|
logo
Live

Argus News - ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍

Entertainment

ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍

Smruti Parija
Browse all articles by Smruti Parija
·1 year ago·2 min read
ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍

ଅର୍ଗସ ବ୍ୟୁରୋ: ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ ଲାପତା ଲେଡିଜ୍ । ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଛି କିରନ ରାଓ-ଆମୀର ଖାନଙ୍କ ଫିଲ୍ମ ଲାପତା ଲେଡିଜ୍ । ମାର୍ଚ୍ଚ ପହିଲାରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା ।  ବହୁଚର୍ଚ୍ଚିତ ଫିଲ୍ମ ଲାପତା ଲେଡିଜ ଟରୋଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ହୋଇଥିଲା । ଓସ୍କାର ଫିଲ୍ମ ଫେଷ୍ଟିଭାଲରେ ସାମିଲ ପାଇଁ ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ 29ଟି ଫିଲ୍ମର ତାଲିକା ପ୍ରସ୍ତୁତ ହୋଇଥିଲା । ଶେଷରେ ବାଜି ମାରିଥିଲା ଲାପତା ଲେଡିଜ୍ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ଆଧାରିତ।

। ଫିଲ୍ମଟି ବକ୍ସ ଅଫିସ୍ ରେ ଏତେ କଲେକସନ କରିନଥିଲା ସତ ହେଲେ ସମସ୍ତଙ୍କ ହୃଦୟରେ ରହିଯାଇଥିଲା । ଫିଲ୍ମର ପ୍ରତ୍ୟେକଟି ସିନ୍ ଖୁବ ମନଛୁଆଁ ଓ ଶିକ୍ଷଣୀୟ ଥିଲା । ସମାଜକୁ ନାରୀ ସଶକ୍ତିକରଣ ଉପରେ ବାର୍ତ୍ତା ଦେଇଥିଲା । ଏହି ଚଳଚ୍ଚିତ୍ରରେ ନିତାନଶି ଗୋଏଲ, ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ, ଛାୟା କଦମ, ରବି କିଶନ ପ୍ରମୁଖ ନିଖୁଣ ଅଭିନୟ କରିଥିଲେ । 

ତେବେ ବହୁଚର୍ଚ୍ଚିତ ଫିଲ୍ମ ଲାପତା ଲେଡିଜ ଟରୋଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ହୋଇଥିଲା । ଓସ୍କାର ଫିଲ୍ମ ଫେଷ୍ଟିଭାଲରେ ସାମିଲ ପାଇଁ ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ 29ଟି ଫିଲ୍ମର ତାଲିକା ପ୍ରସ୍ତୁତ ହୋଇଥିଲା । ଶେଷରେ ବାଜି ମାରିଥିଲା ଲାପତା ଲେଡିଜ୍ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ଆଧାରିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଚଳଚ୍ଚିତ୍ରଟି 12 ଟି ହିନ୍ଦୀ ଚଳଚ୍ଚିତ୍ର, 6 ଟି ତାମିଲ ଏବଂ 4 ଟି ମାଲାୟାଲମ୍ ଚଳଚ୍ଚିତ୍ର ମଧ୍ୟରୁ ମନୋନୀତ ହୋଇଛି । ଚଳିତ ବର୍ଷ 13 ଜଣ ଜୁରୀ ମେମ୍ବର ରହିଛନ୍ତି । ଏହି ଫିଲ୍ମଟି ଚୟନ ହୋଇଥିବା ଅନ୍ୟ 29ଟି ଫିଲ୍ମ ମଧ୍ୟରୁ ଚୟନ ହୋଇଛି ।  ତେବେ ଏନେଇ କୃତଜ୍ଞତା ଜଣାଇଛନ୍ତି କିରଣ ରାଓ । 

ସେ କହିଛନ୍ତି ,ଆମ ଚଳଚ୍ଚିତ୍ର ଲାପତା ଲେଡିଜ୍ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଭାବରେ ମନୋନୀତ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ଏବଂ ଆନନ୍ଦିତ  । ଏହି ସ୍ୱୀକୃତି ମୋର ସମଗ୍ର ଦଳର ଅକ୍ଲାନ୍ତ ପରିଶ୍ରମର ପ୍ରମାଣ । ସମସ୍ତଙ୍କ ହୃଦୟ ସହ ଯୋଡି ହୋଇରହିବା ପାଇଁ ସିନେମା ଏକ ବଡ ମାଧ୍ୟମ । 

ମୁଁ ଚୟନ କମିଟି ଏବଂ ଏହି ଚଳଚ୍ଚିତ୍ର ଉପରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି । ଚଳିତ ବର୍ଷ ଏହିପରି ଚମତ୍କାର ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ମନୋନୀତ ହେବା ଏକ ସୌଭାଗ୍ୟର ବିଷୟ । ଏହି ସମ୍ମାନ ପାଇଁ ଫିଲ୍ମରେ ନିରନ୍ତର ଉଦ୍ୟମ କରିଥିବା କାଷ୍ଟ, କ୍ର୍ୟୁ ଏବଂ ପ୍ରଡକ୍ସନ୍ ଟିମ୍ କୁ ଧନ୍ୟବାଦ ଜଣାଉଛି । 
 

Sponsored
ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍ | Argus News