Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ହାର୍ଟଆଟାକରେ ମାଲାୟାଲମ ଅଭିନେତ୍ରୀ ପ୍ରିୟାଙ୍କ ପରଲୋକ: ୮ମାସର ଗର୍ଭବତୀ ଥିଲେ

Ritu Das
Browse all articles by Ritu Das
·2 years ago
ହାର୍ଟଆଟାକରେ ମାଲାୟାଲମ ଅଭିନେତ୍ରୀ ପ୍ରିୟାଙ୍କ ପରଲୋକ: ୮ମାସର ଗର୍ଭବତୀ ଥିଲେ

ଅର୍ଗସ ବ୍ୟୁରୋ: ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡ. ପ୍ରିୟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୫ବର୍ଷ ହୋଇଥିଲା। ହାର୍ଟ ଆଟାକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରିୟା ୮ମାସର ଗର୍ଭବତୀ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଏହି ସମୟରେ ଚକିତ ହୋଇଯାଇଛନ୍ତି। ଅଭିନେତା କିଶୋର ଏହି ସୂଚନା ଦେଇଛନ୍ତି। 

ସେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ରଖି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଲେଖିଛନ୍ତି ମାଲାୟାଲମ ଇଣ୍ଡଷ୍ଟ୍ରିରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ହାର୍ଟଆଟାକ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ହଠାତ ତାଙ୍କର ହୃଦଘାତ ହେବାରୁ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସାରା ମାଲାୟାଲମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଏବେ ତାଙ୍କ ଶିଶୁ ଆଇସିୟୁରେ ଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Malayalam actress | Argus News