Videos
|
Entertainment

ଭାଇରାଲ ହେଉଛି ମାଳତିଙ୍କ ଭିଡ଼ିଓ

Arpita Mohanty
Browse all articles by Arpita Mohanty
·2 years ago·1 min read
ଭାଇରାଲ ହେଉଛି ମାଳତିଙ୍କ ଭିଡ଼ିଓ

ଅର୍ଗସ ବ୍ୟୁରୋ: ପ୍ରିୟଙ୍କା ସେୟାର କଲେ ମାଳତିଙ୍କର କ୍ୟୁଟ ଫଟୋ। ନିକ୍ ଏବଂ ପ୍ରିୟଙ୍କାଙ୍କ ଲାଡ଼ଲି ମାଳତି ରୁଟି ବେଲୁଥିବାର ଫଟୋ ସିଏ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ଭଲ ଲାଗିଥିଲା। ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ନିଜ ରୋଷେଇଘରେ କେମିତି ପ୍ରିୟଙ୍କା ତାଙ୍କ ମାଆ ଏବଂ ଝିଅ ସହିତ ସମୟ ଅତିବାହିତ କରୁଛନ୍ତି ତାହା ଦେଖିବାକୁ ମିଳିଥିଲା ।

ମୋଟ୍‌ ଉପରେ ପ୍ରିୟଙ୍କା ୯ଟି ଫଟୋ ଏବଂ ଭିଡ଼ିଓ ସେୟାର କରିଥିଲେ । ପ୍ରଥମ ଫଟୋରେ ପ୍ରିୟଙ୍କା ମିରର ସେଲଫିରେ ନିଜ ଷ୍ଟଣ୍ଟ ଲୁକ୍ ପୋଷ୍ଟ କରିଥିଲେ। ପରେ ଅର୍ଥାତ୍‌ ଦ୍ୱିତୀୟ ଫଟୋରେ ତାଙ୍କ ଝିଅ ମାଳତି ରୁଟି ତିଆରି କରୁଥିବା ଦେଖିବାକୁ ମିଳିଛି | ତୃତୀୟ ଫଟୋରେ ସେ ଦି ବ୍ଲଫ୍ ପାଇଁ ତାଙ୍କର ପ୍ରେରଣାର ଝଲକ ଦେଖାଇଲେ। ଚତୁର୍ଥ ଭିଡ଼ିଓରେ ରୋଷେଇ ଘରେ ହେଉଥିବା ପ୍ରସ୍ତୁତି ସେୟାର କରିଥିଲେ। ପରବର୍ତ୍ତୀ ଭିଡିଓରେ ପ୍ରିୟଙ୍କା ତାଙ୍କ ଲାଡ଼ଲି ମାଳତି ସହିତ କ୍ବାଲିଟି ଟାଇମ୍ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ସେଟ୍ ର ଏକ ଝଲକ ଦେଖାଇଲେ। ଅଲିମ୍ପିକ୍ ଗେମ୍ସ ଉପରେ ମଧ୍ୟ ତାଙ୍କର ନଜର ଥିବା ଜଣାଇଥିଲେ ଏବଂ ଶେଷରେ ନିଜର ଏକ ସେଲଫି ପୋଷ୍ଟ କରିଥିଲେ। ତେବେ ତାଙ୍କ ପୋଷ୍ଟରୁ ଜଣାପଡ଼ୁଛି ଦେଶୀ ଗର୍ଲ ପ୍ରିୟଙ୍କା ହୃଦୟରୁ ମଧ୍ୟ ସେତିକି ଦେଶୀ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Malti's video is viral | Argus News