Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood / ଅନନ୍ୟାଙ୍କ ବିପକ୍ଷରେ ଲକ୍ଷ୍ୟ, ଯୋଡିକୁ ନେଇ ଫ୍ୟାନ୍ସ କରୁଛନ୍ତି...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଅନନ୍ୟାଙ୍କ ବିପକ୍ଷରେ ଲକ୍ଷ୍ୟ, ଯୋଡିକୁ ନେଇ ଫ୍ୟାନ୍ସ କରୁଛନ୍ତି...

Key Points

ଅନନ୍ୟାଙ୍କ ବିପକ୍ଷରେ ଲକ୍ଷ୍ୟ
୨୦୨୬ରେ ଏକାଠି ଆସିବେ ନଜର

ଏକାଠି ନଜର ଆସିବେ ବଲିଉଡର ଦୁଇ ଯୋଡ଼ି। ଏହି ଦୁଇ ଷ୍ଟାରଙ୍କୁ ଦେଖିବାକୁ ଦର୍ଶକ ବି ଅପେକ୍ଷାରତ। କାହିଁକି ନା ପ୍ରଥମ ଥର ଏହି ଯୋଡି ଏକାଠି ଆସିବେ। ଆଜ୍ଞା ହଁ, ଆମେ କହୁଛୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଅଭିନେତା ଲକ୍ଷ୍ୟ ଲାଲଓ୍ୱାନୀଙ୍କ ବିଷୟରେ। ଅଭିନେତା  ଲକ୍ଷ୍ୟ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ‘ଚାନ୍ଦ ମେରା ଦିଲ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଲକ୍ଷ୍ୟଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବେ । ବିବେକ ସୋନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଲକ୍ଷ୍ୟ ଏବଂ ଅନନ୍ୟାଙ୍କ ଲଭ୍‌ ଷ୍ଟୋରି ଦେଖିବାକୁ ମିଳିବ। ୨୦୨୬ରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଲକ୍ଷ୍ୟଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରେ ଧର୍ମା ପ୍ରଡକ୍ସନର ‘ଦୋସ୍ତାନା ୨’ ଫିଲ୍ମ ରହିଛି। ଉକ୍ତ ଫିଲ୍ମରେ ଲକ୍ଷ୍ୟଙ୍କ ସହ ଅଭିନେତା ବିକ୍ରାନ୍ତ ମେସିଙ୍କୁ ଦେଖିବାକୁ ମିଳିବ। ସେହିପରି ‘ଦୋସ୍ତାନା ୨’ରେ ଲକ୍ଷ୍ୟଙ୍କ ବିପକ୍ଷରେ ଅଭିନେତ୍ରୀ ପ୍ରତିଭା ରାଣ୍ଟା କିମ୍ବା ଶ୍ରୀଲୀଲାଙ୍କୁ ଦେଖିବାକୁ ମିଳିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।


ଏଥିସହ ପଢ଼ନ୍ତୁ: ମାଉସୀ ହେଲେ ଅନନ୍ୟା ପାଣ୍ଡେ


ନିକଟରେ ରିଲିଜ୍‌ ହୋଇଥିବା ଆର୍ୟନ ଖାନ୍‌ଙ୍କ ‘ଦି ବ୍ୟାଣ୍ଡ୍ସ ଅଫ୍‌ ବଲିଉଡ୍‌’ ଓ୍ବେବ୍‌ ସିରିଜ୍‌ରେ ଅଭିନେତା ଲକ୍ଷ୍ୟ ଲାଲ୍‌ଓ୍ବାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିରିଜ୍‌ରେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଥିଲା। ୨୦୨୩ରେ ରିଲିଜ୍‌ ହୋଇଥିବା ‘ଧର୍ମା ପ୍ରଡକ୍ସନ’ ଦ୍ୱାରା ନିର୍ମିତ ‘କିଲ୍‌’ ଫିଲ୍ମରେ ଲକ୍ଷ୍ୟ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଲକ୍ଷ୍ୟଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ଆକୃଷ୍ଟ କରିଛି। ଯେଉଁଥି ପାଇଁ ଲକ୍ଷ୍ୟଙ୍କ ହାତରେ ଗୋଟେ ପରେ ଗୋଟେ ଫିଲ୍ମ ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନନ୍ୟା ପାଣ୍ଡେ:


ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏବେ ସେ ଆଦିତ୍ୟ ରାୟ କପୁରଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଏପରିକି ଦୁହିଁଙ୍କୁ ଅନେକ ସମୟରେ ବିଭିନ୍ନ ପାର୍ଟି ତଥା ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଅବଶ୍ୟ ଏହାପରେ ହିଁ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏବେ ସୁଦ୍ଧା ଅନନ୍ୟା ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ କୁହାଯାଉଥିଲା କି ଦୁହେଁ ଅଲଗା ହୋଇଯାଇଛନ୍ତି। ଦୁହିଁଙ୍କର ବ୍ରେକ ଅପ ହୋଇଯାଇଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Bollywood | Lakshya vs Ananya: Fans Buzz Over Their On-Screen Chemistry | Argus News | Argus News