Videos
|
Entertainment

ରିଲେସନସିପ କନଫର୍ମ କଲେ କ୍ରିତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରିଲେସନସିପ କନଫର୍ମ କଲେ କ୍ରିତି

ଅର୍ଗସ ବ୍ୟୁରୋ:  ଧରା ପଡିଲା କ୍ରିତିଙ୍କ ସତ। ପୋଷ୍ଟ ହେଲା ଭାଇରାଲ । ଫ୍ୟାନ୍ସ ହେଲେ ତାଜୁବ। ବଲିଉଡ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସାନନ୍‌। ଦେଖିବା ପାଇଁ ଯେମିତି ସୁନ୍ଦର, ଅଭିନୟ ମଧ୍ୟ ସେମିତି ପ୍ରଶଂସନୀୟ। ବଲିଉଡର ବଡ ବଡ ଅଭିନେତ୍ରୀଙ୍କ ତାଲିକାରେ କ୍ରିତିଙ୍କ ନାମ ମଧ୍ୟ ଯୋଡା ହୋଇସାରିଲାଣି। 
ନିକଟରେ କ୍ରିତି ସାନନ୍‌ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ସେ 'ଚୋଲି କେ ପିଛେ', 'ପରମ ସୁନ୍ଦରୀ' ଏବଂ 'ତେରି ବାତୋଁ ମେଁ ଏସା ଉଲଝା ଜିଆ' ଭଳି ଅନେକ ହିଟ୍‌ ନମ୍ୱରରେ ନାଚୁଛନ୍ତି।  ଏହି ପୋଷ୍ଟକୁ ସେୟାର କରି କ୍ରିତି ସାନନ୍‌ କ୍ୟାପସନ୍‌ ଦେଇଛନ୍ତି, 'ଏହା ପ୍ରକୃତରେ ଏକ ଚମତ୍କାର କାର୍ଯ୍ୟ ଥିଲା। ଷ୍ଟାଡିୟମରେ ଲାଇଭ୍‌ ପ୍ରଦର୍ଶନ ଠାରୁ ବଡ କିଛି ନୁହେଁ। କବୀର ବାହିଆ କ୍ରିତି ସାନନଙ୍କ ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାରେ ନିଜକୁ ଅଟକାଇ ପାରିନାହାନ୍ତି। ଏହି ପୋଷ୍ଟରେ ମନ୍ତବ୍ୟ ଦେଇ କବୀର ଲେଖିଛନ୍ତି, 'ମୁଁ ଏହା ଦେଖି ସମ୍ପୂର୍ଣ୍ଣ ମରିଯାଇଛି...' । କବୀର ବାହିଆଙ୍କ ଏହି ମନ୍ତବ୍ୟ ଦେଖିବା ପରେ ଏବେ ଲୋକମାନେ ଅନୁଭବ କରୁଛନ୍ତି ଯେ ଉଭୟ ନିଜ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ହେଲେ, କ୍ରିତି ସାନନ୍‌ ଏବଂ କବୀର ବାହିଆ ସର୍ବସାଧାରଣରେ ସେମାନଙ୍କ ସମ୍ପର୍କ ଉପରେ ମୁହଁ ଖୋଲି ନାହାନ୍ତି। ମନ୍ତବ୍ୟ  ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, 'ଜିଜୁ ଇନ ଦ ହାଉସ୍‌'।

ତେବେ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏହାସହ କୁହାଯାଉଛି ଖୁବଶୀଘ୍ର ଏହି ଦୁହିଁଙ୍କ ବିବାହ ହେବାକୁ ଯାଉଛି। ହେଲେ ଏହା କେତେଦୂର ସତ ତାହା ଦୁହେଁ ଏଯାଏଁ ସ୍ପଷ୍ଟ କରିନାହାନ୍ତି। କ୍ରିତି ସାନନଙ୍କ ପ୍ରେମ ଜୀବନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କ୍ରିତି ସାନନ କବୀର ବାହିଆଙ୍କ ସହ ସମ୍ପର୍କରେ ଅଛନ୍ତି। ଗ୍ରୀସରେ ଦୁହେଁ ଏକାଠି ସେମାନଙ୍କ ଛୁଟି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଲୋକମାନେ କଳ୍ପନା ଜଳ୍ପନା ଆରମ୍ଭ କରିଥିଲେ। ସେମାନଙ୍କ ସମ୍ପର୍କର ଗୁଜବ ପରେ ଏବେ କବୀର ବାହିଆଙ୍କ ମନ୍ତବ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାସହ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ କି ଏହି ଯୋଡି ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତୁ।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Kriti Sanon's dance video gets a playful comment from rumoured boyfriend Kabir Bahia | Argus News