Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସାଇବର ଅପରାଧର ଶିକାର ହେଲେ ମହେଶ ନନ୍ଦିନୀ

Ritu Das
Browse all articles by Ritu Das
·2 years ago·1 min read
ସାଇବର ଅପରାଧର ଶିକାର ହେଲେ ମହେଶ ନନ୍ଦିନୀ

ଅର୍ଗସ ବ୍ୟୁରୋ: ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କ ଝିଅ ସୀତାରା ଘଟମନେନି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବେଳେବେଳେ ସେ ତାଙ୍କର ଡ୍ୟାନ୍ସ ଭିଡିଓ ଏବଂ ପାରିବାରିକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଓ ଏହା ଇଣ୍ଟରନେଟରେ ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ଅଭିନେତାଙ୍କ ଝିଅ ସୀତାରା ସାଇବର ଅପରାଧର ଶିକାର ହୋଇଛନ୍ତି। ତାଙ୍କ ଝିଅର ପରିଚୟର ଅପବ୍ୟବହାର ବିରୋଧରେ ତେଲୁଗୁ ସୁପରଷ୍ଟାର ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସୂଚନାନୁସାରେ, ଜଣେ ଅଜ୍ଞାତ ବ୍ୟକ୍ତି ଇନଷ୍ଟାଗ୍ରାମରେ ସୀତାରାଙ୍କ ଏକ ନକଲି ଆକାଉଣ୍ଟ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ନାମରେ ଲୋକଙ୍କୁ ଟଙ୍କା ମାଗିବା ସହ ଏକ ଲିଙ୍କ ପଠାଉଛନ୍ତି, ଯେଉଁଥିରେ ଟଙ୍କା ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। 

ବର୍ତ୍ତମାନ ଏହି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଅନୁସନ୍ଧାନ ଚାଲିଛି। ପ୍ରକୃତରେ କେହି ଜଣେ ସୋସିଆଲ ମିଡିଆରେ ମହେଶ ବାବୁଙ୍କ ଝିଅ ସୀତାରାଙ୍କ ନାମରେ ଏକ ନକଲି ଆକାଉଣ୍ଟ ଚଳାଉଛନ୍ତି। ସେହି ବ୍ୟକ୍ତି ସୋସିଆଲ ମିଡିଆରେ ଲୋକଙ୍କୁ ଟଙ୍କା ନିବେଶ ପାଇଁ କହୁଛନ୍ତି। ମହେଶ ବାବୁ ଏବଂ ନମ୍ରତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ନିଜ ଇନଷ୍ଟା ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ସେୟାର କରିବାବେଳେ ସେ ତାଙ୍କ ଝିଅର ନକଲି ସୋସିଆଲ ମିଡିଆ ଆକାଉଣ୍ଟ ବିଷୟରେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ମହେଶ ବାବୁଙ୍କ ଟିମ ଏହି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ବର୍ତ୍ତମାନ ମାମଲା ଅନୁସନ୍ଧାନ ଚାଲିଛି। ସୂଚନା ଥାଉ କି ସୀତାରାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିବାବେଳେ ଇନଷ୍ଟାରେ ସୀତାରାଙ୍କର ୧.୮ ମିଲିୟନ୍ ଫଲୋର୍ସ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Mahesh Nandini became | Argus News