ଇଣ୍ଡଷ୍ଟ୍ରୀକୁ ନେଇ ଏମିତି କିଛି କହିଲେ କୁମାର ସାନୁ

ଅର୍ଗସ ବ୍ୟୁରୋ: ହିନ୍ଦୀ ସିନେମାର ଜଣେ ଲୋକପ୍ରୀୟ ସିଙ୍ଗର ହେଉଛନ୍ତି କୁମାର ସାନୁ। ତାଙ୍କ ଗୀତ ଗାଇବାର ଅନ୍ଦାଜ ଏବଂ ଷ୍ଟାଇଲ ସମସ୍ତଙ୍କଠାରୁ ୟୁନିକ୍। ସେଥିପାଇଁ ଫ୍ୟାନ୍ସଙ୍କ ହୃଦୟରେ ସିଏ ରାଜ କରନ୍ତି। ୯୦ ଦଶକରେ ସିଏ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ଆଜି ବି ଯେ କୌଣସି ଫଙ୍କସନରେ ତାଙ୍କ ଗୀତରେ ଝୁମନ୍ତି ଲୋକେ। କିନ୍ତୁ ତାସତ୍ତ୍ବେ ବି ତାଙ୍କୁ ଫିଲ୍ମରେ ଗାଇବାକୁ ଆଉ ସୁଯୋଗ ମିଳୁନାହିଁ। ଯେତେବେଳେ ତାଙ୍କୁ ଏହାର କାରଣ ପଚରାଗଲା, ସେ ଇଣ୍ଡଷ୍ଟ୍ରିକୁ ନେଇ ନିଜର ଅସନ୍ତୋଷଭାବ ପ୍ରକାଶ କରିଥିଲେ। ଇଣ୍ଡଷ୍ଟ୍ରିରେ ମତେ ସମ୍ମାନ ମିଳୁଛି କିନ୍ତୁ ଗୀତ ନୁହେଁ ବୋଲି ସିଏ ସେ କହିଥିଲେ ।
କାହିଁକି ତାଙ୍କୁ ଫିଲ୍ମରେ ଆଉ ଗୀତ ମିଳୁନାହିଁ ପଚରାଯିବାରୁ ସେ କହିଥିଲେ , ଇଣ୍ଡଷ୍ଟ୍ରିରେ ଏପର୍ଯ୍ୟନ୍ତ ମୋର ଯାତ୍ରା ବହୁତ ଭଲ ରହିଛି। ସମସ୍ତେ ମୋତେ ବହୁତ ସମ୍ମାନ କରନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଇଜ୍ଜତ ସମ୍ମାନ ସବୁ ମିଳୁଛି ମୋ ଗୀତ ବି ଶୁଣନ୍ତି କିନ୍ତୁ କ'ଣ ପାଇଁ ଫିଲ୍ମରେ ଗାଇବାକୁ ଦେଉନାହାଁନ୍ତି ତାହା ମୁଁ ଜାଣେ ନାହିଁ। ଲୋକଙ୍କ ଏହି ପ୍ରେମ ବାସ୍ତବ କି ନୁହେଁ ଜାଣିନି ।
ନିକଟରେ କୁମାର ସାନୁ ଆମେରିକାରେ ଅନେକ ଲାଇଭ୍ ସୋ କରିଥିଲେ। ଏ ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ଏବେ ବି ବହୁତ ଲୋକ ଅଛନ୍ତି ଯେଉଁମାନେ ଆମ ପିଢୀର ଗୀତକୁ ପସନ୍ଦ କରନ୍ତି। ମୁଁ ଗୀତ ଗାଇ ପାରିବି କିନ୍ତୁ ମୋତେ ସୁଯୋଗ ଦିଆଯାଉନାହିଁ । ମୁଁ ଏବେ ବି ସୋ କରୁଛି। ମୋର ପ୍ରଶଂସକ ମଧ୍ୟ ଅଛନ୍ତି । ମୁଁ ଯେଉଁଆଡେ ବି ଯାଏ ମୋର ସମସ୍ତ ସୋ ବିକ୍ରି ହୋଇଯାଏ । ମୋର ପବ୍ଲିକ୍ ଡିମାଣ୍ଡ ରହିଛି। କିନ୍ତୁ ଏହା ନିର୍ମାତାଙ୍କ ମନକୁ କାହିଁକି ଆସୁ ନାହିଁ? ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଲାଇଭ୍ ସୋ କରିବାକୁ ଯାଉଛି । ଯଦି ଇଣ୍ଡଷ୍ଟ୍ରିର ଲୋକମାନେ ବୁଝୁଛନ୍ତି ଠିକ୍ ଅଛି ନହେଲେ ସେମାନଙ୍କର ଦୁର୍ଭାଗ୍ୟ
ତେବେ କୁମାର ସାନୁ 'ଚୁରା କେ ଦିଲ ମେରା', 'ଦୋ ଦିଲ ମିଲ ରହେ ହେଁ' ଏବଂ 'ଚୋରୀ ଚୋରୀ ଜବ ନଜରେଁ ମିଲି' ଭଳି ଅନେକ ସୁପରହିଟ ଗୀତ ଗାଇଛନ୍ତି। ଶେଷଥର ପାଇଁ 2015ରେ ଦମ୍ ଲଗା କେ ହେଇଶା ରେ ଦର୍ଦ କରାରା ଏବଂ ୨୦୧୮ ରେ 'ସିମ୍ବା'ରେ 'ଆଂଖ ମାରେ' ଭଳି ଲୋକପ୍ରୀୟ ଗୀତ ଗାଇଥିଲେ।
📱 Get Argus News App
✨ଅଧିକ ପଢନ୍ତୁ ମନୋରଞ୍ଜନ ଖବର