Bollywood News / ଛାଡ଼ପତ୍ର ଖବରକୁ ନେଇ ବର୍ଷିଲେ ମାହି ବିଜ....କହିଲେ କାର୍ଯ୍ୟାନୁଷ୍ଠାନ ନେବି
·8 months ago·2 min read

Key Points
ଇନଷ୍ଟାରେ ନିଜ ଛାଡ଼ପତ୍ରକୁ ନେଇ କରାଯାଇଥିବା ଏକ ପୋଷ୍ଟରେ କମେଣ୍ଟ କରି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଏଭଳି କମେଣ୍ଟ କରି ହେଉଥିବା ଛାଡ଼ପତ୍ର ଚର୍ଚ୍ଚା ମିଛ ବୋଲି ପ୍ରମାଣ କରିଛନ୍ତି।
ଛାଡ଼ପତ୍ର ପାଇଁ ଆବେଦନ କଲେ ଲୋକପ୍ରିୟ ଟେଲି ଅଭିନେତା ଜୟ ଭାନୁଶାଲୀ ଓ ମାହି ବିଜ୍। ଗତ କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କିଛି ଦିନ ତଳେ ଏଭଳି ଛାଡପତ୍ର ଖବର ସାମ୍ନାକୁ ଆସିଥିଲା। ଅନେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା ଯେ, ଉଭୟ ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ଦୁହେଁ ଛାଡ଼ପତ୍ର ପାଇଁ ଦସ୍ତଖତ ଦେବା ସହ ଦୁହିଁଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇସାରିଛି।
ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ମାହି ବିଜ୍ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇନଷ୍ଟାରେ ନିଜ ଛାଡ଼ପତ୍ରକୁ ନେଇ କରାଯାଇଥିବା ଏକ ପୋଷ୍ଟରେ କମେଣ୍ଟ କରି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଏଭଳି କମେଣ୍ଟ କରି ହେଉଥିବା ଛାଡ଼ପତ୍ର ଚର୍ଚ୍ଚା ମିଛ ବୋଲି ପ୍ରମାଣ କରିଛନ୍ତି। ଇନଷ୍ଟାର ଏକ ପେଜ୍ ଜୟ-ମାହିଙ୍କ ୧୪ବର୍ଷର ବିବାହ ବିଚ୍ଛେଦ ହୋଇଥିବା ଦାବି କରିଥିଲା। ବିଭିନ୍ନ ଗଣମାଧ୍ୟମଠାରୁ ଖବର ପାଇଥିବା ଦାବି କରି ଏହି ପୋଷ୍ଟ କରାଯାଇଥିଲା।
ଏହାସହ ପଢ଼ନ୍ତୁ: ନିର୍ବନ୍ଧ ଖବର କନଫର୍ମ କଲେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା: "କହିଲେ ସମସ୍ତେ ଜାଣିଛନ୍ତି"
"ଜୟ ଭାନୁଶାଲୀ ଏବଂ ମାହି ବିଜ୍ କିଛି ମାସ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ସେମାନେ ବହୁତ ଦିନ ହେଲାଣି ଅଲଗା ରହୁଛନ୍ତି। ଅନେକ ଚେଷ୍ଟା ପରେ ବି ସମ୍ପର୍କରେ ସୁଧାର ନଆସିବାରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦୁହେଁ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ସବୁ କାଗଜପତ୍ର କାମ ଶେଷ ହେବା ସହ ତାଙ୍କ ପିଲାଙ୍କ custody କାହା ହାତରେ ରହିବ, ସେ ନିଷ୍ପତ୍ତି ମଧ୍ୟ ନିଆଯାଇସାରିଛି" ବୋଲି ପୋଷ୍ଟରେ ଲେଖାଯାଇଥିଲା। ଏହି ପୋଷ୍ଟରେ କମେଣ୍ଟ କରି ମାହି ଲେଖିଛନ୍ତି ଯେ, "ମିଥ୍ୟା ଖବର ପୋଷ୍ଟ କରନ୍ତୁ ନାହିଁ। ମୁଁ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।"
ଏହାସହ ପଢ଼ନ୍ତୁ: ଭାଙ୍ଗିଲା ୧୪ ବର୍ଷର ସମ୍ପର୍କ: ଅଲଗା ହେବେ ଟେଲି ଷ୍ଟାର ଜୟ ଏବଂ ମାହି
ରିପୋର୍ଟ ଅନୁଯାୟୀ, ଜୟ ଭାନୁଶାଳୀ ଏବଂ ମାହି ବିଜ୍ ବିବାହ ଭାଙ୍ଗିବାକୁ ଯାଉଛି। ଏକ ସୂତ୍ର ଗଣମାଧ୍ୟମକୁ କହିଛି ଯେ ମାହି ଏବଂ ଜୟ ସେମାନଙ୍କ ସମ୍ପର୍କକୁ ସୁଧାରିବାକୁ ବହୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ବି ବଦଳିନଥିଲା। ଏହି କାରଣ ଯୋଗୁଁ ଏହି ଦମ୍ପତି କିଛି ମାସ ପୂର୍ବରୁ ଅଲଗା ହୋଇଯାଇଥିଲେ। ଏହି ବର୍ଷ, ସେମାନେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଜୁଲାଇ ଏବଂ ଅଗଷ୍ଟରେ, ଦମ୍ପତି ଛାଡପତ୍ର କାଗଜରେ ସାଇନ୍ କରିଦେଇଛନ୍ତି। ପିଲାମାନଙ୍କର କଷ୍ଟଡିର ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମାହି ଏବଂ ଜୟଙ୍କ ଛାଡପତ୍ରର ଏକ ପ୍ରମୁଖ କାରଣ ଭରସା ଓ ବିଶ୍ଵାସ।
ସେମାନେ ଏକାଠି ଫଟୋ ସେୟାର କରିବା ବନ୍ଦ କରିଦେଇଥିଲେ। ଜୁନ୍ ୨୦୨୪ରେ ଜୟ ଏବଂ ମାହିଙ୍କର ଏକାଠି ଥିବା ଫଟୋ ଦେଖାଯାଇଥିଲା। ବର୍ତ୍ତମାନ ଏହି ଖବର ଉପରେ ଜୟ କିମ୍ବା ମାହିଙ୍କର କୌଣସି ବିବୃତ୍ତି ସାମ୍ନାକୁ ଆସିନାହିଁ। ମାହି ଏକ ଶୋ'ରେ କହିଥିଲେ ଯେ, ତାଙ୍କ ଝିଅ ତାରା ବହୁ କଷ୍ଟରେ ଏହି ଦୁନିଆକୁ ଆସିଥିଲା। କାରଣ ସେତେବଳେ କକସିଭ କରିବାରେ ତାଙ୍କୁ ବହୁ ସମସ୍ୟା ହୋଇଥିଲା। ସେ IVF ମାଧ୍ୟମରେ ବିବାହର ୯ବର୍ଷ ପରେ ମାତୃତ୍ବ ଲାଭ କରିଥିଲେ। କାରଣ ଜୟ କେବେ ବାପା ହେବାକୁ ଚାହୁଁ ନ ଥିଲେ। ତାରା କେବଳ ମାହିଙ୍କ ପାଇଁ ଜନ୍ମଲାଭ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories