Bollywood News / ବ୍ରେକଅପ୍ ପରେ ବି ସୁସ୍ମିତାଙ୍କୁ ଭୁଲିନାହାନ୍ତି ଲଳିତ ମୋଦୀ, ଜନ୍ମଦିନରେ କହିଲେ ଏମିତି କଥା
·2 hours ago·2 min read

Key Points
ବ୍ରେକଅପ ପରେ ବି ସୁସ୍ମିତାଙ୍କୁ ଏଯାଏ ଭୁଲିନାହାନ୍ତି
ଜନ୍ମଦିନରେ ସୁସଙ୍କ ପାଇଁ ଲେଖିଲେ ଖାସ ମେସେଜ
ଜନ୍ମଦିନରେ ସୁସଙ୍କ ପାଇଁ ଲେଖିଲେ ଖାସ ମେସେଜ
ବଲିଉଡ ଅଭିନେତ୍ରୀ ଏବଂ ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ନଭେମ୍ବର ୧୯କୁ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ସ୍ପେଶାଲ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ସୁସ୍ମିତାଙ୍କ ପାଇଁ ଏକ ସୁନ୍ଦର ମେସେଜ ଲେଖିଛନ୍ତି। ସେ ସୁସ୍ମିତାଙ୍କୁ ନିଜର ଜଣେ ସୁନ୍ଦର ବନ୍ଧୁ ବୋଲି କହିଛନ୍ତି। ଉଭୟ ୨୦୨୨ ମସିହାରୁ ରିଲେସନସିପରେ ଥିଲେ ବୋଲି ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଏବେ ଦୁହେଁ ଅଲଗା ହୋଇସାରିଛନ୍ତି। କିନ୍ତୁ ବନ୍ଧୁତା ସେମିତି ରହିଛି।
ଲଳିତ ମୋଦୀ ଇନଷ୍ଟାରେ ସୁସ୍ମିତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମୋ ଭଲ ସାଙ୍ଗ ସୁସ୍ମିତାଙ୍କୁ ତାଙ୍କ ଜନ୍ମଦିନରେ ଅଜସ୍ର ଅଭିନନ୍ଦନ। “ଏମିତି ହସୁଥାଅ ସାରା ଜୀବନ”।
ଏଥି ସହ ପଢନ୍ତୁ: ପଳାତକ ଲଳିତ ମୋଦିଙ୍କୁ ମିଳିଲା ବ୍ରିଟିଶ ନାଗରିକତା, ୧୬ ବର୍ଷ ପରେ ନୂଆ ପରିଚ
ଲଳିତ ମୋଦୀ ଏବଂ ସୁସ୍ମିତା ସେନ ଜୁଲାଇ ୨୦୨୨ରେ ନିଜ ସମ୍ପର୍କକୁ ସାର୍ବଜନିକ ବୋଲି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ। ଲଳିତ ସୁସ୍ମିତାଙ୍କ ସହ ଛୁଟି କାଟିବାର ଫଟୋ ଶେୟାର କରି ତାଙ୍କ “ବେଟର ହାଫ” ବୋଲି ଲେଖିଥିଲେ। ସମସ୍ତେ ଭାବିଥିଲେ ଦୁହେଁ ବୋଧେ ଖୁବଶୀଘ୍ର ବିବାହ କରିବେ। କିନ୍ତୁ ପରେ ଲଳିତ ସଫା ସଫା କହିଥିଲେ ଯେ, ଆମେ ବିବାହ କରିନାହୁଁ।
- ସୁସ୍ମିତାଙ୍କ ପାଇଁ ଖାସ ମେସେଜ ଲେଖିଲେ ଲଳିତ
ଲଳିତ ମୋଦୀ ଇନଷ୍ଟାରେ ସୁସ୍ମିତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମୋ ଭଲ ସାଙ୍ଗ ସୁସ୍ମିତାଙ୍କୁ ତାଙ୍କ ଜନ୍ମଦିନରେ ଅଜସ୍ର ଅଭିନନ୍ଦନ। “ଏମିତି ହସୁଥାଅ ସାରା ଜୀବନ”।
ଏଥି ସହ ପଢନ୍ତୁ: ପଳାତକ ଲଳିତ ମୋଦିଙ୍କୁ ମିଳିଲା ବ୍ରିଟିଶ ନାଗରିକତା, ୧୬ ବର୍ଷ ପରେ ନୂଆ ପରିଚ
- ୨୦୨୨ରେ କନଫର୍ମ କରିଥିଲେ ରିଲେଶନସିପ
ଲଳିତ ମୋଦୀ ଏବଂ ସୁସ୍ମିତା ସେନ ଜୁଲାଇ ୨୦୨୨ରେ ନିଜ ସମ୍ପର୍କକୁ ସାର୍ବଜନିକ ବୋଲି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ। ଲଳିତ ସୁସ୍ମିତାଙ୍କ ସହ ଛୁଟି କାଟିବାର ଫଟୋ ଶେୟାର କରି ତାଙ୍କ “ବେଟର ହାଫ” ବୋଲି ଲେଖିଥିଲେ। ସମସ୍ତେ ଭାବିଥିଲେ ଦୁହେଁ ବୋଧେ ଖୁବଶୀଘ୍ର ବିବାହ କରିବେ। କିନ୍ତୁ ପରେ ଲଳିତ ସଫା ସଫା କହିଥିଲେ ଯେ, ଆମେ ବିବାହ କରିନାହୁଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁହିଁଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ୨୦୨୫ ମସିହାରେ ଉଭୟ ବ୍ରେକଅପ କରିଥିଲେ ବୋଲି ବୋଲି ଘୋଷଣା କରିଥିଲେ। ୨୦୨୬ ମସିହାରେ ଏକ ଇଣ୍ଟରଭ୍ୟୁରେ କାହିଁକି ଅଲଗା ହେଲେ ବି ଫ୍ୟାନ୍ସଙ୍କୁ ଜଣାଇଥିଲେ। ଲଳିତଙ୍କ କହିବା ଅନୁଯାୟୀ, ସୁସ୍ମିତାଙ୍କ କ୍ୟାରିୟର ଭାରତରେ ଥିଲା। ଯେବେକି ମୁଁ ଲଣ୍ଡନରେ ସେଟଲ ଅଛି। ଆମ ଭିତରେ ଧୀରେ ଧୀରେ ଦୂରତା ହେବା ଆରମ୍ଭ ହେଲା ଆଉ ଆମେ ଏହି ସମ୍ପର୍କକୁ ଆଉ ଆଗକୁ ନେବୁନି ବୋଲି ସ୍ଥିର କରିଥିଲୁ।
ସମ୍ପର୍କ କନଫର୍ମ ହେଲା ପରେ ସୋସିଆଲ ମିଡିଆରେ ଲୋକ ସୁସ୍ମିତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ। କିଛି ଲୋକ ତାଙ୍କୁ ଗୋଲ୍ଡ ଡିଗର ବୋଲି କହିଥିଲେ। ଏଥିରେ ୨୦୨୬ ଜୁନରେ ଲଳିତ ମୋଦୀ ସୁସ୍ମିତାଙ୍କ ସପୋର୍ଟରେ ବାହାରିଥିଲେ। ଆଉ କହିଥିଲେ ଯେ, ସେ ଜଣେ ଭଲ ଝିଅ ନିଜ ପଇସାରେ ହିଁ ସେ ଧନୀ। ଆଉ କାହା ପଇସା ଉପରେ ସେ ନିର୍ଭର କରନ୍ତି ନାହିଁ।
ଏହାମଧ୍ୟରେ ଲଳିତ ମୋଦି ନିଜ ନାଗରିକତାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦୀ ୨୦୨୬ ମସିହା ନଭେମ୍ବର ୧୪ ତାରିଖରେ ବ୍ରିଟିଶ ନାଗରିକତ୍ବ ନେଇସାରିଛନ୍ତି ବୋଲି ଘୋଷଣା କରିସାରିଛନ୍ତି।
ସୁସ୍ମିତା ୧୯୭୫ ମସିହା ନଭେମ୍ବର ୧୯ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୪ ମସିହାରେ ମିସ ୟୁନିଭର୍ସ ଟାଇଟଲ ଜିତି ଇତିହାସ ରଚିଥିଲେ। ସେ ଏହି ଉପାଧି ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ଥିଲେ। ଏହାପରେ ସେ ବଲିଉଡରେ ପାଦ ଥାପିଥିଲେ। ତାଙ୍କର ପ୍ରଥମ ବଲିଉଡ ଡେବ୍ୟୁ ଥିଲା `ଦସ୍ତକ’(1996)।
ସୁସ ଫିଲ୍ମ ବିବି ନମ୍ବର-1 (1999) ରେ ଶାନଦାର ଅଭିନୟ ପାଇଁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର ପୁରସ୍କାର ପାଇଥିଲେ। ସିର୍ଫ ତୁମ (୧୯୯୯) ଏବଂ ଫିଲହାଲ (୨୦୦୨) ମୁଭିରେ ମଧ୍ୟ ଜବରଦସ୍ତ ଅଭିନୟ କରିଥିଲେ। “ଆଖେଁ” (୨୦୦୨), “ମୈଂ ହୁଁ ନା” (୨୦୦୪), ଏବଂ “ମୈନେଁ ପ୍ୟାର କ୍ୟୁଁ କିୟା”?(୨୦୦୫) ତାଙ୍କର ହିଟ ଫିଲ୍ମ ମଧ୍ୟରେ ସାମିଲ। ଫିଲ୍ମରେ କିଛି ଦିନ ଦୂରରେ ରହିବାପରେ ସୁସ୍ମିତା ଏବେ ଓ୍ବେବ ସିରିଜରେ ନଜର ଆସୁଛନ୍ତି। “ଆର୍ଯ୍ୟ” (2020-2024)ରେ OTTରେ ବଡ଼ କମବ୍ୟାକ କରିଥିଲେ। ଏହି ସିରିଜରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ଏହି ଓ୍ବେବସିରିଜ ପାଇଁ ତାଙ୍କୁ ଫିଲ୍ମଫେୟାର ଓଟିଟି ପୁରସ୍କାର ମିଳିଥିଲା।
- ସୁସ୍ମିତାଙ୍କୁ ବହୁତ ଭଲ ପାଉଥିଲେ ଲଳିତ
ସମ୍ପର୍କ କନଫର୍ମ ହେଲା ପରେ ସୋସିଆଲ ମିଡିଆରେ ଲୋକ ସୁସ୍ମିତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ। କିଛି ଲୋକ ତାଙ୍କୁ ଗୋଲ୍ଡ ଡିଗର ବୋଲି କହିଥିଲେ। ଏଥିରେ ୨୦୨୬ ଜୁନରେ ଲଳିତ ମୋଦୀ ସୁସ୍ମିତାଙ୍କ ସପୋର୍ଟରେ ବାହାରିଥିଲେ। ଆଉ କହିଥିଲେ ଯେ, ସେ ଜଣେ ଭଲ ଝିଅ ନିଜ ପଇସାରେ ହିଁ ସେ ଧନୀ। ଆଉ କାହା ପଇସା ଉପରେ ସେ ନିର୍ଭର କରନ୍ତି ନାହିଁ।
- ବ୍ରିଟିଶ ନାଗରିକତ୍ବ ଗ୍ରହଣ କରିଛନ୍ତି ମୋଦୀ
ଏହାମଧ୍ୟରେ ଲଳିତ ମୋଦି ନିଜ ନାଗରିକତାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦୀ ୨୦୨୬ ମସିହା ନଭେମ୍ବର ୧୪ ତାରିଖରେ ବ୍ରିଟିଶ ନାଗରିକତ୍ବ ନେଇସାରିଛନ୍ତି ବୋଲି ଘୋଷଣା କରିସାରିଛନ୍ତି।
- ମିସ ୟୁନିଭର୍ସରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା