Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନୁଷ୍କାଙ୍କ ଭଳି ଲଣ୍ଡନରେ ପ୍ରସବ କରିବେ କାଟ୍ରିନା କୈଫ

Entertainment

ଅନୁଷ୍କାଙ୍କ ଭଳି ଲଣ୍ଡନରେ ପ୍ରସବ କରିବେ କାଟ୍ରିନା କୈଫ

Ritu Das
Browse all articles by Ritu Das
·2 years ago·1 min read
ଅନୁଷ୍କାଙ୍କ ଭଳି ଲଣ୍ଡନରେ ପ୍ରସବ କରିବେ କାଟ୍ରିନା କୈଫ

ଅର୍ଗସ ବ୍ୟୁରୋ: ବଲିଉଡରେ ଏବେ ଖୁସି ଖବର ଚାଲିଛି। ନିକଟରେ ଅଭିନେତ୍ରୀ ୟାମୀ ଗୌତମ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭଳି କାଟ୍ରିନା କୈଫଙ୍କର ମଧ୍ୟ ଲଣ୍ଡନରେ ପ୍ରସବ ହେବ ବୋଲି ଚର୍ଚ୍ଚା ହେଉଛି। ଖୁବଶୀଘ୍ର ମା’ ହେବେ ବିକି କୌଶଲଙ୍କର ପତ୍ନୀ। କାଟ୍ରିନାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚ‌ା ଆରମ୍ଭ ‌ହୋଇଛି। ଅଭିନେତା ତଥା ସ୍ବାମୀ ବିକି କୌଶଲଙ୍କ ସହ କାଟ୍ରିନା ଲଣ୍ଡନ ଯାଇଥିବା ବେଳେ ଦୁହିଁଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। 

ଭିଡିଓରେ ଦୁହେଁ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ କାଟ୍ରିନା ପିନ୍ଧିଥିବା ପୋଷାକ ଦେଖି ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା କରିଥିଲେ ଲୋକେ।
ଏହା ପରେ ମିଡିଆରେ ଚର୍ଚ୍ଚା ହୋଇଥିଲା ଯେ, କାଟ୍ରିନା ଗର୍ଭବତୀ ଅଛନ୍ତି ଏବଂ ଶୀଘ୍ର ତାଙ୍କର ପ୍ରସବ ହେବ। ଲଣ୍ଡନରେ ତାଙ୍କର ପ୍ରସବ ହେବ ବୋଲି ଦୁହେଁ ସେଠାକୁ ଯାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ବହୁତ ଖୁସି ହେବା ସହ ଶୁଭେଚ୍ଛା ଦେବା ଆରମ୍ଭ କରିଥିଲେ। କିନ୍ତୁ କାଟ୍ରିନା ପ୍ରେଗନେଣ୍ଟ ନାହାନ୍ତି ଏବଂ ଲଣ୍ଡନରେ ତାଙ୍କର ପ୍ରସବ ହେବ ନାହିଁ ବୋଲି ବିକି କହିଛନ୍ତି। ବିକିଙ୍କ ଜନ୍ମଦିନ ପାଳନ କରିବାକୁ ଦୁହେଁ ଲଣ୍ଡନରେ ଅଛନ୍ତି। ପ୍ରସବ ପାଇଁ ନୁହେଁ ବୋଲି ବିକି କୌଶଲଙ୍କ ପିଆର ଟିମ ସ୍ବଷ୍ଟ କରିଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Like Anushka, Katrina | Argus News