଲ ଥିଲେ ମୁଭି ଦେଖିବାକୁ ଯିବେ ତ ଆଉ କିଏ ହିରୋଇନ ଭଲ ଥିଲେ। ଆଉ କିଏ କିଏ ତ ଭଲ ଆକ୍ସନ ସିନ୍ ଥିବା ଦରକାର କହି ହଲ ଯାଇଥାନ୍ତି। ଏଭଳି ସମୟରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ କହିଯାଇଛନ୍ତି କିଛି ଏଭଳି କଥା ।ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ୍ରିତି କହିଛନ୍ତି, ବଲିଉଡରେ ପୁରୁଷ ଓ ମହିଳା କଳାକାରଙ୍କ ପାରିଶ୍ରମିକ ମଧ୍ୟରେ ଏକ ବଡ ତାରତମ୍ୟ ରହିଛି । ଏହାର କୌଣସି ବୈଧ କାରଣ ବି ନାହିଁ। ଏପରି ଅଭିଯୋଗ ଆଣିଛନ୍ତି 'କ୍ରୁ' ଷ୍ଟାର କ୍ରିତି ସାନନ। ଗତ ୧୦ ବର୍ଷରେ ଗୋଟିଏ ବି ହିଟ୍ ଫିଲ୍ମ ଦେଇନଥିବେ। କିନ୍ତୁ ସେ କାହିଁକି ମହିଳା କଳାକାରଙ୍କ ଅପେକ୍ଷା ୧୦ ଗୁଣ ଅଧିକ ପାରିଶ୍ରମିକ ପାଉଛନ୍ତି। ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସହ ସାକ୍ଷାତକାରରେ କ୍ରିତି କହିଛନ୍ତି।
ସେ ଆହୁରି କହିଛନ୍ତି, ତାଙ୍କର କିଛି ପୁରୁଷ କୋ-ଷ୍ଟାର ବର୍ଷ ବର୍ଷ ଧରି ଗୋଟିଏ ବି ହିଟ୍ ଫିଲ୍ମ ଦେଇନାହାନ୍ତି। ତଥାପି ତାଙ୍କଠୁ ୧୦ ଗୁଣ ଅଧିକ ପାରିଶ୍ରମିକ ପାଉଛନ୍ତି। ପ୍ରଯୋଜକମାନେ ୩ ମହିଳା କଳାକାରଙ୍କ ଅଭିନୀତ ଫିଲ୍ମ 'କ୍ରୁ' ରେ ନିବେଶ କରିବେ ନାହିଁ। ଅନ୍ୟପକ୍ଷେ ୩ ପୁରୁଷ କଳାକାର ଅଭିନୀତ କମେଡି ଫିଲ୍ମରେ ନିବେଶ କରିବେ। ୨୦୧୮ ମସିହାରେ ପ୍ରଦର୍ଶିତ ରିୟା କପୁର ଓ ଏକତା କପୁରଙ୍କ ପ୍ରଯୋଜିତ ଫିଲ୍ମ 'ବୀରେ ଦି ଓ୍ୱେଡିଂ' ସମୟରୁ ଏହି ଅସମାନତା ଜାରି ରହିଛି।
ପ୍ରଯୋଜକମାନେ ଏହି ତାରତମ୍ୟର ଯଥାର୍ଥତା ଦର୍ଶାଉଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ସର୍ବଦା ସୁରକ୍ଷିତ କରାଯାଉଥିବା ଡିଜିଟାଲ ଓ ସାଟେଲାଇଟ୍ ଅଧିକାର ଜରିଆରେ ସେମାନେ ଟଙ୍କା ଭରଣା କରୁଛନ୍ତି। କାରଣ ଏ ସମସ୍ତ ପ୍ଲାଟଫର୍ମରେ ମହିଳା-କୈନ୍ଦ୍ରିକ ଫିଲ୍ମ ତୁଳନାରେ ପୁରୁଷ କୈନ୍ଦିକ ଫିଲ୍ମ ବହୁତ ଭଲ ପ୍ରଦର୍ଶନ କରେ। ବୋଧହୁଏ ଏହା ସେମାନଙ୍କ ପାରିଶ୍ରମିକ ତାରତମ୍ୟକୁ ବଢ଼ାଉଛି ବୋଲି କ୍ରିତି କହିଛନ୍ତି। କ୍ରିତି କହିଛନ୍ତି ସମସ୍ତଙ୍କର ସମାନ ଫି ହେବା ଦରକାର। ମହିଳା ଏବଂ ପୁରୁଷ ଆକ୍ଟରଙ୍କୁ ପାଖାପାଖି ସମାନ ଦେଖିବା ଆବଶ୍ୟକ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: