Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Ollywood / ଫିଲ୍ମ 'ଲଢ଼େଇ'କୁ ସେନ୍‌ସର୍‌ ଛାଟ

Rashmita Mishra
Browse all articles by Rashmita Mishra
·9 months ago·2 min read
ଫିଲ୍ମ 'ଲଢ଼େଇ'କୁ ସେନ୍‌ସର୍‌ ଛାଟ

Key Points

ଓଡ଼ିଆ ଫିଲ୍ମ ‘ଲଢେଇ’ର ମୁକ୍ତିଲାଭରେ ବାଜିଲା ସେନ୍ସର ଛାଟ
ସ୍ଥାନୀୟ ସେନ୍ସର ବୋର୍ଡ ‘ଏ’ ସାର୍ଟିଫିକେଟ ମଧ୍ୟ ନ ଦେଇ ଫିଲ୍ମକୁ ମୁମ୍ବାଇ ପଠାଇଲା
ନିର୍ମାତା ଓ ଅଭିନେତା ଲୋହିତାକ୍ଷ ସହ ଓଡ଼ିଆ ଫିଲ୍ମ ଜଗତ ଆଶ୍ଚର୍ଯ୍ୟରେ

ଓଡ଼ିଆ ଫିଲ୍ମ 'ଲଢ଼େଇ' ନିର୍ମାତା ଓ ଅଭିନେତା ଲୋହିତାକ୍ଷଙ୍କୁ ଝଟକା । ଫିଲ୍ମ ରିଲିଜରେ ଲାଗିଲା ରୋକ । ମୁକ୍ତିଲାଭ ସମୟ ନିର୍ଦ୍ଧାରିତ ହୋଇସାରିଥିଲା। ପ୍ରଚାରପ୍ରସାର ଜୋରଦାର ଚାଲିଥିଲା ଏବଂ ସମସ୍ତ ହଲ ବୁକିଂ ସରିଥିଲା। ହେଲେ ମୁକ୍ତିଲାଭର ଦିନକ ପୂର୍ବରୁ ବାଜିଲା ସେନ୍‌ସର୍‌ ଛାଟ। ନୂଆ ଅଭିନେତାମାନଙ୍କୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ‘ଲଢ଼େଇ’ ମୁକ୍ତିଲାଭ କରିପାରିବନି।


ସିନେ ପ୍ରଯୋଜକ, ନିର୍ଦ୍ଦେଶକ ଓ ସମସ୍ତ ଚଳଚ୍ଚିତ୍ରପ୍ରେମୀଙ୍କୁ ସେନ୍‌ସର୍‌ ବୋର୍ଡ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ସେନ୍‌ସର ବୋର୍ଡ କାହିଁକି ଫିଲ୍ମଟିକୁ ସାର୍ଟିଫିକେଟ୍‌ ନଦେଇ ମୁମ୍ବାଇ କାର୍ଯ୍ୟାଳୟକୁ ସମୀକ୍ଷା ପାଇଁ ପଠାଇଦେଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କହିବା କଥା, ସିନେମାରେ ମାତ୍ରାଧିକ ହିଂସାତ୍ମକ ଦୃଶ୍ୟ ଥିବା ଦର୍ଶାଇ ସ୍ଥାନୀୟ ସେନସର ବୋର୍ଡ ଏହାକୁ ‘ଏ’ ସାର୍ଟିଫିକେଟ ମଧ୍ୟ ଦେଲେ ନାହିଁ ଏବଂ ରିଭ୍ୟୁ ପାଇଁ ମୁମ୍ବାଇ ପଠେଇ ଦେଇଛନ୍ତି।


ଏଥିସହ ପଢ଼ନ୍ତୁ: କପିଲ ଶର୍ମାଙ୍କ କାଫେ ଉପରେ ତୃତୀୟ ଥର ଫାୟାରିଂ, ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ବିଶ୍ନୋଇ ଗ୍ୟାଙ୍ଗ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ନିକଟ ଅତୀତରେ ‘ଆନିମଲ’ ପରି ଅନେକ ହିନ୍ଦୀ ଏବଂ ଅନ୍ୟ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଓଡ଼ିଶାରେ ପ୍ରଦର୍ଶିତ ହୋଇଛି। ଯେଉଁଥିରେ ହିଂସାତ୍ମକ ଓ ରକ୍ତରଞ୍ଜିତ ସିନ୍‌ ଭରପୂର ରହିଛି। ‘ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌’ କେନ୍ଦ୍ର ସରକାରଙ୍କ ଅଧୀନ ଏକ ସଂସ୍ଥା। ହିନ୍ଦୀ, ତେଲୁଗୁ, କନ୍ନଡ଼ ଚଳଚ୍ଚିତ୍ର ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍‌ ଦ୍ୱାରା ଅନ୍ୟ ରାଜ୍ୟରୁ ସାର୍ଟିଫିକେଟ୍‌ ପାଇ ଅତ୍ୟଧିକ ହିଂସା ଦୃଶ୍ୟ ଥିବା ସତ୍ତ୍ବେ ଆମ ରାଜ୍ୟରେ ଆମ ଦର୍ଶକମାନଙ୍କ ପାଇଁ ପ୍ରଦର୍ଶିତ କରାଇ ବେଶ୍‌ ଆୟ କରୁଛନ୍ତି। ଓଡ଼ିଆ ସିନେମାରେ ସାମାନ୍ୟ ହିଂସା ଦୃଶ୍ୟ ପାଇଁ ‘ଲଢେଇ’ ସିନେମାକୁ ‘ଏ’ ସାର୍ଟିଫିକେଟ ମଧ୍ୟ ନ ଦେଇ ମୁମ୍ବାଇ ରିଭ୍ୟୁ କମିଟିକୁ ପଠାଇଦେବା ପ୍ରସଙ୍ଗ ସମସ୍ତଙ୍କୁ ଆଚମ୍ବିତ କରିଛି।


‘ଲଢ଼େଇ’ ଦୀପାବଳିରେ ମୁକ୍ତିଲାଭ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ‘ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌’ର ଏହି ନିଷ୍ପତ୍ତି ପ୍ରଯୋଜକ ଦେବାଶିଷ ପଟ୍ଟନାୟକଙ୍କୁ ନିରାଶ କରିଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶୋକ ପତି, ପ୍ରଯୋଜକ ସଞ୍ଜୟ ନାୟକ, ଜାତୀୟ ମିଡିଆ ଫାଉଣ୍ଡେସନର ରାଜ୍ୟ ମୁଖପାତ୍ର ଶ୍ୟାମାପ୍ରସାଦ ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ ସଂସ୍ଥା ଭାରତ ବର୍ଷରେ ସେନ୍ସର ପାଇଁ ଗୋଟିଏ ନୀତି ଆଣିବା ଆବଶ୍ୟକ ବୋଲି କହିଛନ୍ତି। ଭେଦଭାବ ଓଡ଼ିଆ ପ୍ରଯୋଜକଙ୍କୁ କ୍ଷତି ପହଞ୍ଚାଇବ ବୋଲି ସେମାନେ ଆଶଙ୍କା କରିଛନ୍ତି। ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ପବ୍ଲିସିଟି ମୁଖ୍ୟ ହରପ୍ରସାଦ ମହାପାତ୍ର ଓ ସହଯୋଗୀ ଅଭିଜିତ ସିଂହ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Sponsored