Videos
|
Entertainment

ବିଗ୍‌ ବଜେଟ୍‌ ଫିଲ୍ମର ଅଯଥା ଖର୍ଚ୍ଚକୁ ନେଇ କ୍ରିତିଙ୍କ ମତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଗ୍‌ ବଜେଟ୍‌ ଫିଲ୍ମର ଅଯଥା ଖର୍ଚ୍ଚକୁ ନେଇ କ୍ରିତିଙ୍କ ମତ

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ଅଭିନେତ୍ରୀ କ୍ରିତି ସାନନ୍‌। ଚଳିତ ବର୍ଷ 'ତେରି ବାତୋଁ ମେଁ ଐସା ଉଲ୍‌ଝା ଜିୟା' ଓ 'କ୍ରୁ' ଭଳି ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା କ୍ରିତି ସାନନ୍‌ ଏବେ ଏ ମାମଲାରେ ନିଜ ମତ ରଖିଛନ୍ତି। କ୍ରିତି ଫିଲ୍ମରେ ହେଉଥିବା ଖର୍ଚ୍ଚକୁ ନେଇ କିଛି କହିଛନ୍ତି।  ନିକଟରେ ନିଜର ପ୍ରଡକ୍ସନ୍‌ ହାଉସ୍‌ ବ୍ଲୁ ବଟରଫ୍ଲାଇ ଫିଲ୍ମସ ଖୋଲିଥିବା କ୍ରିତି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମକୁ କହିଛନ୍ତି 'କଳାକାରଙ୍କ ଦାବିଠୁ ଫିଲ୍ମର ବିଷୟବସ୍ତୁ ଉପରେ ଅଧିକ ଫୋକସ୍‌ ରହିବା ଜରୁରି। ଏମିତି କିଛି ଦିଗ ଅଛି, ଯେଉଁଥିରେ ଅତି ଅନାବଶ୍ୟକ ଖର୍ଚ୍ଚ ହୁଏ। କିନ୍ତୁ ଶେଷରେ ବିଷୟବସ୍ତୁ ହିଁ ଜିତେ। କଳାକାରଙ୍କୁ କେତେ ପାରିଶ୍ରମିକ ଦିଆଯାଉଛି, ସେଥିରେ କିଛି ଫରକ ପଡେନାହିଁ। ଯଦି ଆପଣ ମୁଖ୍ୟ କଥା ଅର୍ଥାତ୍‌ ବିଷୟବସ୍ତୁ ଉପରେ ଫୋକସ୍‌ କରୁନାହାନ୍ତି, ତେବେ ଅନ୍ୟ କୌଣସି ମାମଲାରେ ଧ୍ୟାନ ଦେବାରେ କିଛି ଫରକ ପଡେନାହିଁ।'

ଗତ କିଛି ମାସ ହେଲା ବଲିଉଡର କିଛି ବିଗ୍‌ ବଜେଟ୍‌ ଫିଲ୍ମ ବକ୍ସ ଅଫିସରେ ମାଟି କାମୁଡୁଛି। ସେଥିପାଇଁ ବଡ ବଜେଟ୍‌ ପ୍ରୋଜେକ୍ଟଗୁଡିକର ବିଫଳତାକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି। ସିନେ ତାରକାଙ୍କ ଅନାବଶ୍ୟକ ପାରିଶ୍ରମିକ ଦାବିକୁ ନେଇ ମଧ୍ୟ ବିବାଦ ତେଜିଛି। ଷ୍ଟାରଙ୍କର ଏପରି ଦାବିକୁ କିଛି କଳାକାର ଠିକ୍‌ ଦର୍ଶାଉଥିବାବେଳେ ଫିଲ୍ମ ନିର୍ମାତା କହୁଛନ୍ତି। କଳାକାରଙ୍କ ମୋଟା ଅଙ୍କର ପାରିଶ୍ରମିକ ଦାବି ଯୋଗୁ ଫିଲ୍ମର ବଜେଟ୍‌ ଅଯଥା ବଢ଼ିଯାଉଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: