Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମକୁ ଏବେ ଶାନ୍ତିରେ ରହିବାକୁ ଦିଅନ୍ତୁ:ଏଲଭିଶଙ୍କ ବାପା

Entertainment

ଆମକୁ ଏବେ ଶାନ୍ତିରେ ରହିବାକୁ ଦିଅନ୍ତୁ:ଏଲଭିଶଙ୍କ ବାପା

Ritu Das
Browse all articles by Ritu Das
·2 years ago·1 min read
ଆମକୁ ଏବେ ଶାନ୍ତିରେ ରହିବାକୁ ଦିଅନ୍ତୁ:ଏଲଭିଶଙ୍କ ବାପା

ଅର୍ଗସ ବ୍ୟୁରୋ: ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ ସାପ ବିଷ ଚାଲାଣ କରୁଥିବା ନେଇ ପ୍ରର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏନଡିପିଏସ ଧାରାରେ ଏଲଭିଶଙ୍କ ବିରୋଧରେ ଗମ୍ଭୀର ଅଭି‌ଯୋଗ ହୋଇଥିବା ବେଳେ ଏଲଭିଶ ବି ନିଜ ଦୋଷକୁ ସ୍ବୀକାର କରିଥିବା କୁହାଯାଉଛି। ଏପଟେ ପୁଅ ଗିରଫ ହେବା ପରେ ଏଲଭିଶଙ୍କ ବାପା ଓ ମା’ ଦୁଃଖରେ ଭାଙ୍ଗି ପଡ଼ି ଗଣମାଧ୍ୟମ ସାମ୍ନାରେ ନିଜ ମନର କଥା କହିଛନ୍ତି।

ମା’ ସୁଷମା ଯାଦବ କାନ୍ଦିକାନ୍ଦି ଏଲଭିଙ୍କୁ ନିର୍ଦ୍ଦୋଷ କହୁଥିବା ବେଳେ ବାପା ରାମ ଅବତାର କହିଛନ୍ତି। ମୋ ପୁଅ ବିରୋଧରେ ଲଗାଯାଉଥିବା ସମସ୍ତ ଅଭି‌ଯୋଗକୁ ମୁଁ ଖଣ୍ଡନ କରୁଛି। ପୋଲିସ ହେପାଜତରେ ଥିବା ବେଳେ ମୁଁ ପୁଅକୁ ଭେଟିକି ଆସିଛି। ‌‌ତା ବିରୋଧରେ ‌ହୋଇଥିବା ଅଭିଯୋଗକୁ ସେ ସ୍ବୀକାର କରି ନାହିଁ। ଏନଜିଓ ତାକୁ ଫସାଉଛି। ମେନକା ଗାନ୍ଧିଙ୍କୁ ମୋର ଅନୁରୋଧ ପୁଅ ଏଲଭିଶ ଉପରେ ଦୟା କରନ୍ତୁ। ପୁଅ ଗିରଫ ହୋଇ ଯାଇଛି। ଏବେ ତ ଆପଣ  ଖୁସି ନା। ତେଣୁ ତାକୁ ଛାଡ଼ି ଦିଅନ୍ତୁ। ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ। ମୁଁ ଜାଣିଛି ଏସବୁ କାମ ଆପଣଙ୍କ ଇସାରାରେ ଚାଲିଛି।

ଗିରଫ ପରେ ପୋଲିସ ଏଲଭିଶ ଯାଦବଙ୍କୁ ସୁରଜପୁର କୋର୍ଟରେ ହାଜର କରିଥିଲା। କୋର୍ଟ ଏଲଭିଶଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Let us be in | Argus News