Videos
|
Entertainment

ନିଜ ମ୍ୟାରେଜକୁ ନେଇ ମୁହଁ ଖୋଲିଲେ ମନ୍ନାରା ଚୋପ୍ରା

Ritu Das
Browse all articles by Ritu Das
·2 years ago·1 min read
ନିଜ ମ୍ୟାରେଜକୁ ନେଇ ମୁହଁ ଖୋଲିଲେ ମନ୍ନାରା ଚୋପ୍ରା

ଅର୍ଗସ ବ୍ୟୁରୋ: ବିଗ୍‌ବସ୍‌-୧୭ ଶେଷ ହୋଇସାରିଛି। ପ୍ରତିଦ୍ବନ୍ଦ୍ବୀ ମୁନାୱର ଫାରୁକୀ ସୋ’ର ବିଜେତା ହୋଇ ସାରିଛନ୍ତି। ହେଲେ ସୋ’ରେ ଯଦି ସବୁଠାରୁ କିଏ ଅଧିକ ଲାଇମ୍‌ଲାଇଟ୍‌ ଚୋରାଇ ନେଇଥିଲେ ତ ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ଭଉଣୀ ମନ୍ନାରା ଚୋପ୍ରା। ବିଗ୍‌ବସ୍‌ ପରେ ମନ୍ନାରା ଫ୍ୟାନ୍ସଙ୍କ ମେଳରେ ଖୁବ୍‌ ଲୋକପ୍ରିୟ ହୋଇଯାଇଛନ୍ତି। ତାଙ୍କ ଫଟୋ, ଭିଡିଓ ଓ ଇଣ୍ଟରଭ୍ୟୁ ଭାଇରାଲ୍‌ ହେବାରେ ଲାଗିଛି।

ନିକଟରେ ମନ୍ନାରା ଏକ ଇଣ୍ଟରଭ୍ୟୁରେ ନିଜର ବିବାହ ଯୋଜନା ବିଷୟରେ କହିଛନ୍ତି। ତାଙ୍କୁ କିପରି ସ୍ବାମୀ ଦରକାର ବୋଲି ଏକ ପ୍ରଶ୍ନରେ ମନ୍ନାରା ନିଜର ମନ କଥା ଖୋଲି କରି କହିଛନ୍ତି। ତାଙ୍କୁ ପଚରାଗଲା କି ସେ ଭଉଣୀ ପରିଣୀତିଙ୍କ ପରି ରାଜନେତାଙ୍କୁ ବିବାହ କରିବାକୁ ଚାହାନ୍ତି କି? ତାହାର ଉତ୍ତର‌ରେ ସେ ନା କହିଛନ୍ତି। ସେ କହିଛନ୍ତି କି ‘‘ଓ ମାଇଁ ଗଡ୍‌। ଏବେ ତ ବିଗ୍‌ବସ୍‌ ଘରୁ ଆସିଲି। ମ୍ୟାରେଜକୁ ନେଇ ମୁଁ କିଛି ଏଯାଏ ଭାବିନି। କି ସେମିତି କୌଣସି ଯୋଜନା ନାହିଁ।

ମନ୍ନାରା କହିଛନ୍ତି ମୁଁ ଏଭଳି ଜଣେ ପାର୍ଟନର ଚାହୁଁଛି ଯାହାଙ୍କର ଖୁବ୍‌ ଅଧିକ ଜ୍ଞାନ ଥିବ। ଯିଏକି ପ୍ରତ୍ୟେକ ଲୋକଙ୍କ ସହ ସଂଯୋଗରେ ରହିପାରୁଥିବ ଓ ମୋର ସବୁ କଥା ଶୁଣୁଥିବ। ଶେଷରେ ସେ ଯୌଥ ପରିବାରର ପୁଅକୁ ବିବାହ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Mannara Chopra | Argus News