Videos
|
Entertainment

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା

Ritu Das
Browse all articles by Ritu Das
·2 years ago·1 min read
ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ ଛିଡିପଡ଼ିଛି। ଅଭିନେତ୍ରୀଙ୍କ ବାପା ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି। କୁହାଯାଉଛି ଯେ ମଲାଇକାଙ୍କ ବାପା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପରେ ମଲାଇକା ଆରୋରା ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଅଭିନେତାଙ୍କ ବାପାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି। ତେବେ ଆତ୍ମହତ୍ୟାର କାରଣ କଣ ଏନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣା ବୁଧବାର ସକାଳ ୯ଟାରେ ଘଟିଥିବା ଜଣାପଡିଛି। ଖବରପାଇ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି କଷ୍ଟ ସମୟରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି । ଅରବାଜଙ୍କୁ ମଲାଇକାଙ୍କ ଘର ବାହାରେ ପୋଲିସ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।

ପୋଲିସର ସୂଚନାନୁସାରେ, ମଲାଇକାଙ୍କ ବାପା ଆତ୍ମହତ୍ୟା କରିଛନ୍ତି। ବାନ୍ଦ୍ରା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରୁ କୌଣସି ସୂଚନା ପାଇନାହିଁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Malaika's father | Argus News