Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଲା ଅନିଲଙ୍କ ମୃତ୍ୟୁର ସତ

Entertainment

ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଲା ଅନିଲଙ୍କ ମୃତ୍ୟୁର ସତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଲା ଅନିଲଙ୍କ ମୃତ୍ୟୁର ସତ

ଅର୍ଗସ ବ୍ୟୁରୋ:  ବଲିଉଡ ଆକ୍ଟ୍ରେସ ମଲାଇକା ଅରୋରାଙ୍କ ବାପା ଅନିଲ ମେହତାଙ୍କ ଆତ୍ମହତ୍ୟା ଘଟଣା ପୂରା ସିନେମା ଇଣ୍ଡଷ୍ଟ୍ରୀକୁ ଦୋହଲାଇଦେଇଛି । ବୁଧବାର ଅନିଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଯାହା ପରେ ଭିନ୍ନ ଭିନ୍ନ ମତ ଭାଇରାଲ ହେଉଛି। ଏଖବର ପାଇବା ପରେ ସମସ୍ତେ ଅନିଲଙ୍କ ଘରେ ପହଞ୍ଚିଥିଲେ, ତାଙ୍କ ଶେଷ ଦର୍ଶନ ପାଇଁ। ହେଲେ ପ୍ରଶ୍ନ ସେଇଠି ଅଟକି ଯାଇଥିଲା, ଯେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା । ଯଦି ଏହା ଆତ୍ମହତ୍ୟା ହୋଇଥାଏ, ତେବେ କାହିଁକି ଆତ୍ମହତ୍ୟାର କାରଣ କଣ ହୋଇପାରେ। ଆଉ ଯଦି ଏହା ଦୁର୍ଘଟଣା, ତେବେ କେମିତି ହେଲା ? ଅନେକ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି।

ପ୍ରାରମ୍ଭିକ ରିପୋର୍ଟରେ ତାଙ୍କ ମୃତ୍ୟୁ ମଲ୍ଟିପୁଲ ଇଞ୍ଜୁରୀ ପାଇଁ ହୋଇଥିବା ଦର୍ଶା ଯାଇଛି । ଏବେ ବିସରା ରିପୋର୍ଟ ଆସିନି, ଫରେନ୍ସିକ ଲାବରେଟୋରୀରେ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି । ବୁଧବାର ରାତିରେ ମୁମ୍ବାଇର କୁପର ପୋଷ୍ଟର୍ଟମର୍ଟମ ସେଣ୍ଟରରେ କରାଯାଇଥିଲା । ପ୍ରଥମେ ଏହି ଘଟଣାକୁ ଆତ୍ମହତ୍ୟା କୁହାଯାଇଥିଲା । କାରଣ ମୃତ୍ୟୁ ପୂର୍ବରୁ ଅନିଲ ନିଜ ଦୁଇ ଝିଅ ମଲାଇକା ଓ ଅମ୍ରିତାଙ୍କୁ କହିଥିଲେ କି, ଜୀବନ ଉପରୁ ତାଙ୍କ ମନ ଭରିଗଲାଣି । ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଥିଲା ।

ଏବେକାର ପ୍ରାରମ୍ଭିକ ରିପୋର୍ଟ କହୁଛି କି, ଛାତରୁ ପଡିବାରୁ ଶରୀରରେ ଏକାଧିକ କ୍ଷତ କାରଣରୁ ତାଙ୍କ ମୃତ୍ୟୁ ହୋଇଛି । ୬୨ ବର୍ଷୀୟ ଅନିଲ ନିଜ ପରିବାର ସହ ମୁମ୍ବାଇର ଏକ ଆପାର୍ଟମେଣ୍ଟର ୬ଷ୍ଠ ମହଲାରେ ରହୁଥିଲେ । ତାଙ୍କ ମୃତ୍ୟୁର ପ୍ରାରମ୍ଭିକ ସ୍ଥିତି ଦେଖି ସ୍ପଷ୍ଟ ହେଉଛି କି କୌଣସି କାରଣରୁ ସେ ଅସନ୍ତୁଷ୍ଟ ଥିଲେ ଜୀବନରେ । ତେଣୁ ଏମିତି କଠୋର ଏକ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ବୁଧବାର ଅପରାହ୍ନରେ ଅନିଲ ମେହତା ଛଅ ତାଲା କୋଠାରୁ ପଡି ମୃତ୍ୟୁବରଣ କରିଥିଲେ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଜଣାପଡି ନାହିଁ । ଏନେଇ ଆଗକୁ କଣ ସତ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନିଲ ମେହତାଙ୍କ ମୃତ୍ୟୁ ପରେ ପୁରା ବଲିଉଡରେ ଦୁଃଖର ଛାଇ ଖେଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Malaika Arora father's post mortem report out as family bids adieu to Anil Mehta | Argus News