Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା

Ritu Das
Browse all articles by Ritu Das
·2 years ago
ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା

ଅର୍ଗସ ବ୍ୟୁରୋ: ବଲିଉଡ ପରି ସାଉଥ ସିନେମାକୁ ନେଇ ପ୍ରଶଂସକ ମଧ୍ୟରେ କ୍ରେଜ ରହିଛି। ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କର ଆଗାମୀ ଫିଲ୍ମ ଗୁଣ୍ଟୁର କରମ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଆଉ ମହେଶ ବାବୁଙ୍କୁ ଫ୍ୟାନ ଫଲୋଇଙ୍ଗ କଥା କହିଲେ ନ ସରେ। ଫ୍ୟାନ ମାନେ ତାଙ୍କୁ ପୂଜା କରନ୍ତି କହିଲେ ଭୂଲ ହେବନି। ଫିଲ୍ମର ଏକ ପ୍ରମୋଶନ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ଦଳାଚକଟା ହୋଇଛି। ବହୁ ସଂଖ୍ୟାରେ ଲୋକ ଅଭିନେତାଙ୍କୁ ଦେଖିବାକୁ ଇଭେଣ୍ଟକୁ ଆସିଥିଲେ। 

ଫଳରେ ସେଠାରେ ଦଳାଚକଟା ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାପାଇଁ ପୋଲିସ ଲାଠିଚାର୍ଜ କରଇଥିଲା। ଦଳାଚକଟା କାରଣରୁ ସେଠାରେ ଉପସ୍ଥିତ ଥିବା ବହୁ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ମହେଶ ବାବୁଙ୍କ ଅଭିନୀତ ଫିଲ୍ମ ଗୁଣ୍ଟୁର କରମ ଜାନୁଆରୀ ୧୨ରେ ରିଲିଜ ହେବାକୁ ଯାଉଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahesh Babu's film | Argus News