Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / ମମତା କୁଲକର୍ଣ୍ଣିଙ୍କ ଆଶ୍ଚର୍ଯ୍ୟଜନକ ବୟାନ, କହିଲେ- ସେ ଆତଙ୍କବାଦୀ ନୁହନ୍ତି...ପୁଣି କଥାରେ ୟୁଟର୍ଣ୍ଣ

Ritu Das
Browse all articles by Ritu Das
·8 months ago·2 min read
ମମତା କୁଲକର୍ଣ୍ଣିଙ୍କ ଆଶ୍ଚର୍ଯ୍ୟଜନକ ବୟାନ, କହିଲେ- ସେ ଆତଙ୍କବାଦୀ ନୁହନ୍ତି...ପୁଣି କଥାରେ ୟୁଟର୍ଣ୍ଣ

Key Points

ବଲିଉଡ୍ ଅଭିନେତ୍ରୀରୁ ସନ୍ଥ ବନିଥିବା ମମତା କୁଲକର୍ଣ୍ଣି ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ଉପରେ ବୟାନ ଦେଇ ବିବାଦଘେରରେ ଫସିଛନ୍ତି।
ବଲିଉଡ୍ ଅଭିନେତ୍ରୀରୁ ସନ୍ଥ ବନିଥିବା ମମତା କୁଲକର୍ଣ୍ଣି ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ଉପରେ ବୟାନ ଦେଇ ବିବାଦଘେରରେ ଫସିଛନ୍ତି। ଗୋରଖପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ଦାଉଦ ଇବ୍ରାହିମଙ୍କ ବିଷୟରେ ଏମିତି କିଛି କହିଛନ୍ତି । ଯାହାକୁ ନେଇ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମମତା କହିଥିଲେ କି ସେ ଆତଙ୍କବାଦୀ ନୁହନ୍ତି । ତାଙ୍କୁ ଭୁଲରେ ଉପସ୍ଥାପନା କରାଯାଇଛି। କିନ୍ତୁ ପୁଣି ନିଜ କଥାରେ ୟୁଟର୍ଣ୍ଣ ନେଇଛନ୍ତି। କହିଛନ୍ତି ମୁଁ ଦାଉଦଙ୍କ କଥା ନୁହେଁ ବିକି ଗୋସ୍ବାମୀଙ୍କ କଥା କହୁଥିଲି।

ଏହାସହ ପଢ଼ନ୍ତୁ: ଏକତା କପୁରଙ୍କ ଫିଲ୍ମରେ କାମ କରିବେ ନିତାଂଶୀ

ପରେ ମମତାଙ୍କ ୟୁଟର୍ଣ୍ଣ:

ଗୁରୁବାର ଗୋରଖପୁର ଗଣମାଧ୍ୟମ ସହ କଥା ହେବାବେଳେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ମୋ କଥାକୁ ଭୁଲ ଭାବେ ନିଆଯାଇଛି। ମୁଁ ସେଠାରେ ବିକି ଗୋସ୍ବାମୀଙ୍କ କଥା କହୁଥିଲି ଦାଉଦଙ୍କ କଥା ନୁହେଁ। ଦାଉଦ ବାସ୍ତବରେ ଜଣେ ଆତଙ୍କବାଦୀ। ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଜାଣିନାହିଁ। ମୋର ଏବେ ରାଜନୀତି କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରି ସହ କୌଣସି ସମ୍ପର୍କ ନାହିଁ। ମୁଁ ପୁରା ଆଧ୍ୟାତ୍ମିକତାରେ ଲୀନ ଅଛି। ମୁଁ ସନାତନ ଧର୍ମର ପ୍ରଚାରକ। କୌଣସି ଦେଶବିରାଧୀ କାର୍ଯ୍ୟକଳାପ ସହ ମୋର ସମ୍ପର୍କ ରହିବା ଅସମ୍ଭବ।

ଏହାସହ ପଢ଼ନ୍ତୁ: ୫୨ ବର୍ଷ ବୟସରେ ମହିମା ଚୌଧୁରୀ କଲେ ଦ୍ବିତୀୟ ବିବାହ? ଏହି ଆକ୍ଟରଙ୍କ ସହ ଆସିଲେ ନଜର

ମମତା ଦାଉଦଙ୍କୁ ନେଇ କଣ କହିଥିଲେ:

ମମତା ପ୍ରଥମେ କହିଥିଲେ ମୋର ଦାଉଦଙ୍କ ସହ କୌଣସି ସମ୍ପର୍କ ନ ଥିଲା। କିନ୍ତୁ ପରେ ମମତା ଆହୁରି କହିଛନ୍ତି ଯେ, ତାଙ୍କ ନାମ କେବେବି ବୋମା ବିସ୍ଫୋରଣ ଭଳି କୌଣସି ଷଡ଼ଯନ୍ତ୍ରରେ ଜଡିତ ହୋଇନାହିଁ । ଗଣମାଧ୍ୟମ ଏବଂ କିଛି ରାଜନୈତିକ ପାଇଁ ଦାଉଦକୁ ନକାରାତ୍ମକ ଦୃଷ୍ଟିରେ ଚିତ୍ରଣ କରିଆସୁଛନ୍ତି। ପୂର୍ବରୁ, ମମତା ବାବା ଗୋରଖନାଥଙ୍କ ଆଶୀର୍ବାଦ ନେବାକୁ ଗୋରଖନାଥ ମନ୍ଦିର ଯାଇଥିଲେ। ୧୯୯୦ ଦଶକରେ ହିଟ୍ ଫିଲ୍ମ ପାଇଁ ଜଣାଶୁଣା ମମତା ଏବେ ଏକ ଆଧ୍ୟାତ୍ମିକ ଜୀବନଯାପନ କରୁଛନ୍ତି। ପ୍ରୟାଗରାଜ ମହାକୁମ୍ଭରେ କିନ୍ନର ଆଖଡ଼ାରେ ମହାମଣ୍ଡଳେଶ୍ୱର ନିଯୁକ୍ତ ହେବା ନେଇ ମମତା କୁଲକର୍ଣ୍ଣି ଚର୍ଚ୍ଚାରେ ଥିଲେ। କିନ୍ତୁ ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ।

ପ୍ରକାଶ ଥାଉକି, ବଲିଉଡ ଛାଡିବା ପରେ, ମମତା ଦୁବାଇରେ ରହୁଥିଲେ। ଗତ ବର୍ଷ ଶେଷରେ ଦୁବାଇରୁ ଭାରତ ଫେରି ଆସିଥିଲେ। ତା'ପରେ ସେ ତାଙ୍କର ଅବସର ଘୋଷଣା କରିଥିଲେ। ପ୍ରୟାଗରାଜ ମହାକୁମ୍ଭ ସମୟରେ, ସେ କିନ୍ନର ଆଖଡ଼ାରୁ ଦୀକ୍ଷା ଗ୍ରହଣ କରିଥିଲେ ଓ ସନ୍ୟାସୀ ହୋଇଥିଲେ। କହିବାକୁ ଗଲେ ମମତା କୁଲକର୍ଣ୍ଣି ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ରରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ୧୯୯୨ ମସିହାରେ ମେରା ଦିଲ୍ ତେରେ ଲିୟେ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ତଥାପି, ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ପରବର୍ତ୍ତୀ ସମୟରେ ସେ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପରେ, ତାଙ୍କ ନାମ ଏକ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିଲା ​​ଏବଂ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mamata-kulkarni-surprising-statement-he-is-not-a-terrorist- | Argus News