Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Humane Sagar / ଜୀବନଯାତ୍ରାର ଛକିଶୂନ ଖେଳରେ ହାରିଗଲେ ହ୍ୟୁମାନ

Rashmita Mishra
Browse all articles by Rashmita Mishra
·7 months ago·2 min read
ଜୀବନଯାତ୍ରାର ଛକିଶୂନ ଖେଳରେ ହାରିଗଲେ ହ୍ୟୁମାନ

Key Points

କଣ୍ଠଶିଳ୍ପୀରୁ ଆରମ୍ଭ କରିଥିଲେ କ୍ୟାରିଅର୍ ହ୍ୟୁମାନ ସାଗର ।
ଆଗକୁ ସେ ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ଅନୁଭବ ମହାନ୍ତିଙ୍କ ଆଗାମୀ ଚଳଚ୍ଚିତ୍ର ‘ଛକିଶୂନ’ରେ ସେ ସଙ୍ଗୀତ ନିର୍ଦ୍ଦେଶନା କାମ ଆରମ୍ଭ କରିଥିଲେ ।

ପରପାରିରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସୋମବାର ରାତି ୯ଟା ୮ରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ଆଖି ବୁଜିଛନ୍ତି ହ୍ୟୁମାନ । ତାଙ୍କ ସ୍ଵର ଶୁଣିଲେ କ୍ଳାନ୍ତ ଶରୀରରେ ଫୁର୍ତ୍ତି ଆସିଯାଏ । ବିଶାଦ ମନରେ ଖେଳିଯାଏ ଆନନ୍ଦ । ୧୭ ବର୍ଷର ସଙ୍ଗୀତମୟ ଜୀବନରେ ସେ ଛାଡ଼ି ଯାଇଛନ୍ତି ଅନେକ ଛାପ । ତାଙ୍କ ସଙ୍ଗୀତ ପିଲାଠୁ ବଡ଼ ଯାଏଁ ଗୁଣୁଗୁଣାନ୍ତି ।

କଣ୍ଠଶିଳ୍ପୀରୁ ଆରମ୍ଭ କରିଥିଲେ କ୍ୟାରିଅର୍ ହ୍ୟୁମାନ ସାଗର । ଆଗକୁ ସେ ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଅନୁଭବ ମହାନ୍ତିଙ୍କ ଆଗାମୀ ଚଳଚ୍ଚିତ୍ର ‘ଛକିଶୂନ’ରେ ସେ ସଙ୍ଗୀତ ନିର୍ଦ୍ଦେଶନା କାମ ଆରମ୍ଭ କରିଥିଲେ । ହେଲେ ସିନେମା ଶେଷ ହେବା ପୂର୍ବରୁ ସେ ଚାଲିଗଲେ ଶେଷଯାତ୍ରାରେ । ଜୀବନଯାତ୍ରାର ଛକିଶୂନ ଖେଳରେ ହାରି ମହାଶୂନ୍ୟକୁ ଚାଲିଗଲେ । ଏ ସିନେମା କରିବାକୁ ସେ ନିର୍ମାତାଙ୍କୁ କୁଆଡ଼େ କହିଥିଲେ, ଫିଲ୍ମର ସିକ୍ୱେଏନ୍ସ ନୁହେଁ, ପୂରା କାହାଣୀ ଶୁଣିବି । ଏଥିରୁ ଜଣାପଡ଼ିଥିଲା ଯେ, ସିନେମା ପ୍ରତି ତାଙ୍କର ଦକ୍ଷତା କେତେ ।

ଏଥିସହ ପଢ଼ନ୍ତୁ: ଟିଟିଲାଗଡ଼ ଭିଟାମାଟିରେ ହେବ ହ୍ୟୁମାନଙ୍କ ଶେଷ କୃତ୍ୟ 

ସୂଚନାନୁଯାୟୀ ୧୫ ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି । କେତେ ଲକ୍ଷ ବିବାହ ପ୍ରୋସେସନ୍ ଓ କେତେ ଭସାଣୀ, ପୂଜା ମଣ୍ଡପରେ ତାଙ୍କ ଗୀତ ବାଜିଛି ତାର ହିସାବ ନାହିଁ । ଓଡ଼ିଶାରେ ୯୦% ୟ୍ୟୁଟୁବ୍ ଚ୍ୟାନେଲ୍ ମନିଟାଇଜ୍ ହେବାର ପ୍ରମୁଖ କାରଣ ମଧ୍ୟ ହ୍ୟୁମାନ୍ । ପ୍ରଚ୍ଛଦ ପଟରେ ରହି ସେ କେତେ ଜଣଙ୍କ କ୍ୟାରିଅର୍ କରିଛନ୍ତି ତା’ର ହିସାବ କେବଳ ସେ ହିଁ କହି ପାରିବେ । ଅନେକ ଫିଲ୍ମ ତାଙ୍କ ଗୀତ ଯୋଗୁ ବହୁତ୍ ଆଗକୁ ଯାଇଛି, ଯାହାକୁ ଅସ୍ୱୀକାର କରାଯାଇନପାରେ । ତାଙ୍କ ପରି କଳାକାର ଓଡ଼ିଶାକୁ ଆଗରୁ ଆସି ନାହାଁନ୍ତି କି ଏବେ ନାହାଁନ୍ତି କି ଆଗକୁ ଆସିବେ ବି ନାହିଁ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ

କଟକ ସିଡିଏ ସ୍ଥିତ ବାସଭବନରେ କଲେ ହ୍ୟୁମାନ ସାଗରଙ୍କୁ ଅନ୍ତିମ ଦର୍ଶନ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଦେଲେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବର୍ତ୍ତମାନ ଜନ୍ମମାଟି ଅଭିମୁଖେ ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀରକୁ ନିଆଯାଉଥିବା ସୂଚନା ମିଳିଛି । ଟିଟିଲାଗଡ଼ର ପୈତୃକ ଗାଁରେ ହ୍ୟୁମାନସାଗରଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Humane Sagar | Lost in the Dice Game of Life: A Human’s Emotional Journey | Argus News