Videos
|
Entertainment

ଅର୍ଜୁନଙ୍କ ଜନ୍ମ ଦିନ ପାର୍ଟିରେ କାହିଁକି ନଜର ଆସିନଥିଲେ ମଲାଇକା ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅର୍ଜୁନଙ୍କ ଜନ୍ମ ଦିନ ପାର୍ଟିରେ  କାହିଁକି ନଜର ଆସିନଥିଲେ ମଲାଇକା ?

ଅର୍ଗସ ବ୍ୟୁରୋ:  ଅର୍ଜୁନ କପୁର ନିଜର ଜନ୍ମଦିନ ପାଳନ କରିଛନ୍ତି। ୩୯ ବର୍ଷରେ ପାଦ ଥାପିଲେ ଅର୍ଜୁନ। ଏହି ପାର୍ଟିରେ ସୀମିତ ପରିବାର ବର୍ଗ, ସାଙ୍ଗସାଥୀଙ୍କ ସହ ବଲିଉଡ ସେଲିବ୍ରିଟିଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ପାର୍ଟିରେ ତାଙ୍କ ଲେଡି ଲଭ୍ ଅର୍ଥାତ ମଲାଇକା ଅରୋରା ପହଞ୍ଚିନଥିଲେ ଯାହକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଅର୍ଜୁନ ଜନ୍ମଦିନର ଗୋଟିଏ ରାତି ପୂର୍ବରୁ ଜୁହୁ ସ୍ଥିତ ଘରେ ମିଡ୍ ନାଇଟ୍ ପାର୍ଟିର ଆୟୋଜନ କରିଥିଲେ । ହେଲେ ସମସ୍ତଙ୍କ ମନରେ ବଡ ପ୍ରଶ୍ନ କି ଅର୍ଜୁନଙ୍ତକ ଜନ୍ମ ଦିନରେ ସମସ୍ତେ ଥିଲେ, ହେଲେ କାହିଁକି ଆସିନଥିଲେ ମଲାଇକା। ସେମାନଙ୍କ ବ୍ରେକ ଅପ୍‌ କୁ ପୁଣି ପ୍ରଶ୍ନ। ଅର୍ଜୁନ କପୁରଙ୍କ ଜନ୍ମଦିନ ଉତ୍ସବରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ସହ ଜାହ୍ନବୀ କପୁର, ଶନାୟା କପୁର, ମୋହିତ ମାରୱା, ସଞ୍ଜୟ କପୁର, ମହିପ କପୁର, ବରୁଣ ଧୱନ, ନତାଶା ଆଦିତ୍ୟ ରାୟ କପୁରଙ୍କ ଭଳି ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ସାମିଲ ଥିଲେ ।

ପ୍ରଥମ ଥର ପାଇଁ ଅର୍ଜୁନଙ୍କ ଲେଡି ଲଭ୍ ଏହି ପାର୍ଟିରେ ନଜର ଆସିନଥିଲେ । ଏହା ବ୍ୟତୀତ ମଲାଇକା ଅର୍ଜୁନଙ୍କ ପାଇଁ କୌଣସି ବାର୍ଥଡେ ପୋଷ୍ଟ ଶେୟାର କରିନାହାଁନ୍ତି । ତେବେ କୁହାଯାଉଛି କି ଦୁହିଁଙ୍କ ଭିତରେ କିଛି ମନମାଳିନ୍ୟ ହୋଇଛି। ଯେଉଁଥି ପାଇଁ ଦୁହେଁ ଆଉ ଏକାଠି ନଜର ମଧ୍ୟ ଆସୁନାହାନ୍ତି। ସେ ଯାହାବି ହେଉ ଦୁହେଁ ନିଜ ସମ୍ପର୍କକୁ ନେଇ କୌଣସି ଖୁଲାସା କରିନଥିବାବେଳେ ବର୍ତ୍ତମାନ ଅର୍ଜୁନଙ୍କ ଜନ୍ମ ଦିନ ପାର୍ଟିରେ ନଆସିବା ଲୋକଙ୍କ ସନ୍ଦେହକୁ ଦ୍ୱିଗୁଣିତ କରୁଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Malaika Arora's absence from Arjun Kapoor's birthday | Argus News