Videos
|
Entertainment

ଅଲଗା ହେଲେ ଅର୍ଜୁନ -ମଲାଇକା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଲଗା ହେଲେ ଅର୍ଜୁନ -ମଲାଇକା

ଅର୍ଗସ ବ୍ୟୁରୋ:  ଅଲଗା ହେଲେ ଅର୍ଜୁନ ମଲାଇକା। ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହା ଏବେ କନଫର୍ମ ହୋଇଗଲା।  ବ୍ରେକଅପ୍‌ ଖବର ମଧ୍ୟରେ ଅର୍ଜୁନ ଏବଂ ମଲାଇକା ଏକ ପରସ୍ପର ମଧ୍ୟରେ ସାମ୍ନା ସାମ୍ନି ହୋଇଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା ହୋଇନଥିଲା। ଅର୍ଜୁନ ଏବଂ ମଲାଇକା ନିକଟରେ କୁନାଲ ରାଓ୍ୱଲଙ୍କ ଫ୍ୟାଶନ ସୋ'ରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେୋ। ଏହି ଇଭେଣ୍ଟରେ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଥିଲେ, କିନ୍ତୁ ଅର୍ଜୁନ ଏବଂ ମଲାଇକା ପରସ୍ପରଠାରୁ ଦୂରତା ବଜାୟ ରଖିଥିଲେ।

ଏହି ଇଭେଣ୍ଟରେ, ମଲାଇକା ଏବଂ ଅର୍ଜୁନ ଅନ୍ୟ ସମସ୍ତ ଅତିଥିଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଦୁହେଁ ପରସ୍ପରକୁ ଅଣଦେଖା କରିବା ନଜର ଆସିଥିଲେ। ଉଭୟଙ୍କ ଏହି ବ୍ୟବହାର ଦେଖିବା ପରେ, ଏହା ନିଶ୍ଚିତ ଯେ ଦୁହିଁଙ୍କ ବ୍ରେକଅପ୍‌ କନଫର୍ମ। ହୁଏତ ଏଖବର ପରେ ଅର୍ଜୁନ ଏବଂ ମଲାଇକାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଦୁଃଖ ଆସିବ। କିନ୍ତୁ ଏହା ସତ। ଶେଷରେ ଏହି ଦୁଇ ପପୁଲାର ଯୋଡି ଅଲଗା ହୋଇଯାଇଛନ୍ତି। ଏହା ପୂର୍ବରୁ ଜୁଲାଇ ୧୨ରେ ଅନନ୍ତ ଏବଂ ରାଧିକାଙ୍କ ବିବାହରେ ପ୍ରଶଂସକମାନେ ଆଶା କରୁଥିଲେ ଯେ ଅର୍ଜୁନଙ୍କ ସହ ସେମାନେ ମଧ୍ୟ ମଲାଇକା ଆରୋରାଙ୍କୁ ଦେଖିବେ, କିନ୍ତୁ ତାହା ହୋଇନଥିଲା। ପୂରା ବିବାହରେ ଅର୍ଜୁନ ଏକାକୀ ନଜର ଆସିଥିଲେ। ମଲାଇକା ବିବାହରେ ଅନୁପସ୍ଥିତ ରହିଥିଲେ। ଅନେକ ଦିନ ଧରି ଥିବା ସେମାନଙ୍କ ରିଲେସନସିପ୍‌ ଭାଙ୍ଗି ଯାଇଛି। ଦୁହେଁ ଆଉ ଏକାଠି ନଜର ଆସୁନାହାନ୍ତି। ଗୋଟିଏ ଇଭେଣ୍ଟରେ ଏକାଠି ଆସିଥିଲେ ବି ଆଉ କଥାବାର୍ତ୍ତା ନାହିଁ। ହେଲେ ବ୍ରେକଅପ ଖବରକୁ ନେଇ ଦୁହେଁ କୌଣସି ସୂଚନା ଦେଇନାହାନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Malaika Arora, Arjun Kapoor 'IGNORE' Each Other | Argus News